-+91-9937148622 |

prerana_bgr@rediffmail.com |

  Saturday 24th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   (23-May-2025)       ||      *ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   (23-May-2025)       ||      ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ    (23-May-2025)       ||      ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   (23-May-2025)       ||      ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   (23-May-2025)       ||      ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   (23-May-2025)       ||      ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   (23-May-2025)       ||      ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   (23-May-2025)       ||      *ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   (23-May-2025)       ||      ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   (23-May-2025)       ||      ଏସ୍ ବି ଆଇ, ବଲାଙ୍ଗୀର ଶାଖା ପକ୍ଷରୁ କୋଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ    (23-May-2025)       ||      ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ   (23-May-2025)       ||      ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ   (23-May-2025)       ||      ସୋନପୁର ହରଡଖୋଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା*- *ଦୁଇ ମୃତ ୮ ଗୁରୁତର*-   (23-May-2025)       ||      କଟଣୀ ଛଟଣୀରେ ଜର୍ଜରିତ ବରଗଡ଼ ଜିଲ୍ଲା ଚାଷୀ   (23-May-2025)       ||      ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ    (23-May-2025)       ||      ଆମ୍ବରୁ ବିଭିନ୍ନ ମୂଲ୍ୟ ଯୁକ୍ତ ପଦାର୍ଥର ପ୍ରସ୍ତୁତି ସମ୍ବନ୍ଦୀୟ ତାଲିମ କାର୍ଯ୍ୟକ୍ରମ   (23-May-2025)       ||      ଶତାୟୁ ୰ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   (23-May-2025)       ||     

HOME   ରାଜ୍ୟ

ହୃଷୀକେଶ ମଲ୍ଲିକ ଜଣେ ପ୍ରଜ୍ଞାଦୀପ୍ତ କବି : ଅଶୋକ ବାଜପେୟୀ;ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ହୃଷୀକେଶ କବିତା ସନ୍ଧ୍ୟା ଆୟୋଜନ

26-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ୱାର୍ଲଡ ଓଡ଼ିଶା ସୋସାଇଟି ( ୱାଓସୋ) ପକ୍ଷରୁ ଏଠାରେ ହୃଷୀକେଶ କବିତା ସନ୍ଧ୍ୟା ମହା ସମାରୋହରେ ଆୟୋଜନ କରାଯାଇଛି। ପ୍ରଖ୍ୟାତ କବି ହୃଷୀକେଶ ମଲ୍ଲିକଙ୍କର ସାହିତ୍ୟ ସାଧନାକୁ ଶ୍ରଦ୍ଧା, ସ୍ୱୀକୃତି ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ଏହି ସାରସ୍ବତ ଆସର ବେଶ ରୋଚକ ଥିବା ଦେଖା ଯାଇଥିଲା।  ଓଡ଼ିଆ ଭାଷାରେ ଚାଳିଶଟିରୁ ଉର୍ଦ୍ଧ୍ବ ପୁସ୍ତକର ମହାନ ରଚୟିତା ଶ୍ରୀ ମଲ୍ଲିକଙ୍କର ନିର୍ବାଚିତ କବିତା ଗୁଡିକୁ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ କନ୍ନଡ଼ ଭାଷାରେ ଅନୁବାଦ କରାଯାଇଛି। ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି କବିତା  ସନ୍ଧ୍ୟାରେ ବହୁ ବିଶିଷ୍ଟ ସାହିତ୍ୟିକ,ୱାଓସୋର  କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଗଣ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା ଏବଂ ତୁଙ୍ଗ ପ୍ରବାସୀ ଓଡ଼ିଆମାନେ ଯୋଗ ଦେଇଥିଲେ ।

ପ୍ରେସ କ୍ଲବ ଅଫ ଇଣ୍ଡିଆଠାରେ ଅନୁଷ୍ଠିତ ମୁଖ୍ୟ ଉତ୍ସବରେ ଆମନ୍ତ୍ରିତ ଅତିଥି ଓ ବକ୍ତାମାନେ ଯୋଗ ଦେଇଥିବା ବେଳେ ,ଡିଜିଟାଲ ନେଟୱାର୍କ ମାଧ୍ୟମରେ ଶତାଧିକ ବୈଶିକ ଓଡ଼ିଆ ଏହି ସମାରୋହରେ ସାମିଲ ହୋଇଥିବା ଜଣାଯାଇଥିଲା। ଉତ୍ସବର ଗାମ୍ଭୀର୍ଯ୍ୟକୁ ଲକ୍ଷ୍ୟ ରଖି ପ୍ରେସ କ୍ଲବର କନ୍ଫରେନ୍ସ ରୁମକୁ ଖୁବ ସୁନ୍ଦର ଭାବରେ ସଜାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହେବା ସାଙ୍ଗକୁ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନାରେ ଭରିଉଠିଥିଲା । 

