-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
27-Mar-2025
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର.ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଧରଣୀଧର ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ହାନି ହେଉଥିବା ବେଳେ ପରିବାର ସମ୍ପୂର୍ଣ ପ୍ରଭାବିତ ହୋଇଥାଏ। ସଚେତନତା ଦ୍ୱାରା ବ୍ୟବସ୍ଥାରେ ସୁଧାର ଆଣିବାକୁ ଆହ୍ବାନ କରିଛନ୍ତି। ସମସ୍ତଙ୍କ ଜୀବନ ରକ୍ଷା କରିବା ପ୍ରଶାସନର ଦାୟିତ୍ଵ ଏବଂ କର୍ତବ୍ୟ ବୋଲି କହିଥିଲେ । ବୈଠକରେ ପୂର୍ତ ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଏବଂ ଏସପି ଜିଲ୍ଲାକୁ ଦୁର୍ଘଟଣା ଶୂନ୍ୟ କରାଯିବ ଉପରେ ସମସ୍ତେ ଆଗକୁ ଆସି କାମ କରିବାକୁ ଆହ୍ୱାନ ଦେଇଥିଲେ ।