-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    (12-Nov-2025)       ||      ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||     

HOME   ରାଜ୍ୟ

ମହୋତ୍ସବ କେବଳ ମନୋରଂଜନର ମାଧ୍ୟମ ନହୋଇ ସମସ୍ୟାସମାଧାନର ମଞ୍ଚ ହେଉ

09-Apr-2025



ବଲାଙ୍ଗିର(ପ୍ରେରଣା ଖବର)-ମହୋତ୍ସବର କେବଳ ମନୋରଂଜନର ମାଧ୍ୟମ ନୋହୋଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନର ମଞ୍ଚ ହେଉ । ଲୋୟରସୁକତେଲ ପ୍ରକଲ୍ପରେ ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନଙ୍କର ସମସ୍ୟା ସମାଧାନ କରିବାରେ ସରକାରମାନେ ବିଫଳ ହୋଇଛନ୍ତି । ବିସ୍ଥାପିତ କଲୋନୀରେ ସେମାନଙ୍କ ପାଇଁ ମୌଳିକ ସୁବିଧା କରାଯାଇ ପାରିନାହିଁ । ବିସ୍ଥାପିତଙ୍କ ପାଇଁ ରହିଥିବା ସରକାରୀ ନିୟମର ଏଠାରେ ଖୋଲାଖୋଲି ଉଲଂଘନ କରାଯାଉଛି । ବିସ୍ଥାପନର ଦୁଇବର୍ଷ ପରେ ଲୋକଙ୍କୁ ଉଚିତ କ୍ଷତିପୂରଣ ମିଳିନାହିଁ କିମ୍ବା ଥଇଥାନ କରାଯାଇ ପାରିନାହିଁ । ପ୍ରକଲ୍ପ ହେବା ସମୟରେ ଯେଉଁମାନେ ପ୍ରକଲ୍ପକୁ ସମର୍ଥନ କଲେ ସେମାନେ ପ୍ରଶାସନ ସହିତ ଆଲୋଚନା କରି ଉଚିତ ଥଇଥାନ କରାଇବେ ବୋଲି

କହୁଥିଲେ ସେମାନେ ଏବେ ମୁହଁ ମୋଡିଦେଇଛନ୍ତି । ବୃହତ୍ତର ସ୍ୱାର୍ଥପାଇଁ ଭିଟାମାଟି ଛାଡିଥିବା ଲୋକେ ଏବେ ଅପଦସ୍ତ ହେଉଛନ୍ତି । ଏବେ ସମୟ ଆସିଛି ବିସ୍ଥାପିତଙ୍କ ସହିତ ଛିଡାହୋଇ ତାଙ୍କର ସମସ୍ୟାକୁ ସମସାଧାନ କରାଇବା  ବୋଲି ବଲାଙ୍ଗୀର ଜିଲ୍ଲା ଲୋୟରସୁକତେଲ ପ୍ରକଲ୍ପ ତଳେ ମାଗୁରବେଢାଠାରେ ଚାଲିଥିବା ବନଦୁର୍ଗା ମହୋତ୍ସବର ଦ୍ୱିତୀୟଦିନରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ବନଦୁର୍ଗା ମହୋତ୍ସବ କମିଟିର ସଭାପତି ମାଗୁରବେଢା ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱ ଓ ବିକାଶରଂଜନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଚାଷିନେତା ଆକାଶ ମିଶ୍ର,ସମ୍ମାନୀତ ଅତିଥି ଭାବରେ ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ,କୁସମେଲ ସରପଞ୍ଚ କୌସ୍ତୁଭ ସାହୁ,ରତାଖଣ୍ଡି ସରପଞ୍ଚ ହୀମାଞ୍ଚଳ ମେହେର, କୁସମେଲ ସମିତି ସଭ୍ୟ ବିରେନ୍ଦ୍ରସାହୁ,ମାଗୁରବେଢା ସମିତିସଭ୍ୟ ଦିଲିପ ଦାସ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଗତିବାଦୀର ଜିଲ୍ଲାପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଲୋୟରସୁକତେଲ ପ୍ରକଲ୍ପରୁ ଜଳସେଚନ ନେଇ ସନ୍ଦେହ ବ୍ୟକ୍ତ କରି ୨୦୦୦ ମସିହାରେ ଯାହା ସନ୍ଦେହ କରାଯାଉଥିଲା ଯେ,ପ୍ରକଲ୍ପରୁ ଖଣି ଓ କାରଖାନାକୁ ପାଣି ଦିଆଯିବ ବୋଲି

ତାହା ସତ୍ୟ ହେବାକୁ ଯାଉଛି ବୋଲି କହିଥିଲେ । ଆଜି ଲୋୟରସୁକତେଲ ପ୍ରକଲ୍ପ ଉପରମୁଣ୍ଡରେ ଖଣି ଖନନ କରିବାକୁ ସରକାର ଯୋଜନା କରୁଛନ୍ତି ଓ ପ୍ରକଲ୍ପରୁ ଆଖିବୁଜା ପାଣି ସେମାନଙ୍କୁ ଦେବାର ଆଶଂକା ରହିଛି । ଏହା ହେଲେ ପ୍ରକଲ୍ପର ଅସଲ ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ବିସ୍ଥାପିତଙ୍କ ସମସ୍ୟାର ମିଳିତ ଭାବରେ ସମାଧାନ କରାଯାଉ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଠିକ ସେହିପରି ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ,ସରପଞ୍ଚ କୌସ୍ତୁଭ ସାହୁ ଓ ଅନ୍ୟମାନେ ବିସ୍ଥାପିତ କଲୋନୀଗୁଡିକର ସମସ୍ୟା ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ମହୋତ୍ସବ କମିଟର ସଂପାଦକ ଜୟକୃଷ୍ଣ ମିଶ୍ର  ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ସଂଯୋଜନା କରିଥିଲେ । ଏହି ଅବସରରେ ସଂସ୍କୃତିବିଭାଗ ଅନୁକୂଲ୍ୟରେ ପ୍ରାୟୋଜିତ ସାଂସ୍କୃତିକ ଦଳଗୁଡିକ  ଦିଲିପ କୁମାର ସାହୁ, ପଦ୍ମଶ୍ରୀ ଖଟେଇ ଓ ସାଥୀ କଳାଜିବୀ ବରଗଡ଼, ପାୟଲ ଇନଷ୍ଟିଚ୍ୟୁଟ କଟକ, ଆକାଶ, ବିଦ୍ୟା ଓ ସାଥୀ ମହାନୀ ନୃତ୍ୟ ଅନୁଷ୍ଠାନ ବଲାଙ୍ଗିର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି କଳାକାର ଗୋପାଳ ପଣ୍ଡାଙ୍କ ଟିମଦ୍ୱାରା କଂସ ଦରବାର ଆୟୋଜିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ସହିତ ଏ ବି ଭି ପି ବାଂଲାଦେଶୀ ପ୍ରବାସୀ ଯାଞ୍ଚ ବିଷୟରେ ଆଲୋଚନା    12-Nov-2025
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025

You Might Also Like