-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
17-Mar-2025
ବିଜେପିର ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବରୀ ବିଜେପି ନେତା ଉମେଶ ଜେନା । ସେ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ କେନ୍ଦ୍ରମନ୍ତ୍ରୀ ସହିତ ଦଳର ବିଭିନ୍ନ ପଦ ପଦବୀରେ ରହି ବେଶ ନିଷ୍ଠା ଓ ସଫଳତାର ସହିତ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥିଲେ । ରାଜ୍ୟରେ ବିଜେପିର ଉତ୍ଥାନ ପଛରେ ତାଙ୍କ ଉଦ୍ୟମ ପ୍ରଶଂସନୀୟ । ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ପ୍ରଦାନ କରିବା ସହିତ ଅମର ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରନ୍ତୁ ।