-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
29-Apr-2025
ସିନାପାଲି-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖରସେଲ ପଂଚାୟତ, ଖରସେଲ ଗ୍ରାମ ନିବାସୀ ବିକ୍ରମ ମାଝୀ ଓ ତାଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ମାଝୀଙ୍କ କନ୍ୟା ଦିଵ୍ୟାଂଶି ( ପ୍ରାଚୀ )ର ତୃତୀୟ ଜନ୍ମଦିବସ ପାଳନ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ତାଙ୍କ ଗୃହ ପରିସରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ବେଦମାତା ଗାୟତ୍ରୀ ଦେବୀଙ୍କ ଅପାରକୃପା ଓ ଗୁରୁଦେବ ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଆଶୀର୍ବାଦ ଓ ସୁକ୍ଷ୍ମ ଦିଗଦର୍ଶନରେ ହାତିବନ୍ଧା ଗାୟତ୍ରୀ ପ୍ରଜ୍ଞା ପୀଠର ଟୋଲିନାୟକ ସଦାନନ୍ଦ ନାମ ଦେବଙ୍କ ତତ୍ୱବଧାନରେ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳାଙ୍କ ଉପସ୍ଥିତରେ କଳସ ଯାତ୍ରା ଓ ଦୀପ ଯଜ୍ଞ ସୋମବାର ଦିନ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଶ୍ରୀ ମୀନକେତନ ଧିବର ମୁଖ୍ୟ ଗାୟକ ଭୂମିକା ତୁଲାଇଥିବା ବେଳେ ବାଦ୍ୟ ଯନ୍ତ୍ରରେ ଶ୍ରୀ ମଣିଲାଲ ସାହୁ, ସୁ ପ୍ରସନ୍ନ ପଟେଲ,ନବକିଶୋର ସାହୁ ଓ ଶୁଭମ କାଣ୍ଡ ସହଯୋଗ କରିଥିଲେ l ଯଜ୍ଞକର୍ମ ପରିଚାଳନା ରେ ଗାୟତ୍ରୀ ପରିଜନ କ୍ଷମାଧର ନିଆଲ, ସୀତାରାମ ସା, ଗିରିଧାରୀ ତାଣ୍ଡି,ମହାଦେବ ଶଗଡିଆ ସହଯୋଗ କରିଥିଲେ l ଭାରତୀୟ ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଫରସ ରାମ ସା,ଶଶୀଭୁଷଣ ମାଝୀ,ଶ୍ରୀ ସତ୍ୟବ୍ରତ ଗହୀର,କେଶବ ପାଣ୍ଡେ,ଦିଗାମ୍ବର ବାଗ,ଲଚ୍ଛମନ ବଞ୍ଜରା,ଟଙ୍କଧର ବନ୍ଦୀଛୋର, ମହେନ୍ଦ୍ର ସୁନାନୀ,ରାଜ କିଶୋର ହଂସ,ପ୍ରଶାନନ୍ଦ କୁମ୍ଭାର, ରୁଦ୍ରମାଧବ ସା ତଥା ବନ୍ଧୁ ବାନ୍ଧବ ଯଜ୍ଞ କର୍ମରେ ଉପସ୍ଥିତ ରହି ମା ଗାୟତ୍ରୀଙ୍କ ସମ୍ମୁଖରେ ଭକ୍ତି ନୈବେଦ୍ୟ ଅର୍ପଣ କରିବାସହ କୁନି ଝିଅ(ପ୍ରାଚୀ)ର ମଙ୍ଗଳ କାମନା କରିଥିଲେ l ଆଧୁନିକ ସଭ୍ୟତାରେ ମଜ୍ଜି ନ ଯାଇ ବିକ୍ରମ ମାଝୀଙ୍କ ପରିବାର ଆଧ୍ୟାତ୍ମ ଚିନ୍ତନ ସହ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ନିଜ ଝିଅର ଜନ୍ମଦିବସ ପାଳନ କରିଥିବାରୁ ଏ ଅଞ୍ଚଳବାସୀ ତାଙ୍କ ପରିବାରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଶ୍ରୀ ବିକ୍ରମ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞକର୍ମରେ ମୁଖ୍ୟକର୍ତ୍ତା ଥିଲାବେଳେ ପୂର୍ଣ୍ଣ ଚନ୍ଦ୍ର ମାଝୀ, ତୁଳସୀ ସାହୁ,ଜଗମୋହନ ନାଗ ଓ ପିତାମ୍ବର ସାହୁ ସ ପତ୍ନୀକ ଅନ୍ୟ ଚାରିକୁଣ୍ଡର ମୁଖ୍ୟକର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ l ପାଞ୍ଚ ଶହରୁ ଉର୍ଦ୍ଧ ବନ୍ଧୁ ବାନ୍ଧବ, ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ଆତ୍ମୀୟ ସ୍ୱଜନ ମାନେ ସହଯୋଗ କରିଥିଲେ l
ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