-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
27-Mar-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲl ବୀରମହାରାଜପୁରର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ପର୍ବ ସ଼ହିତ ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମଞ୍ଚାସୀନ ଥିଲେ । ପ୍ରଥମେ ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢୀ ଆନୁଷ୍ଠାନିକ ଭାବରେ ସମସ୍ତ ଙ୍କୁ ସ୍ବାଗତ କରିବା ସହିତ ପୋଲିସ ଓ ବରିଷ୍ଠ ନାଗରିକ ଙ୍କ ସଂପର୍କ ସହ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନ ତରଫରୁ ସଭାପତି ଡ.ରଥ ମୁଖ୍ୟ ଅତିଥି ଶ୍ରୀ ରାଓଙ୍କୁ ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉପଖଣ୍ଡ ପୁଲିସ ଅଧିକାରୀ ପୂର୍ବରୁ ବୀରମହାରାଜପୁର ଥାନାରେ ଭାରପ୍ରାପ୍ତ ଅଧିକାରୀ ଥିଲେ ଏବଂ ଏଠାରେ ଅବସ୍ଥାନ କାଳର ଲୋକ ସଂପର୍କ ବଖାଣିଥିଲେ। ବରିଷ୍ଠ ନାଗରିକ ଙ୍କ ସହଯୋଗ ପାଇଁ ସଦା ସର୍ବଦା ତାଙ୍କ ଦ୍ବାର ଖୋଲା ରହିବ ବୋଲି ମତବ୍ୟକ୍ତ କରିଥିଲେ ।ଏଥି ସହିତ ସମାଜ ରେ ସାଇବର କ୍ରାଇମ ର ଶିକାର ହେଉଥିବା ଅନେକ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ ସାଇବର କ୍ରାଇମ୍ କୁ କିପରି ରୋକା ଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୌମିତ୍ରୀ ମେହେର, ଜ୍ଞାନେନ୍ଦ୍ର ତ୍ରିପାଠୀ, ଦୀନବନ୍ଧୁ ମେହେର, ଗୋବର୍ଦ୍ଧନ ମିର୍ଦ୍ଧା,ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଦୟାନିଧି ହୋତା,ସଦସ୍ୟ ଭୂଷଣ କୁମାର ପାତ୍ର, ବାସୁଦେବ ରଥ,ଚମରା ମହାକୁର,ସୁରୁ ସାହୁ, ଶ୍ୟାମସୁନ୍ଦର ସେଠୀ,ଅକୃର ଦନ୍ତା, ବାସୁଦେବ ପଣ୍ଡା,ଗୋପି ମହାକୁର,ଧୃବ ଦାଶ,ବଳରାମ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟ ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।