-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
20-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ମହାଦେବପାଲି ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ବହୁ ପୁରାତନ ଶ୍ରୀରାମଲୀଳା ମହୋତ୍ସବ ଶନିବାର ସକାଳେ ରାବଣ ବଧ ସହ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ଉଦଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ ଏହି ରାମଳିଲା ନାଟ୍ଯ ମହୋତ୍ସବ । ରୀତି ନୀତି ବିଧି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭଗବାନ ଶ୍ରୀରାମ,ଲକ୍ଷ୍ମଣ,ସୀତା ଓ ହନୁମାନ ଦାଣ୍ଡ ମଣ୍ଡପରେ ବିଜେ କରନ୍ତି ।ପରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ବିକ୍ରମନରେନ୍ଦ୍ର ରଚିତ ଶ୍ରୀରାମଲୀଳା ଗ୍ରନ୍ଥ ପଠନ ହୋଇ ନାଟକ ମଞ୍ଚସ୍ତ ହୋଇଥାଏ । ଚଳିତ ମାସ ୫ତାରିଖରୁ ଆରମ୍ଭ ଏହି ରାମଳିଲା ନାଟ୍ଯ ମହୋତ୍ସବର ବିଭିନ୍ନ ଦିବସରେ ଦୁର୍ମଦ ଦଶାନନର ଦିଗବିଜୟ, ଗୋଲକବିହାରୀ ବିଷ୍ଣୁ ଦଶାନନର ଅତ୍ୟାଚାରରେ ଊତ୍ପୀଡିତ ଦେବ ମଣ୍ଡଳୀର କଥାରେ ମାର୍ତଣ୍ଡ ବଂଶ ଦଶରଥଙ୍କ ପୁତ୍ର ଭାବେ ରାମ ଅବତାର ପାଇଁ ପ୍ରତିଶ୍ରୁତି ତଥା ରାଜର୍ଷି ଜନଙ୍କ କନ୍ୟା ମାଁ ସୀତାଙ୍କ ଜନ୍ମ,ଅଯୋଧ୍ୟାରେ ଜରତାଲିଳା ତଥା ଋଷ୍ଯଷୃଙ୍ଗଙ୍କ ପୁତ୍ରେଷ୍ଟି ଯଜ୍ଞ, ଚରୂପାନ ପରେ ରାମ ଜନ୍ମ ଆଦି ନାଟ୍ଯ ମଞ୍ଚସ୍ତ ହୋଇଥିଲା ।ସେହିପରି ମହର୍ଷି ବିଶ୍ବାମିତ୍ରଙ୍କ ଜଜ୍ଞ ରକ୍ଷା ଅଶୁର ବିନାଶ ତଥା ତାଡକୀ ବଧ, ପାଷାଣ ଅହଲ୍ଯା ତାରଣ, ରାଜର୍ଷି ଜନକଙ୍କ ଦରବାରରେ ଶ୍ରୀରାମଙ୍କ ହସ୍ତରେ ଶିବଧନୁ ଭଗ୍ନ,ମହାଆଡ଼ମ୍ବର ସହ ସୀତା ବିବାହ,ପର୍ଶୁରାମ ଭେଟ, ଶ୍ରୀରାମ ବନବାସ, ଭରତ ମିଳନ,ଶୃପଣଖୀ ଲୀଳା,ସିତା ଚୋରୀ,ବାଳି ବଧ,ସିତା ଠାବ,ହନୁମାନଙ୍କ ଦ୍ଵାରା ଲଙ୍କା ପୋଡି,ବିଭିଷଣ ଶରଣ,ରଥି ମହାରଥୀ କୁମ୍ଭକର୍ଣ,ଇନ୍ଦ୍ରଜିତ, ମହୀରାବଣ,ବୀରବାହୁ ତଥା ରାବଣ ବଧ ଏବଂ ଅଯୋଧ୍ୟା ପ୍ରତ୍ଯାଗମନ ସହ ଶ୍ରୀରାମଙ୍କ ରାଜ୍ଯାଭିଷେକ ଭଗବାନ ଶ୍ରୀ ରାମଙ୍କ ଗ୍ରାମ୍ଯ ପରିକ୍ରମା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ତରଫରୁ ପୁର୍ଣ୍ଣ କଳସ ଧୂପଦୀପ ସହ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ ଏହି ପୂଜା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ କୁଳ ପୁରୋହିତ ଯୁଗଳ କିଶୋର ପୂଜାହାରୀ,ଶ୍ରୀନିବାସ ପୂଜାହାରୀ,କର୍ତ୍ତା ଗଉଁତିଆ ଫକୀରମୋହନ ନାୟକ,ବ୍ଯାସ ଭାବେ ସରୋଜ ନାୟକ ଦାୟିତ୍ଵ ନିର୍ବାହ କରିଥିଲେ।ସେହିପରି ରାମଲୀଳା ନାଟକର ବିଭିନ୍ନ ଭୂମିକାରେ ଜନାର୍ଦନ ନାୟକ, ନରେନ୍ଦ୍ର ନାୟକ,ଗୁମାନଚନ୍ଦ୍ର ନାଏକ,କିରଟି ଭୁଏ, ଶଙ୍କଟମୋଚନ ନାୟକ,ଓମ ନାୟକ,ସୋମ ନାୟକ, ବଜରଙ୍ଗି ନାୟକ,ମିତ୍ରଭାନୁ ନାଏକ, ପରିତୋଷ ହୋତା, କାର୍ତ୍ତିକ ବିଶ୍ବାଳ,ମନୋଜ ବାଘ,ରଞ୍ଜନ ନାଏକ,ଶାନ୍ତନୁ ନାୟକ,ଶନାତନ ପୁଜାହାରୀ, ଚିତ୍ତରଞ୍ଜନ ନାୟକ,ଟିଟୁ ନାୟକ,ବଣ୍ଟି ନାୟକ,ବାବୁଲୁ ନାୟକ,ଜୟରାମ ନାୟକ, ଶୁରୁ ନାଏକ,ହୃଷିକେଶ ନାୟକ ପ୍ରମୁଖ ଅଭିନୟ କରିଥିବା ବେଳେ ବାଦ୍ଯଯନ୍ତ୍ରରେ ବ୍ରହ୍ମାନନ୍ଦ ପୂଜାହାରୀ,ସୁରେନ୍ଦ୍ର ଝାଙ୍କରଙ୍କ ସହ ଗୁମାନଚନ୍ଦ୍ର ନାଏକ, ବିଶ୍ବଜିତ ନାୟକ,ଅଞ୍ଜନ ନାଏକ ଏବଂ ନାଟ୍ଯ ପରିଚାଳନାରେ ନରେନ୍ଦ୍ର ନାୟକ,ଭଗବାନ ନାୟକ, କାର୍ତ୍ତିକ ନାୟକ, ରାଜେନ୍ଦ୍ର ଝାଙ୍କର,ପ୍ରଶାନ୍ତ ନାୟକ, ଛୋଟୁ ନାଏକ ସହ ଗ୍ରାମବାସୀ ସହଯୋଗ କରିଥିଲେ ।