-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ନୂତନ ବ୍ଲକ ଘୋଷଣା ଦାବିରେ ସୋନପୁରରେ ମେଣ୍ଡା ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ

15-Apr-2025



ସୋନପୁର-ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ଆଜି ମେଣ୍ଡା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ/ମହିଳା ସୋନପୁର ଜିଲ୍ଲା ସଦର ମହକୁମା ରେ ଏକ ବିଶାଳ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପାରମ୍ପରିକ ବାଦ୍ୟଯନ୍ତ୍ର,ମହିଳା ଗୋଷ୍ଠୀଙ୍କ ନାମକିର୍ତ୍ତନ ସମ୍ବଳିତ ଶୋଭାଯାତ୍ରାରେ ସୋନପୁର ସହର କମ୍ପିଉଠିଥିଲା । ନିଜ ଅଞ୍ଚଳର ନ୍ୟାର୍ଯ୍ୟଦାବିରେ ପ୍ରତ୍ୟେକ ପରିବାରରୁ ଦୁଇଜ ଲେଖାଏଁ ବାହାରି ଏହି ଶୋଭାଯାତ୍ରାରେ ଲୋକମାନେ ସାମିଲ ହୋଇଥିଲେ । ପ୍ରଥମେ ମେଣ୍ଡାଗଡର ଇଷ୍ଟଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରି ମେଣ୍ଡାରେ ଏକ ଶୋଭାଯାତ୍ରା କରାଯାଇଥିଲା ।

ପରେ ହାଇସ୍କୁଲ ପଡିଆରୁ ବାହାରି ଦେଉଳପଦର, ନାରାୟଣପୁର, ଗଡିଆ,ବିଶିମୁଣ୍ଡା ଦେଇ ସୋନପୁରରେ ଲୋକମାନେ ପହଞ୍ଚିଥିଲେ। ଏଠାରେ ବ୍ଲକଛକଠାରୁ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ପ୍ଲାକାର୍ଡ ଧରି ନୂତନ ମେଣ୍ଡାବ୍ଲକ ଆମର ଦାବି ନାରାଦେଇ ପଟାଭାଡିଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଖୁବ ନାରାବାଜି କରିଥିଲେ । “ନୂତନ ବ୍ଲକଗଠନ ଆମର ଦାବି..ସରକାର ତୁମେ ମାନିନିଅ”,  “କ୍ଷମତାର ବିକେନ୍ଦ୍ରିକରଣ ଆମର ଦାବି”, “ଜୟ ଜଗନ୍ନାଥ,ଜୟ ମାଁ ମେଣ୍ଡାଶୁଣୀ,ଜୟମାଁ ବାରପାହାଡ, ଜୟ ମାଁ ସୁରେଶ୍ୱରୀ” ଇତ୍ୟାଦି ନାରାଦେଇ ଅଞ୍ଚଳକୁ ପ୍ରକମ୍ପିତ କରିଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ ଦାବିପତ୍ରଗ୍ରହଣ କରିଥିଲେ l

