-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କାଦୋଦର ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ ପରାମର୍ଶଦାତା ତଥା ଯାଦୁଗର ଉଦ୍ଧବ ପଧାନଙ୍କୁ ସମ୍ମାନିତ କରାଯାଇଛି I ଭାରତୀୟ ରେଡକ୍ରସ ସୋସାଇଟୀ ପକ୍ଷରୁ ଭୁବନେଶ୍ୱର ର ନୀଳାଚଳ ପୋଲିଟେକ୍ନିକ ଠାରେ ଆୟୋଜିତ ହୋଇଥିବା ଅନ୍ତଃରାଜ୍ୟ ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ତଥା ତାଲିମ ଶିବିର ଅବସରରେ ମଣିପୁର ର ଜୁନିଅର ରେଡକ୍ରସ ରାଜ୍ୟ ସମ୍ପାଦକ ଅଥୋକପାମ୍
ନବଚନ୍ଦ୍ର ସିଂହ ଯୋଗଦେଇ ଯାଦୁଗର ଶ୍ରୀ ପଧାନଙ୍କୁ ଉପଢୌକନ, ଟ୍ରଫି ଦେଇ ସମ୍ମାନୀତ କରିଥିଲେ l ଏହି ଉତ୍ସବରେ ଓଡିଶା ରାଜ୍ୟ ଶାଖା ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଡ଼. ସତ୍ୟ ନାରାୟଣ ହୋତା ଏବଂ ଓଡିଶା ସମେତ ମଣିପୁର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ,ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ରାଜ୍ୟ ରୁ ସର୍ବମୋଟ ୨୫୦ଜଣ ଜୁନିଅର ସ୍ବେଚ୍ଛlସେବୀ ଓ କାଉନସେଲର ଉପସ୍ଥିତ ଥିଲେ l ଯାଦୁଗର ଶ୍ରୀ ପଧାନ ଙ୍କ ଚମତ୍କାର ଯାଦୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଶେଷରେ ଝାରସୁଗୁଡା ର ଜୁନିଅର ରେଡକ୍ରସ ପରାମର୍ଶଦାତା ଗଗନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l