-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
28-Feb-2025
ବଲାଙ୍ଗିର/ ସ୍ଥାନୀୟ ସାଇଟ୍ ନର୍ସିଂ କଲେଜ ର ଏ.ଏନ୍.ଏମ, ଜି. ନ୍.ଏମ୍ ଓ ବି.ଏସ୍.ସି ନର୍ସିଂ ର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୧୨୦ ଜଣ ନର୍ସିଂ ଛାତ୍ରଛାତ୍ରୀ ସମାଜ ର ଉନ୍ନତିକଳ୍ପେ ଉପଯୁକ୍ତ ସମୟରେ ଉପ୍ଯୁକ୍ତ ସେବା ଯୋଗାଇଦେବା ପାଇଁ ଶପଥ ଗ୍ରହଣ କରିଥିଲେ । ଫ୍ଲୋରେନ୍ସ ନାଇଟଏଙ୍ଗେଲ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ତଥା ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ଚିକିତ୍ସାଧିକାରୀ ଡ. ରମେଶ ଚନ୍ଦ୍ର ସାହୁ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚିକିତ୍ସା କ୍ଷେତ୍ରରେ ନର୍ସ ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । ସେହିପରି ସରକାରୀ ଆୟୁର୍ବେଦ କଲେଜ ଅଧ୍ୟ୍ୟକ୍ଷ ଡ. ମନୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନର୍ସ ମାନେ ତାଙ୍କ ଚିକିତ୍ସା ଠିକ୍ ଭାବରେ ତୁଳାଇବା ପାଇଁ ମତ ଦେଇଥିଲେ । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମସ୍ତେ କିପରି ଜଣେଜଣେ ଦକ୍ଷ ନର୍ସ ହୋଇ ପାରିବେ, ତା ଉପରେ ଆଲୋକପାତ କରିଥିଲେ ।
ମଞ୍ଚାସୀନ ଥିବା ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର କହିଥିଲେ ଯେ ଦିର୍ଘ ଦିନ ହେଲା ଆମେ ସେବା କରି ଆସୁଛୁ ଏବଂ ଦେଖୁଦେଖୁ ନର୍ସିଂ ଶିକ୍ଷା କୁ ୨୫ ବର୍ଷ ପୁରଣ ହୋଇଯିବ । ତେଣୁ ଉଚିତ ସମୟ ରେ ରୌପ୍ୟ ଜୟନ୍ତି ପାଳନ କରାହେବ । ଏହି କାର୍ଯ୍ୟକ୍ରମକୁ ଅଧ୍ୟ୍ୟକ୍ଷ୍ୟା ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିବା ବେଳେ କଲେଜ ର ଅଧ୍ୟାପକ ଅଧ୍ୟ୍ୟାପିକା ଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସୁଶ୍ରୀ କଲେଜ ର ନିର୍ଦ୍ଦେଶିକା ତୃପ୍ତିମୟୀ ମିଶ୍ର ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବ ରେ ଅଧ୍ୟ୍ୟାପିକା ଜେନିଫା ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିବା ବେଳେ ପ୍ରଶାସନିକ ଅଧିକାରୀ ଇଂ. ସନ୍ତୋଷ କୁମାର ବ୍ରହ୍ମା ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶେଷ କରି ପ୍ରଶାନ୍ତ କୁମାର ତ୍ରପାଠୀ, ପ୍ରିୟବ୍ରତ ଖଟୁଆ, କମରୁନ ନିସା, ହିତିକା ମହାନ୍ତି, ଅନୁପମା ବାଗ, ସୁସ୍ମିତା ସୁନା, ପ୍ରଜ୍ଞା ପରିମିତା ପରିଡା, ଅମିୟ ଯୋଷୀ, ଜୟନ୍ତ ପଟେଲ, ଅଶୋକ କୁମାର ପଧାନ, ଶରତ ପଧାନ, ଯତିନ ରଣା, ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ ।