-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
14-Apr-2025
ଅତାବିରା(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପତ୍ର ପାଲି ଠାରେ ଦୀ ର୍ଘ ଦିନରୁ ଏହି କଫ ସୀରଫ ଆଣି ବିକ୍ରି କରିବା ବ୍ୟତୀତ ଅଞ୍ଚଳ ରେ ଛୋଟ ଛୋଟ ପିଲା ତଥା ଯୁବ ବର୍ଗଙ୍କୁ ଆକୃଷ୍ଟ କରି ଲୋକଙ୍କ ଜୀବନ ନଷ୍ଟ କରାଉଥିଲା। କାହାରିକୁ ନାଇଁ ଡର ନାଇଁ ଭୟ ।ବ୍ୟବସାୟୀ ଜଣକ ଖୁଳମ୍ ଖୁଳା ତାର ବ୍ୟବସାୟ। ବେ ଆଇନ ଭାବେ ଚଳାଉଥିଲେ । ଏହି ଖବର ଧୀରେ ଧୀରେ ଅଞ୍ଚାଲରେ ଚର୍ଚ୍ଚା ହେବା ପରେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ପତ୍ରl ପାଲି ଅଞ୍ଚଲରେ ଏକ ଜାଲ ଫିଙ୍ଗିଥିଲା ଯାହା କି ଗତକାଲି ସନ୍ଧ୍ୟା ସମୟରେ ମାଲ୍ ଆଣି ଲୁଚିକରି ନ ଜାଣିଲା ଭଳିଆ ବିକ୍ରି କରୁ ଥିଲା ଏହି ସମୟରେ ପୋଲିସ ମଧ୍ୟ ବିନା ପୋଷାକରେ ବ୍ୟବସାୟୀଙ୍କ ପାଖକୁ ଯାଇ କଫ ସିରଫ୍ କିଣିବା ବାହାନାରେ ଯାଇ ଜାଲରେ ପଡ଼ିଲା ବ୍ୟବସାୟୀ କିଶୋର ବଢେଇ। ବ୍ୟବସାୟୀଙ୍କ ପାଖରୁ ସିଲ ହୋଇଥିବା ୨୨୦ ବୋତଲ (୪୫)ଲିଟର ଜବତ କରିବା ସହ ଆଜି ତାକୁ କୋର୍ଟ ଚାଲାଣ କରିଛି।ଏହି କଫ ସିରଫ କଟକ ପଟରୁ ବସ ମାଧ୍ୟମରେ ଆସୁଥିବା ସେ ପ୍ରକାଶ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏ ନେଇ ପୋଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି। ଓ ଏହାର ପଛରେ କାହାରି ହାତ ରହିଛି।