-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ଧରି ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ଏହାକୁ ଉଦଘାଟନ କରି କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରଚଳିତ ନିପୁଣ ଓଡିଶା କାର୍ଯ୍ୟକ୍ରମ ଧାରାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଭିନଵ ପ୍ରୟାସ ନିପୁଣ ବରଗଡ଼କୁ ସାଫଲ୍ୟ ମଣ୍ଡିତ କରିବାକୁ ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହଯୋଗ ଏକାନ୍ତ କାମ୍ୟ। ନିପୁଣ ଓଡିଶାର ଉପକ୍ରମ ତଥା ଡକୋମେଣ୍ଟଟେସନ ବିଷୟରେ ସିଆରସିସି ନବୀନ କୁମାର ସାହୁ ଆଲୋଚନା କରିଥିଲେ। ଚଳିତ ମାସର ଦ୍ଵିତୀୟ ଶନିବାର ଦିନ ବିଦ୍ୟାଳୟରେ କିଭଳି ଓଡ଼ିଆ ମାତ୍ରା ଶିକ୍ଷଣ ପାଇଁ ଶୈଳୀ ତଥା ଶିକ୍ଷଣ ସାମଗ୍ରୀ ବ୍ୟବହାର କରାଯିବ ସେ ବିଷୟରେ ସିଆରସିସି ବାସୁଦେବ ପଧାନ ଓ ଵିଡିଓ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଆପ୍ସ ମାଧ୍ୟମରେ କିଭଳି ଶିକ୍ଷକ ତଥା ଛାତ୍ରୀ ଛାତ୍ର ମାନଙ୍କ ଉପସ୍ଥାନ ପକାଯିବ ସେ ସଂପର୍କରେ ସିଆରସିସି ତ୍ରିନାଥ ସେଠ ଓ ଡୋଳାମଣି କୁମ୍ଭାର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ଦିବାକର ବରିହା ବିଭିନ୍ନ ଅନୁଦାନ ବିନିଯୋଗ ଓ ମଧ୍ୟାହ୍ନ ଭୋଜନ ବିଷୟରେ ବିଶଦ ଆଲୋଚନା କରିଥିଲେ। ବିଜେପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପୁର,ଜାରିଂ, ଟିଗଣ୍ଡପାଲି, ଖରମୁଣ୍ଡା,ବଡବ୍ରାହ୍ମଣୀ,ବଡବାଉଁଶେନ, ପହଣ୍ଡି ହାଇସ୍କୁଲରେ ପଡା, ବାନ୍ଦୁପାଲି,ତାଳପଦର,ଯୋଖିପାଲି,ଲାଉମୁଣ୍ଡା,ପଥର୍ଲା କ୍ଲଷ୍ଟରର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଗଣ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ବିଜେପୁର ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶଙ୍କର ପଟେଲ , ପହଣ୍ଡି ହାଇସ୍କୁଲରେ ନିତ୍ୟାନନ୍ଦ ପୁରୋହିତ ଉପସ୍ଥିତ ଥିଲେ।ଶରତ ପଧାନ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ,ସୀତାରାମ ଦୀପ,ରାଜେଶ୍ଵର ବେହେରା ପ୍ରଭାତ ରଞ୍ଜନ ସାହୁ,,ଦୁର୍ବାଦଳ ବଡଗୋଛିଆ, ସୁଧାଂଶୁ ଶେଖର ଜାଲ ପ୍ରମୁଖ ସିଆରସିସିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।