-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
11-Apr-2025
ବଲାଙ୍ଗିର ସହରରେ ଡ୍ରଗ୍ସ ଓ ନିଶା କାରବାର ଓ ଏଥିରେ ଯୁବବର୍ଗଙ୍କ ସଂପୃକ୍ତ ବଢ଼ିବାରେ ଲାଗିଛି । କୌଣସି ଏକ ବଶ୍ୱସ୍ତ ସୂତ୍ରରୁ ବଲାଙ୍ଗୀର ସହରରେ କଫ୍ ସିରଫ୍ କାରବାର ଚାଲିଥିବା ଖବର ପାଇ ଆଜି ବଲାଙ୍ଗୀର ଟାଉନ ପୋଲିସ ର ଏକ ଫୋର୍ସ ବଲାଙ୍ଗୀର ମୁନିସିପାଲିଟି ଆନ୍ତର୍ଗତ ସୁଦପଡା ନିକଟରେ ଚଢ଼ଉ କରି ବିପୁଳ ପରିମାଣରେ କଫ୍ ସିରଫ୍ ଜବତ କରିଛନ୍ତି । ବଲାଙ୍ଗିର ପୋଲିସ ୯ଠଠ ବୋଟଲ ଏସକଫ ସିରଫ ଓ ୪୮ଠ ବୋଟଲ କେରେକ୍ସ କଫ୍ ସିରଫ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବରପାଲିପଡାର ଧବଳେଶ୍ୱର ଜେନା(୨୬), ସୁମାନ ସ୍ୱାଇଁ(୨୯. ସାଲେପାଲିର ଅବିନାସ ଦାସ(୨୩) ଓ ମାଲପଡାର ଶୁଭମ ଗୁରୁକୁ ପୋଲିସ ଗିରଫ ୍କରିଛି । ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ୧୩୬ଠଟଙ୍କା ଗୋଟିଏ ମାରତି ସୁଜୁକି କାର(ଓଡିଠ୨ସିଏଲ୍ ୬୯ଠଠ), ଗୋଟିଏ ସୁଜୁକି ଡିଜାୟର୍ କାର (ଓଡଠ୩-ୟୁ ୪୭୩ଠ) ଓ ୩ଟି ବିଭିନ୍ନ କଂପାନୀର ମୋବାଇଲ ଜବତ କରିଛି । ବଲାଙ୍ଗିର ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢ଼ଉରେ ଇନିସପେକ୍ଟର ଅବନୀ କୁମାର ସାହୁ, ଅନୀତା ରାଣୀ ପଟନିଆ, ଏସ୍ଆଇବି. ନାଏକ, ବି. ବେଚ୍ ଙ୍କ ସମେତ ଏଏସ୍ଆଇ ବି.ଡି. ଭୋଇ ଓ ସ୍ଟାଫ୍ ସାମିଲ ଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ପିଏସ୍ କେଶ ନମ୍ବର ୨୬୩, ଦଫା ୨୧(ବି)/୨୯ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ୍ ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଧବଳେଶ୍ୱର ୨ଠ୧୯ରୁ କଫସିରଫ୍ ବେପାରରେ ସଂପୃକ୍ତ ଥିବା ଓ ତା ନାମରେ ଏ ପର୍ଯ୍ୟନ୍ତ ୧୩ଟି ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।