-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ଜିଲ୍ଲା

ନୂତନ ବ୍ଲକ ଘୋଷଣା ଦାବିରେ ସୋନପୁରରେ ମେଣ୍ଡା ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ

15-Apr-2025



ସୋନପୁର-ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ଆଜି ମେଣ୍ଡା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ/ମହିଳା ସୋନପୁର ଜିଲ୍ଲା ସଦର ମହକୁମା ରେ ଏକ ବିଶାଳ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପାରମ୍ପରିକ ବାଦ୍ୟଯନ୍ତ୍ର,ମହିଳା ଗୋଷ୍ଠୀଙ୍କ ନାମକିର୍ତ୍ତନ ସମ୍ବଳିତ ଶୋଭାଯାତ୍ରାରେ ସୋନପୁର ସହର କମ୍ପିଉଠିଥିଲା । ନିଜ ଅଞ୍ଚଳର ନ୍ୟାର୍ଯ୍ୟଦାବିରେ ପ୍ରତ୍ୟେକ ପରିବାରରୁ ଦୁଇଜ ଲେଖାଏଁ ବାହାରି ଏହି ଶୋଭାଯାତ୍ରାରେ ଲୋକମାନେ ସାମିଲ ହୋଇଥିଲେ । ପ୍ରଥମେ ମେଣ୍ଡାଗଡର ଇଷ୍ଟଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରି ମେଣ୍ଡାରେ ଏକ ଶୋଭାଯାତ୍ରା କରାଯାଇଥିଲା ।

ପରେ ହାଇସ୍କୁଲ ପଡିଆରୁ ବାହାରି ଦେଉଳପଦର, ନାରାୟଣପୁର, ଗଡିଆ,ବିଶିମୁଣ୍ଡା ଦେଇ ସୋନପୁରରେ ଲୋକମାନେ ପହଞ୍ଚିଥିଲେ। ଏଠାରେ ବ୍ଲକଛକଠାରୁ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ପ୍ଲାକାର୍ଡ ଧରି ନୂତନ ମେଣ୍ଡାବ୍ଲକ ଆମର ଦାବି ନାରାଦେଇ ପଟାଭାଡିଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଖୁବ ନାରାବାଜି କରିଥିଲେ । “ନୂତନ ବ୍ଲକଗଠନ ଆମର ଦାବି..ସରକାର ତୁମେ ମାନିନିଅ”,  “କ୍ଷମତାର ବିକେନ୍ଦ୍ରିକରଣ ଆମର ଦାବି”, “ଜୟ ଜଗନ୍ନାଥ,ଜୟ ମାଁ ମେଣ୍ଡାଶୁଣୀ,ଜୟମାଁ ବାରପାହାଡ, ଜୟ ମାଁ ସୁରେଶ୍ୱରୀ” ଇତ୍ୟାଦି ନାରାଦେଇ ଅଞ୍ଚଳକୁ ପ୍ରକମ୍ପିତ କରିଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ ଦାବିପତ୍ରଗ୍ରହଣ କରିଥିଲେ l