ସଭାରେ ସ୍ଵାଗତ ଭାଷଣ ପ୍ରଦାନ କରି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ସାହିତ୍ୟ ଦୁନିଆରେ ୱାଓସୋର ଉପସ୍ଥିତିକୁ ସୁଦୃଢ ଓ ସୁବ୍ୟାପ୍ତ କରିବା ପାଇଁ ସମସ୍ତଙ୍କର ସଦିଚ୍ଛା ଓ ସହଯୋଗ କାମନା କରିଥିଲେ। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ବିଖ୍ଯାତ କବି ଅଶୋକ ବାଜପେୟୀ, ହୃଷୀକେଶ ମଲ୍ଲିକ ଜଣେ ଦୂରଦୃଷ୍ଟି ସମ୍ପନ୍ନ, ବିସ୍ତୃତ ଦିଗନ୍ତର କବି, ଯାହାଙ୍କର ମନୋଯୋଗ କବିତାରେ ସଦା ଜାଗ୍ରତ ଥାଏ। ତାଙ୍କର କବିତା ସୃଷ୍ଟିରେ ଆଖପାଖର ଚିହ୍ନା ମଣିଷ ଓ କାଳ୍ପନିକ ଚରିତ୍ରମାନେ ଖୁବ ନିକଟରୁ ଧରା ଦିଅନ୍ତି। ଭାରତୀୟ କବିତା ଜଗତରେ ଶ୍ରୀ ମଲ୍ଲିକ ଜଣେ ପ୍ରଜ୍ଞାଦୀପ୍ତ, କଳାତ୍ମକ ସାମର୍ଥ୍ୟରେ ପରିପୂର୍ଣ୍ଣ ,ଗଭୀର ଅନ୍ତର୍ବୋଧର କବି ବୋଲି ଶ୍ରୀ ବାଜପେୟୀ ଦର୍ଶାଇଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରାଧ୍ୟାପକ ସୁମନ୍ୟୁ ଶତପଥୀ, ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପକ ଦେବେନ୍ଦ୍ର ଚୌବେ, ଓଡ଼ିଆ ଶିକ୍ଷା ବିଭାଗ ଚେୟାରର ପ୍ରଫେସର ଉଦୟନାଥ ସାହୁ,  ପ୍ରସିଦ୍ଧ କୁଟନୀତିଜ୍ଞ ଓ କବି ଅମରେନ୍ଦ୍ର ଖଟୁଆ, ସ୍ୱନାମଧନ୍ୟ କବୟତ୍ରୀ ମନ୍ଦିରା ଘୋଷ ପ୍ରମୁଖ ହୃଷୀକେଶ ମଲ୍ଲିକଙ୍କର ସୃଜନଶୀଳତାର ଶ୍ରେଷ୍ଠତା ଓ ସ୍ଵାତନ୍ତ୍ରତାର ଭୂୟସୀ ପ୍ରଶଂସା କରିଥିଲେ। ଯଶୋଧାରା ମିଶ୍ର, ଲୀଳାଧର ମାଣ୍ଡଲୋଇ, ଶିବମ ସିଂ, ପ୍ରାଣଜୀ ବାସକ, ପିଜୁସ ବିଶ୍ବାସ ଓ ସୁଜାତା ଚୌଧୁରୀ ପ୍ରମୁଖ ପ୍ରତିଷ୍ଠିତ ଓ ପ୍ରତିଭାବାନ କବି ତଥା କବୟତ୍ରୀମାନେ ଶ୍ରୀ ମଲ୍ଲିକଙ୍କର ଓଡ଼ିଆ ଭାଷାରେ ଲିଖିତ ଏବଂ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନୂଦିତ କବିତାଗୁଡ଼ିକ ବେଶ ପ୍ରାଞ୍ଜଳ ଓ ପାରଦର୍ଶିତାର ସହିତ ଆବୃତ୍ତି କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କବିତା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସ୍ୱନାମଧନ୍ୟ କବି ହୃଷୀକେଶ ମଲ୍ଲିକ, ତାଙ୍କର ଭାଷଣରେ ଆଜିର କବି ପେଣ୍ଡୁ ଉପରେ ଖେଳ ଦେଖାଉଥିବା ସର୍କସର କଳାକାର ସଦୃଶ ବୋଲି କହିଥିଲେ। ଅସ୍ଥିରତାର ଭୂମି ଉପରେ ସେ ବାସ୍ତବର ଯାଦୁ ଦେଖାଇଥାଏ ବୋଲି ଶ୍ରୀ ମଲ୍ଲିକ ଦର୍ଶାଇଥିଲେ। ମୋ କବିତାର ଗୁରୁ ସେଇ ପଡ଼ୋଶୀ ଯିଏକି ସକାଳୁ ସଞ୍ଜ ମୁଠେ ଭାତ ଓ ଟିକେ ଖୁସି ପାଇଁ ବ୍ୟବସ୍ଥା ସହିତ ନିୟମିତ ଭାବେ ଲଢ଼େଇ କରିଥାଏ ବୋଲି ଡଃ ମଲ୍ଲିକ ଅବତାରଣା କରିଥିଲେ। 

ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ନନ୍ଦନ ଦ୍ଵିବେଦୀ ଓ ଅଙ୍କିତ ମୌର୍ଯ୍ୟ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ।                           

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ନୋଏଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ମନୋରଞ୍ଜନ ମହାନ୍ତି, ଆଇନଜୀବୀ ବିରଜା ମହାପାତ୍ର, ସୁରେନ୍ଦ୍ର କୁମାର ପତ୍ରୀ, ସସ୍ମିତା ତ୍ରିପାଠୀ,  ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର ସଭାପତି ନଗେନ୍ଦ୍ର ଜେନା, ଗଜେନ୍ଦ୍ର ସାହୁ, ଚକ୍ରପାଣି ପରିଡ଼ା, ଅର୍ଚ୍ଚନା ପରିଡ଼ା, ସୁରଞ୍ଜିତା ରଣା ଦାଶ, ଡଃ. ପ୍ରକାଶ କୁମାର, କଳ୍ପନା ପଟ୍ଟନାୟକ, ସହସ୍ରାଂଶୁ ମହାପାତ୍ର ସୌମ୍ଯ ରଞ୍ଜନ ସାହୁ ଓ ଦେବସ୍ମିତା ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।  

                 ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଚାଟାର୍ଡ ଏକାଉଣ୍ଟଟାଣ୍ଟ ସୁଧୀର ଦାଶ ଏବଂ ସାଥୀ କଳାକାରମାନଙ୍କ ଦ୍ଵାରା ପରିବେଷିତ ସୁମଧୁର ଓ ସୁଲଳିତ ସଙ୍ଗୀତ ଥିଲା। ହୃଷୀକେଶ କବିତା ସନ୍ଧ୍ୟାକୁ ଭବ୍ୟ ଢଙ୍ଗରେ ଆୟୋଜନ ଏବଂ ସମାପନ କରିବାରେ ୱାଓସୋର କର୍ମକର୍ତ୍ତା ଯଥା:- ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର, ସାଧାରଣ ସମ୍ପାଦିକା ଦ୍ବୟ ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା, ନୁଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ସଭାପତି ବିମଳ ଭଲ ଏବଂ ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା ପ୍ରମୁଖ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   23-May-2025
  ଜିଲ୍ଲା  
*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   23-May-2025
  ଜିଲ୍ଲା  
ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ   23-May-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   23-May-2025
  ଜିଲ୍ଲା  
ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   23-May-2025
  ଜିଲ୍ଲା  
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   23-May-2025
  ଜିଲ୍ଲା  
ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   23-May-2025
  ଜିଲ୍ଲା  
ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   23-May-2025
  ଜିଲ୍ଲା  
*ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   23-May-2025
  ଜିଲ୍ଲା  
ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   23-May-2025

You Might Also Like