-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
15-Apr-2025
(ମିହିର ଶଙ୍କର ପାତ୍ର,)
ମହା ବିଷୁବ ସଂକ୍ରାନ୍ତି ଅବସରରେ ଡଃ. ନିଳକଣ୍ଠ ପାଢ଼ୀ ଙ୍କ ଦ୍ଵାରା ଆୟୋଜିତ ଏକ ସତସଙ୍ଗ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଯାଇଥିବା ସ୍ଥଳେ ଦକ୍ଷିଣ ଓଡ଼ିଶା ର ସୁନାମଧନ୍ୟ କବି, ଲେଖିକା , ସାମାଜିକ କାର୍ଯ୍ୟକର୍ତ୍ତା ଜେମା ମଣୀ ବିଷୟୀ ଏହି ଅବସରରେ ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଙ୍କୁ ସ୍ବରଚିତ ପୁସ୍ତକ ଚର୍ବିତ ଚର୍ବଣ ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରଖ୍ୟାତ ସାହିତ୍ୟିକା ତଥା ଅଧ୍ୟାପିକା ସ୍ବପ୍ନା ମହାନ୍ତି ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ହିନ୍ଦୁ ମହାସଂଘ କେନ୍ଦ୍ରୀୟ ମାର୍ଗଦର୍ଶକ ଜଗନ୍ନାଥ ଶତପଥୀ ଉପସ୍ଥିତ ଥିଲେ। ଶ୍ରୀ ପାତ୍ର ସସମ୍ମାନ ସହ ପୁସ୍ତକ କୁ ଗ୍ରହଣ କରି ଜେମା ମଣୀ ବିଷୟୀ ଙ୍କ ଠାରୁ ଧର୍ମ ରକ୍ଷା ପାଇଁ ଆଶିର୍ବାଦ ମାଗି ଥିଲେ। ସାହିତ୍ୟିକ ମାନଙ୍କ ସଂସ୍ପର୍ଶରେ ଆସିବା ମୋର ପାଇଁ ଏକ ଅବିସ୍ମରଣୀୟ ମୁହୁର୍ତ୍ତ ବୋଲି ଶ୍ରୀ ପାତ୍ର ବ୍ୟକ୍ତ କରିଥିଲେ।