-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   (21-May-2026)       ||      ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||     

HOME   ରାଜ୍ୟ

"ଆଜିର ରେବତୀ"ର ଅଡିଓ ରିଲିଜ୍, ଏପ୍ରିଲ ୧୧ ରେ ଶୁଭମୁକ୍ତି

29-Mar-2025



ଓଡ଼ିଆ ପରମ୍ପରା ଓ ସମାଜଚେତନା ଭିତ୍ତିକ ଓଡ଼ିଆ ସିନେମା "ଆଜିର ରେବତୀ" ଆସନ୍ତା ୧୧ ଏପ୍ରିଲରେ ମୁକ୍ତିଲାଭ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ୍ ହୋଇଛି l 
ସବୁ ଗୀତ ଗୁଡିକ ଆଗାମୀ ଦିନରେ ପ୍ରକାଶ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକ ଦେଖିବାକୁ ପାଇବେ l 

ଏହି ଅଡିଓ ରିଲିଜ୍ ଅବସରରେ ଆଜିର ରେବତୀ ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀ ରମେଶ ବାରିକ, କାହାଣୀକାର ଡ଼. ବଦ୍ରି ମିଶ୍ର, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖକ ଶ୍ୟାମା ପ୍ରସାଦ ମିଶ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମୁଖ୍ୟ ଅଭିନେତ୍ରୀ ଶୀତଲ ପାତ୍ର, ଅଭିନେତା ସୁକାନ୍ତ ରଥ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବାପୁ ଗୋସ୍ୱାମୀ, ନୃତ୍ୟ ନିର୍ଦେଶକ ବିଦ୍ୟୁତ ସେଠି, ପ୍ରକାଶ ଫିଲ୍ମ, ପ୍ରକାଶ ମ୍ୟୁଜିକ ବ୍ୟବସାୟିକ ମୁଖ୍ୟଉଦୟ କାନ୍ତ ଝା,କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସ୍ୱୟଂ ପାଢ଼ୀ, ସତ୍ୟଜିତ ପ୍ରଧାନ ଏବଂ ସବିଶେଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଥିଲେ ଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ଭାଇସ ଚାନସେଲର ଶ୍ରୀନିବାସ ବାରଖେଡ଼ି.

ଗାଳ୍ପିକ ତଥା ଗୀତିକାର ଡ଼. ବଦ୍ରି ମିଶ୍ର ଦୀର୍ଘ ୨୫ ବର୍ଷ ପୂର୍ବେ ସୃଷ୍ଟି କରିଥିବା କ୍ଷୁଦ୍ର ଗଳ୍ପ ରେବତୀର କାହାଣୀକୁ ନେଇ ଓଡ଼ିଆ ସିନେ ଦୁନିଆର ବହୁ ଅଭିଜ୍ଞ ସଂଳାପକାର ଶ୍ୟାମା ପ୍ରସାଦ ମିଶ୍ର "ଆଜିର ରେବତୀ" ସିନେମାର ସଂଳାପ ରଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି l 

ଏ ପର୍ଯ୍ୟନ୍ତ ୨୫ଟି ସିନେମାର ପ୍ରଯୋଜନା କରିଥିବା ଯୁବ ପ୍ରଯୋଜକ ରମେଶ ବାରିକ ଆଜିର ରେବତୀ ସିନେମାର ପ୍ରଯୋଜନା କରିଛନ୍ତି l ସଦା ସର୍ବଦା କିଛି ନୁଆ କାହାଣୀ ଦର୍ଶକଙ୍କୁ ଭେଟି ଦେବାକୁ ଚାହୁଁଥିବା ପ୍ରଯୋଜକ ହେଉଛନ୍ତି ରମେଶ ବାରିକ.

ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ l ଶୁଭ୍ରାଂଶୁ, ମୁମ୍ବାଇକୁ ନିଜର କର୍ମକ୍ଷେତ୍ର କରିଥିଵା ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ବା ଡାଇରେକ୍ଟର ଅଫ ଫୋଟୋଗ୍ରାଫି ଭାବେ ଅନେକ ଓଡ଼ିଆ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ କାର୍ଯ୍ୟ କରିଛନ୍ତି l ତରଙ୍ଗ ପ୍ରଯୋଜିତ ପୁଷ୍କରା ସିନେମାରେ ନିର୍ଦ୍ଦେଶକ ଭାବେ ପ୍ରଥମେ ପାଦ ଦେଇଥିବା ବେଳେ ଆଜିର ରେବତୀର ମଧ୍ୟ ନିର୍ଦ୍ଦେଶନା ଭାର ସେ କାନ୍ଧେଇଛନ୍ତି l 
ଜଣେ ମହିଳା ସିନେ ଚିତ୍ର ଉତ୍ତୋଳନକାରୀ କୁହୁ ମଲ୍ଲ ଆଜିର ରେବତୀ ସିନେମାର ଚିତ୍ରତ୍ତୋଳନ ଦାୟିତ୍ୱ ବହନ କରିଛନ୍ତି l 

ଆଜିର ରେବତୀ ସିନେମାର ମୁଖ୍ୟ ଭୂମିକାରେ ନାୟିକା ଶୀତଲ ପାତ୍ର, ପୁଷ୍ପା ପଣ୍ଡା, ପୃଥ୍ଵୀରାଜ ନାୟକ, କଲିକତାର ଫିଲ୍ମ ଷ୍ଟାର ବୋନି ସେନଗୁପ୍ତା,ସୁକାନ୍ତ ରଥ,ରବି ମିଶ୍ର, ଉଷଶୀ ମିଶ୍ର, ପ୍ରମୁଖ ଅଭିନୟ କରିଛନ୍ତି.

ଭାଙ୍ଗି ଯାଉଥିବା ସମାଜକୁ ଗଢି ତୋଳିବା, ଉଜୁଡି ଯାଉଥିବା ସଂସାରକୁ ସଜାଡି ଦେବା ସହିତ ନାରୀ ଶିକ୍ଷା କୁ ନେଇ ଓଡ଼ିଆ ସିନେମା "ଆଜିର ରେବତୀ" ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଆନ୍ଦୋଳନ ଓ ବିପ୍ଳବ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ଦୃଢୋକ୍ତି ପ୍ରକାଶ କରିଛନ୍ତି l ଆସନ୍ତା ଏପ୍ରିଲ ୧୧ ତାରିଖ ଦିନ ଏହି ଦ୍ବିଭାଷୀ ଚଳଚ୍ଚିତ୍ର ଓଡିଶା ଏବଂ କଲିକତାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି l

ଭୁବନେଶ୍ବରରୁ ଅମୃତ ନନ୍ଦଙ୍କ ରିପୋର୍ଟ 


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   21-May-2026
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026

You Might Also Like