ମେଣ୍ଡା,ଦେଉଳପଦର,ରାଣିସର୍ଡା,ପାଇକବାହାଲ,ପୁଆ,ଜରାଜାରିଂ ଅଞ୍ଚଳର ମେଣ୍ଡା ସରପଞ୍ଚ ଲିଜାରାଣି ଦଣ୍ଡସେନା,ସମିତି ସଭ୍ଯା ବିଷ୍ନୁ ପ୍ରିୟା ମିଶ୍ର,ଗୋପାଳ କର୍ମି,ପାକବାହାଲ ସରପଞ୍ଚ ପିଙ୍କି ଶିକା,ସମିତିସଭ୍ୟ ରାଜକିଶୋର ଭୁଏ, ସଂଗଠକ,ମକୁନ୍ଦ ସାହୁ, ପ୍ରଶନ୍ନ ପର୍ଡିଆ,ନାରାୟଣ ଝାଙ୍କର,ଟଙ୍କଧର ମେହେର, ବିଶ୍ୱାମିତ୍ର ନାଏକ,ରାଜୀବ ଯୋଷୀ, ରାଜେନ୍ଦ୍ର ପଣ୍ଡା,କିଶୋର ପଣ୍ଡା,ନକୁଳ କର୍ଣ୍ଣ, ରାଜେନ୍ଦ୍ର ଝାଙ୍କର, ବିଭୁତି ଝାଙ୍କର,ପ୍ରମୋଦ ପର୍ଡିଆ,ସିଦ୍ଧାର୍ଥ ଅଗ୍ରୱାଲ,ପ୍ରସାଦି କର୍ଣ୍ଣ,ଭାଗିରଥି ସାହୁ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ, କ୍ଷମାନିଧି ଝାଙ୍କର, କିର୍ତ୍ତନ ଦୀପ, ଭୁବନାନନ୍ଦ ବାଦୀ, ମଥାମଣୀ ହରିପାଲ,ପୁସ୍ପାଞ୍ଜଳି ମେହେର, ସନ୍ତୋଷିନୀ ସାହୁ, ଜୟନ୍ତି ମେହେର,କପିଳ ସୁନା,ଦେବେନ୍ଦ୍ର ପର୍ଦ୍ଧିର୍ଆ,ଭିକାରୀ ମେହେର,ହାଡୁ ଜେନା, ହୃଷିକେଶ ପାତ୍ର, ନରହରି ପୂଜାହାରୀ, ବୀରବର ଝାଙ୍କର, ହରିଶଙ୍କର ପୁରୋହିତ, ଆନନ୍ଦ ପୂଜାହାରୀ, ବନବାସ ମେହେର, ସବ୍ୟସାଚୀ ଦଣ୍ଡସେନା, ଶେଷଦେବ ମେହେର, ଲୋକନାଥ ବାଦୀ,ଗୁଣନିଧି ନାଗ,ସୁରୁୁବାବୁ ମେହେର, ଦୁର୍ବାଦଳ ଷଢଙ୍ଗୀ, ଜନାର୍ଦ୍ଦନ ଟାଲି,ନିରଂଜନ ଟାଲି,ମଦନ ,ମଦନମୋହନ ପଣ୍ଡା,ଭୂଷଣ ଜେନା,ଧିରେନ୍ଦ୍ର ଝାଙ୍କର,ପୁରନ୍ଦର ମେହେର,ଅଜିତ ପାଣିଗ୍ରାହୀ, ମହାଦେବ ଜେନା,ସନାତନ ରଣା,ନରେନ୍ଦ୍ର ସା,ଓମପ୍ରକାଶ ଦଳବେହେରା,ପ୍ରତାପ ଦନ୍ତା,ଅଭିମନ୍ୟୁ ପାଢୀ, ଗୋବିନ୍ଦ ମୁଖି,ରଂଜନ ବରାଇ,ଦାସରଥି ପଣ୍ଡା,ସୁରୁ ମେହେର, ଗୁହାଲୁ ମେହେର,ନବୀନ ରାଉତ,ଜିତେନ୍ଦ୍ରୀୟ ପଣ୍ଡା,ବୁଲେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ପୁରୁଷ ମହିଳାଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାରମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନଦାବି ଯଥାର୍ଥ ବୋଲି କୁହାଯାଇଛି । ରାଜାରାଜୁଡା ଅମଳରେ ମେଣ୍ଡାଏକ ଗଡଥିଲା ଓ ଏହାର ଗଡତିଆଙ୍କ ଅଧିନରେ ୫୫ଟି ଗ୍ରାମର ରାଜସ୍ୱ ଆଦାୟ ହେଉଥିଲା । ଐତିହ୍ୟସମ୍ପନ୍ନ ଗ୍ରାମ ମେଣ୍ଡାଠାରେ ହିଁ ନୂତନ ବ୍ଲକସ୍ଥାପନ କରିବାକୁ ଦାବି କରା ଯାଇଛି । ସୋନପୁର ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ସରକାରଙ୍କ ସୁଶାସନ ପହଞ୍ଚାଇବାକୁ ହେଲେ ବ୍ଲକପୁନଠର୍ଗଠନ ନିତାନ୍ତ ଜରୁରି ବୋଲି ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like