-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
13-Apr-2025
ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ ହାତପାହାନ୍ତାରେ ଗ୍ରାମବାସୀଙ୍କୁ ମିଳୁଛି ଚିକିତ୍ସାସେବା
କଳାହାଣ୍ଡି(ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଉତ୍କଳ ଆଲୁମିନା । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମନ୍ତକୁ ଲାଗିରହିଥିବା ଉତ୍କଳ ଆଲୁମିନା କାରଖାନା ଏହାର ଆଖପାଖ ଅଂଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା କମ୍ପାନୀର ବାଫଲାମାଳି ଖଣି ସଂଲଗ୍ନ ତିନିଗୋଟି ଗ୍ରାମପଂଚାୟତ ଯଥା ଅଡ଼ରି, ଗୋପୀନାଥପୁର ଓ ମାଲିଗାଁ ପଂଚାୟତରେ ସ୍ୱାସ୍ଥ୍ୟ ସେବା ସୁଧରୂଢ଼ ନିମନ୍ତେ କମ୍ପାନୀ ଦୀର୍ଘ ବର୍ଷରୁ ପ୍ରୟାସ ଜାରି ରଖିଅଛି । ସମ୍ପ୍ରତି ମୋବାଇଲ ସ୍ୱାସ୍ଥ୍ୟ ସେବା, ୩୪ଗାଁରେ ଆମ୍ବୁଲାନ୍ସ ସେବା ଏବଂ ନିରୋଗଶାଳା ମାଧ୍ୟମରେ ଉକ୍ତ ତିନୋଟୋ ଗ୍ରାମପଞ୍ଚାୟତରେ ଦିବାରାତ୍ର ସ୍ୱାସ୍ଥ୍ୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯାଉଅଛି । କମ୍ପାନୀ ସିଏସଆର ବିଭାଗ ତରଫରୁ ପ୍ରଚଳିତ ମୋବାଇଲ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ବାର୍ଷିକ ୨୪,୦୦୦ ରୁ ଉର୍ଧ୍ଵ ଗ୍ରାମବାସୀଙ୍କୁ ହାତପାହାନ୍ତାରେ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଅଛି । ଏହି ସୁବିଧା ଅଂଚଳର ଉପାନ୍ତ ଗ୍ରାମବାସୀଙ୍କ ସକାଶେ ଆରମ୍ଭ ହୋଇଥିବାବେଳେ ଜଣେ ଡାକ୍ତର ସମେତ ସ୍ୱାସ୍ଥ୍ୟକର୍ମୀ ଓ ସମାଜ ସୁରକ୍ଷା ଅଧିକାରୀ ପ୍ରମୁଖ ଏହି ମୋବାଇଲ ସ୍ୱାସ୍ଥ୍ୟ ସେବା ୟୁନିଟରେ ରୋଗୀସେବା ପାଇଁ ନିୟୋଜିତ ଅଛନ୍ତି । ସେହିପରି ସ୍ଥାନୀୟ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ନିରୋଗଶାଳା ପ୍ରତିଷ୍ଠା କରାଯାଇ ଥିବାବେଳେ ମାସିକ ୯୦୦ ରୁ ଉର୍ଧ ରୋଗୀ ଏଠାରେ ମାଗଣାରେ ଚିକିତ୍ସିତ ହେଉଛନ୍ତି । ଏହି ନିରୋଗଶାଳାରେ ରୋଗୀଙ୍କ ରୋଗ ନିରୂପଣ ପାଇଁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଅଛି । ସେହିଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ରୋଗୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଯଥା ଗୋଷ୍ଠୀ ଚିକିତ୍ସାଳୟ କିମ୍ବା ଜିଲ୍ଳାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ନିମନ୍ତେ କମ୍ପାନୀ ସିଏସଆର ବିଭାଗ ତରଫରୁ ୨୪ଘଣ୍ଟିଆ ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଅଛି । ଯାହା ମାସିକ ୨୫ଜଣରୁ ଉର୍ଧ୍ଵ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କେନ୍ଦ୍ରରେ ଆଣି ଭର୍ତି କରି ଉତ୍ତମ ଚିକତ୍ସା ସେବା ପ୍ରଦାନ କରାଯାଇଅଛି । ତେବେ ଉକ୍ତ ତିନିଗୋଟି ଗ୍ରାମପଞ୍ଚାୟତରେ ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇଁ ଅଂଚଳରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଅଛି । ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଭିଟାମିନ ହ୍ରାସ ସମ୍ପର୍କିତ ରୋଗ ସଂକ୍ରାନ୍ତରେ ସିଏସଆର ବିଭାଗ ତରଫରୁ ଅବିରତ ପଦକ୍ଷେପ ଗ୍ରହଣ କରାଯାଇଅଛି । ଅନ୍ୟପଟେ ଗୋପୀନାଥପୁର ସ୍ତିତ ନିରୋଗଶାଳାରେ ଧାର୍ଯ୍ୟ ଦିନ ବିଶେଷଜ୍ଞ ଡାକ୍ତର ପରିଦର୍ଶନରେ ଆସି ସ୍ଥାନୀୟ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଅଛନ୍ତି । ଯଥା ଅସ୍ଥିସଲ୍ୟ, ଆଖି, ଶିଶୁ ରୋଗ, ଔଷଧ ଓ ଚର୍ମ ବିଭାଗ ବିଶେଷଜ୍ଞ ଡାକ୍ତର ବିଭିନ୍ନ ସମୟରେ ନିରୋଗଶାଳାକୁ ପରିଦର୍ଶନରେ ଯାଇ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଅଛନ୍ତି । ଅନ୍ୟପକ୍ଷେ ଉତ୍କଳ ଆଲୁମିନା କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇବାକୁ ଯାଇ ୩୪ରୁ ଉର୍ଧ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଜୀବନ ରକ୍ଷାକାରି ଉପକରଣ ପ୍ରଦାନ କରାଯାଇଅଛି । ଅନୁରୂପ ଏହି ତିନୋଟି ପଂଚାୟତରେ ଲୋକଙ୍କ ଆଖି ପରୀକ୍ଷା ଶିବିର ଅନୁଷ୍ଠି କରାଯାଇ କମ ଦୃଷ୍ଟି ଥିବା ବରିଷ୍ଠ ନାଗରିକଙ୍କୁ ଚଷମା ପ୍ରଦାନ ସହ ଅନ୍ୟାନ୍ୟ ଦୃଷ୍ଟି ସହାୟକ ଉପକରଣ ମଧ୍ୟ ପ୍ରଦାନ କରାଯାଇଅଛି । ଉତ୍କଳ ଆଲୁମିନା ଖଣି ପାର୍ଶ୍ୱସ୍ଥ ଅଂଚଳରେ ସମ୍ପ୍ରତି ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରହିଥିବାରୁ ସ୍ଥାନୀୟ ଲୋକେ କମ୍ପାନୀର ସିଏସଆର ବିଭାଗର କାର୍ଯ୍ୟକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି ।