-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
27-Mar-2025
ବଲାଙ୍ଗିର ତା.୨୬.୦୩( )- ବଲାଙ୍ଗିର ସହର ଉପକଣ୍ଠ ରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପ ରେ ସାଇଟ୍ ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀ ଙ୍କ ପୁଜାର୍ଚ୍ଚନା ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର ଙ୍କ ଦ୍ୱାରା ରାଜ୍ୟସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍ରା ୨୦୨୫ ଉଦଘାଟିତ ହୋଇଯାଇଛି । ତାପରେ ଆଜିର ପ୍ରଥମ ନାଟକ ନାଟ୍ୟକାର ରାଜେଶ କୁମାର କାରିଆ ଙ୍କ ଲିଖିତ ତଥା ଡ. ତୁଷାରକାନ୍ତ ସାହୁ ଙ୍କ ନିର୍ଦ୍ଦେଶିତ “ଅମୃତ ମହୋତ୍ସବ” ନାଟକ ସୋହେଲା ଡ୍ରାମା ଚେତନା ସଂସ୍ଥାର କଳାକାର ମାନେ ପରିବେଷଣ କରିଥିଲେ । ଏହି ନାଟକ ରେ ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ଉଚିତ ପ୍ରାର୍ଥି ଙ୍କୁ ଚୟନ କରି ଶାସନ ଭାର ଦେଲେ ଦେଶ ଠିକ୍ ଚାଲିବ ବୋଲି ବାର୍ତ୍ତାଥିଲା । ପ୍ରଥମ ନାଟକ ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂଗଠକ ହରିନାରାୟଣ ପୁଜାରୀ ଅଧ୍ୟକ୍ଷତା କରିଥିବା ବେଳେ ସଂଗଠକ ହିମାଂଶୁ ପାଢୀ, ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର, ନିର୍ଦ୍ଦେଶକ
ପ୍ରଶାନ୍ତ ଖମାରୀ ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଭାବରେ ଯୁବନେତା ଗୋପାଲଜୀ ପାଣିଗ୍ରାହୀ ଯୋଗଦାନ କରିଥିଲେ । ସଂପାଦକ ଡ. ମିଶ୍ର ଙ୍କ ସ୍ୱାଗତ ଭାଷଣ ପରେ ନାଟ୍ୟ ନିର୍ଦ୍ଦେଶକ ୰ବ୍ରଜମୋହନ ମିଶ୍ର ଙ୍କ ସ୍ମୃତିରେ ଆଜିର ମଞ୍ଚଟି ସମର୍ପିତ ହୋଇଥିଲା । ପୁନଶ୍ଚ ନାଟ୍ୟକାର ଚିତ୍ତରଂଜନ ଦାଶ ଙ୍କୁ “କୋଶଲ ଗୌରବ ନାଟ୍ୟ ସମ୍ମାନ” ଓ ଦେବରାଜ ସାହୁ ଙ୍କୁ “ଭାଷା ସାହିତ୍ୟ ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା । ୪ ଦିନରେ ମୋଟ ୨ଟି କୋଶଲି ନାଟକ, ୨ଟି ଗୀତିନାଟ୍ୟ ଓ ଗୋଟିଏ ଓଡିଆ ନାଟକ ହେବ ବୋଲି ରାମଜୀ ଯୁବକ ସଂଘ ର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ଙ୍କ ଠାରୁ ପ୍ରକାଶ । ଦ୍ୱିତୀୟ ନାଟକ ଟି ସେହି ସୋହେଲା ର ରାମଲୀଳା କଳାକାର ମାନେ ଅଗସ୍ତି ଭୋଇ ଙ୍କ ନିର୍ଦ୍ଦେଶନା ରେ “ସୀତାଚୋରୀ” ଗୀତିନାଟ୍ୟ ପରିବେଷଣ କରିଥିଲେ । ଆଗରୁ ଶ୍ରୀ ରାମଲୀଳା ପ୍ରାୟ ପ୍ରତ୍ୟେକ ଗ୍ରାମରେ ତଥା ସହରାଂଚଳ ରେ ମଧ୍ୟ ହୋଇ ଆସୁଥିଲା । ଧିରେ ଧିରେ ସେହି ରାମଲୀଳା ବନ୍ଦ ହୋଇଯାଉଛି । ଏହି ସମୟରେ ରାମଲୀଳା କଳାକାର କୁ ଉତ୍ସାହିତ କରିବା ପାଇଁ ଏଠାରେ ରାମଲୀଳା ର ଆୟୋଜନ ତଥା ନିଜ ମାତୃଭାଷା କୋଶଲି ଭାଷାରେ ନାଟକ ହେଉଥିବାରୁ ଆଜିକାର ଅତିଥି ବୃନ୍ଦ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘ ବରିଷ୍ଠ ସଦସ୍ୟ ରମେଶ ନାଏକ, ବିରଂଚି ସାଏ ତଥା ଆୟୋଜକ କମିଟୀର ସଦସ୍ୟା ତୃପ୍ତିମୟୀ ମିଶ୍ର, ନମିତା ପଟେଲ, ଲୋପାମୁଦ୍ରା ମିଶ୍ର, ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଅଶୋକ ପଧାନ, ଦେବାଶିଷ ପଟ୍ଟନାୟକ, ଜୟନ୍ତ ପଟେଲ, ତଥା ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।