-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ଜିଲ୍ଲା

କଳା ସର୍ବଦା ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଉତ୍ସର୍ଗିତ

15-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-କୌଣସି ନୂତନ ସୃଷ୍ଟିର କଳାକୌଶଳ ଓ କାର୍ଯ୍ୟାବଳୀ ହିଁ କଳା । ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମ ପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ ସେ ଯାହା ଅଛି ତାହାଠାରୁ ଅଧିକ ହୋଇ ଦୁନିଆରେ ନିଜକୁ ସାବ୍ୟସ୍ତ କରିବ। ତେଣୁ ଅନ୍ୟ ମାନଙ୍କ ପରି କଳାକାର ମଧ୍ୟ ତାର କଳା ମାଧ୍ୟମରେ ନିଜ ଠାରୁ ଅଧିକ ହୋଇ ବିବିଧ ବିଷୟରେ ଉନ୍ନତ ସୌନ୍ଦର୍ଯ୍ୟ ଓ ଅର୍ଥ ଫୁଟାଇବାକୁ ଚେଷ୍ଟାକରେ। ଏଥିପାଇଁ ସେ କେତେବେଳେ ପ୍ରକୃତି ତ ପୁଣି କେବେ ସାମାଜିକ ଚେତନାର ଆଶ୍ରୟ ନେଇଥାଏ। କୁତ୍ସିତ ଓ ଅସୁନ୍ଦରକୁ ସୁନ୍ଦର କରି ଗଢ଼ି ତୋଳିବାର ପ୍ରୟାସ କରିଥାଏ ବୋଲି ବିଶ୍ଵ କଳା ଦିବସ ପାଳନ ସମାରୋହରେ ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି । 
ଆଜି ବରଗଡ଼ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବରେ ବରଗଡ଼ ତହସିଲଦାର ସୋନାଲି ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ "ସମାଜ ଓ କଳା" ଶୀର୍ଷକ ଆଲୋଚନାରେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ଦ୍ବୟ ରାଜେନ୍ଦ୍ର ସିକନ୍ଦର ଓ ଅଶୋକ କୁମାର ଦାଶ ମୁଖ୍ୟ ଆଲୋଚକ ଭାବରେ ଅଂଶଗ୍ରହଣ କରି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କୃତି ଗୁଡ଼ିକୁ ନୂତନ ଚେତନାର ସ୍ପର୍ଶରେ ସଜାଡ଼ି ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଚିତ୍ରଶିଳ୍ପୀ ସର୍ବଦା ଚେଷ୍ଟା କରିଥାଏ ବୋଲି ଶ୍ରୀ ସିକନ୍ଦର କହିଥିଲେ । ଅନ୍ୟପକ୍ଷରେ କଳା କେବେ ବି ପ୍ରଦର୍ଶନର ମୋହ ନେଇ ସୃଷ୍ଟି ହୋଇନଥିଲା। ସେ ଥିଲା ଜୀବନ ଧାରଣର ଉତ୍ସ ଓ ପ୍ରେରଣା ଏବଂ ଏହା ମଣିଷର ଦୈନନ୍ଦିନ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହିଆସିଛି ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ସୋନାଲି ପଟ୍ଟନାୟକ କହିଲେ ଯେ, ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିଲା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି। ଆମେ ଆଧୁନିକ କଳାରେ ଦେଖିବା ମଣିଷର ଜୀବନର ଗତି ଅନୁସାରେ କଳା ମଧ୍ୟ ନିଜକୁ ଖାପଖୁଆଇ ସାମିଲ କରିନେଇଛି। ତେଣୁ ପ୍ରତିଟି ଯୁଗରେ ଦାର୍ଶନିକ ମାନଙ୍କ କଳା ଓ ସଂଜ୍ଞା ଆଦି ଅନେକାଂଶରେ ବଦଳିଗଲେ ମଧ୍ୟ ଚିରନ୍ତନ ସତ୍ୟକୁ ଆମେ ଏଡ଼ାଇ ଯାଇପାରିବା ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ 'ସ୍କୁଲ ଅଫ ଫାଇନ୍ ଆର୍ଟ' ଏବଂ 'କଳା କଳ୍ପନା' ଚିତ୍ରକଳା ଅନୁଷ୍ଠାନର ଛାତ୍ରମାନେ ସେମାନଙ୍କ କଳା ନିପୁଣତା ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କୁ ମହିଳା ସମିତି ପକ୍ଷରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସୁଧାଂଶୁବାଲା ଦାସ, ବରିଷ୍ଠ ସଭ୍ୟା ଗୀତା ମିଶ୍ର, କନକ ପ୍ରଧାନ, ଡ଼ା. କମଳିନୀ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ଉତ୍ସବରେ ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସଭାପତିତ୍ବ କରିଥିବା ବେଳେ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ, ପ୍ରୀତି ଗୁରୁ ସଭାକାର୍ଯ୍ୟ ପରିଚାଳନା ଏବଂ ପରିଶେଷରେ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like