-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ରାଜ୍ୟ

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି; ଲୁହ ଆଉ କୋହରେ ପ୍ରିୟ ମଣିଷଙ୍କୁ ବିଦାୟ ଦେଲେ ପ୍ରିୟ ପରିଜନ

28-Feb-2025



 ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ଷ୍ଟାର ଉତ୍ତମ ମହାନ୍ତି । ଏହି ଖବର ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । କେବଳ ଚଳଚ୍ଚିତ୍ର ପ୍ରେମୀ ନୁହଁନ୍ତି ସବୁ ବର୍ଗର ଲୋକଙ୍କୁ ଏହି ଖବର ବେଶ ମର୍ମାହତ କରିଥିଲା । ମୃତ୍ୟୁ ବେଳକୁ ଉତ୍ତମଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ସେ କେବଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ସାରା ଓଡ଼ିଶାବାସୀଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବୁଦ୍ଧିଜୀବି ଓ ସାଧାରଣ ଲୋକ ମଧ୍ୟ ଶୋକ ବ୍ୟକ୍ତ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଦିନ ଏଗାରଟା ସମୟରେ ଉତ୍ତମଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କ ଭବନେଶ୍ୱର ସ୍ଥିତ ବାସଭବନକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ହଜାର ହଜାର ଉତ୍ତମ ପ୍ରେମୀ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ସତ୍ୟନଗର ସ୍ମଶାନକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ରୀତି ନୀତି ଅନୁଯାୟୀ ପୁଅ ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ସମୟରେ ଉପସ୍ଥିତ ହଜାର ହଜାର ଉତ୍ତମ ପ୍ରେମୀ ଉତ୍ତମ ମହାନ୍ତି ଅମର ରହେ ନାରା ଦେଇଥିଲେ । ଗୋଟିଏ ପଟେ ଉତ୍ତମଙ୍କ ମରଦେହ ପଞ୍ଚଭୂତରେ ବିଲୀନ ହେଉଥିଲା ତ ଆଉ ଗୋଟିଏ ପଟେ ସମସ୍ତଙ୍କ ଆଖିରୁ ଝରି ପଡୁଥିଲା ଲୁହ । ନିଜର ପ୍ରିୟ କଳାକାର, ଜଣେ ଦରଦୀ ମଣିଷଙ୍କୁ ସମସ୍ତେ ଲୁହ ଭିଜା ଆଖିରେ ଦେଇଥିଲେ ଚିର ବିଦାୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ଉତ୍ତମ ଥିଲେ ସର୍ବୋତ୍ତମ ।

(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like