ମେଣ୍ଡା,ଦେଉଳପଦର,ରାଣିସର୍ଡା,ପାଇକବାହାଲ,ପୁଆ,ଜରାଜାରିଂ ଅଞ୍ଚଳର ମେଣ୍ଡା ସରପଞ୍ଚ ଲିଜାରାଣି ଦଣ୍ଡସେନା,ସମିତି ସଭ୍ଯା ବିଷ୍ନୁ ପ୍ରିୟା ମିଶ୍ର,ଗୋପାଳ କର୍ମି,ପାକବାହାଲ ସରପଞ୍ଚ ପିଙ୍କି ଶିକା,ସମିତିସଭ୍ୟ ରାଜକିଶୋର ଭୁଏ, ସଂଗଠକ,ମକୁନ୍ଦ ସାହୁ, ପ୍ରଶନ୍ନ ପର୍ଡିଆ,ନାରାୟଣ ଝାଙ୍କର,ଟଙ୍କଧର ମେହେର, ବିଶ୍ୱାମିତ୍ର ନାଏକ,ରାଜୀବ ଯୋଷୀ, ରାଜେନ୍ଦ୍ର ପଣ୍ଡା,କିଶୋର ପଣ୍ଡା,ନକୁଳ କର୍ଣ୍ଣ, ରାଜେନ୍ଦ୍ର ଝାଙ୍କର, ବିଭୁତି ଝାଙ୍କର,ପ୍ରମୋଦ ପର୍ଡିଆ,ସିଦ୍ଧାର୍ଥ ଅଗ୍ରୱାଲ,ପ୍ରସାଦି କର୍ଣ୍ଣ,ଭାଗିରଥି ସାହୁ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ, କ୍ଷମାନିଧି ଝାଙ୍କର, କିର୍ତ୍ତନ ଦୀପ, ଭୁବନାନନ୍ଦ ବାଦୀ, ମଥାମଣୀ ହରିପାଲ,ପୁସ୍ପାଞ୍ଜଳି ମେହେର, ସନ୍ତୋଷିନୀ ସାହୁ, ଜୟନ୍ତି ମେହେର,କପିଳ ସୁନା,ଦେବେନ୍ଦ୍ର ପର୍ଦ୍ଧିର୍ଆ,ଭିକାରୀ ମେହେର,ହାଡୁ ଜେନା, ହୃଷିକେଶ ପାତ୍ର, ନରହରି ପୂଜାହାରୀ, ବୀରବର ଝାଙ୍କର, ହରିଶଙ୍କର ପୁରୋହିତ, ଆନନ୍ଦ ପୂଜାହାରୀ, ବନବାସ ମେହେର, ସବ୍ୟସାଚୀ ଦଣ୍ଡସେନା, ଶେଷଦେବ ମେହେର, ଲୋକନାଥ ବାଦୀ,ଗୁଣନିଧି ନାଗ,ସୁରୁୁବାବୁ ମେହେର, ଦୁର୍ବାଦଳ ଷଢଙ୍ଗୀ, ଜନାର୍ଦ୍ଦନ ଟାଲି,ନିରଂଜନ ଟାଲି,ମଦନ ,ମଦନମୋହନ ପଣ୍ଡା,ଭୂଷଣ ଜେନା,ଧିରେନ୍ଦ୍ର ଝାଙ୍କର,ପୁରନ୍ଦର ମେହେର,ଅଜିତ ପାଣିଗ୍ରାହୀ, ମହାଦେବ ଜେନା,ସନାତନ ରଣା,ନରେନ୍ଦ୍ର ସା,ଓମପ୍ରକାଶ ଦଳବେହେରା,ପ୍ରତାପ ଦନ୍ତା,ଅଭିମନ୍ୟୁ ପାଢୀ, ଗୋବିନ୍ଦ ମୁଖି,ରଂଜନ ବରାଇ,ଦାସରଥି ପଣ୍ଡା,ସୁରୁ ମେହେର, ଗୁହାଲୁ ମେହେର,ନବୀନ ରାଉତ,ଜିତେନ୍ଦ୍ରୀୟ ପଣ୍ଡା,ବୁଲେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ପୁରୁଷ ମହିଳାଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାରମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନଦାବି ଯଥାର୍ଥ ବୋଲି କୁହାଯାଇଛି । ରାଜାରାଜୁଡା ଅମଳରେ ମେଣ୍ଡାଏକ ଗଡଥିଲା ଓ ଏହାର ଗଡତିଆଙ୍କ ଅଧିନରେ ୫୫ଟି ଗ୍ରାମର ରାଜସ୍ୱ ଆଦାୟ ହେଉଥିଲା । ଐତିହ୍ୟସମ୍ପନ୍ନ ଗ୍ରାମ ମେଣ୍ଡାଠାରେ ହିଁ ନୂତନ ବ୍ଲକସ୍ଥାପନ କରିବାକୁ ଦାବି କରା ଯାଇଛି । ସୋନପୁର ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ସରକାରଙ୍କ ସୁଶାସନ ପହଞ୍ଚାଇବାକୁ ହେଲେ ବ୍ଲକପୁନଠର୍ଗଠନ ନିତାନ୍ତ ଜରୁରି ବୋଲି ଦାବି କରାଯାଇଛି ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like