-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
(ମିହିର ଶଙ୍କର ପାତ୍ର,)
ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ୧୬ଟି ବିଦ୍ୟାଳୟରେ ସମାପ୍ତି ସୂଚ଼କ ଆକଳନ -୨ ଅନୁଷ୍ଠିତ ହୋଇଛି।ଆଞ୍ଚଳିକ ସାଧନ କେନ୍ଦ୍ରସଂଯୋଜକ ବାବୁଲାଲ ସାଗର ଓ ଏ ବି ଇ ଓ ସୁଦର୍ଶନ ନାୟକ ବିଭିନ୍ନ ବିଦ୍ୟାଳୟର ପରିଦର୍ଶନ କରିଥିଲେ ।ପ୍ରଧାନ ଶିକ୍ଷକ ତରଫରୁ ପରୀକ୍ଷା ପରିଚାଳନା ପାଇଁ ଆଗରୁ ନୋଟିସ ମାଧ୍ୟମରେ ଅବଗତ କରିଥିଲେ ।ପିଲା ମାନଂକ ମନରେ ପରୀକ୍ଷା ଦେଇ ପାସ ହୋଇ ପରବର୍ତୀ ଶ୍ରେଣୀରେ ଯୋଗଦାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଭିତରେ ଉତ୍ସାହ ଦେଖାଯାଇଥିଲା । ସମାପ୍ତି ସୂଚକ ଆକଳନ ସୋମବାର ତା-୧୭.୪.୨୫ ଠାରୁ ଶୁକ୍ରବାର ତା-୨୧/୦୪/୨୫ ଯାଏଁ ଚାଲିବ ଏହା ଗଣଶିକ୍ଷାବିଭାଗର ନିର୍ଦ୍ଦେଶ ନାମା ପ୍ରକାରରେ ପରିଚାଳିତ ହେଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପରୀକ୍ଷା ଚାଲୁଛି ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଇରା ପୂଜାରୀ ଗୁଡ଼ା ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିବାସହ ସମାପ୍ତି ସୂଚକ ଆକଳନ ରେ ସଫଳତା ପାଇଁ ପିଲାମାନଙ୍କୁ ଶୁଭାକାମନା ଜଣାଇଥିଲେ । ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପରୀକ୍ଷା ପରିଚାଳନା ପାଇଁ ଉତ୍ତମ ପଦକ୍ଷେପ ଗ୍ରହଣ କରିଥିଲେ ।