-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
08-Feb-2025
କଟକ (ପ୍ରେରଣା ଖବର): ଉତ୍କଳ ଗ୍ରାମ ସ୍ବରାଜ ଆନୁକୂଲ୍ୟରେ ଟାଙ୍ଗୀ ମହାବିଦ୍ୟାଳୟ ପରିସରରେ ବିଶ୍ୱବିଜୟୀ ସ୍ୱାମୀ ବିବକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି। ଏହି ଆୟୋଜିତ ଉତ୍ସବ ପାଳନ ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି, ବିଧ୍ୟାଳୟ ର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀରେ
ମାଲ୍ୟାର୍ପଣ କରିଥିଲେ।ମହାବିଦ୍ୟାଳୟର ପ୍ର ଫେଶର ଇକବଲ୍ ହୁସେନ୍ ଙ୍କ ସଭାପତିତ୍ୟ ରେ ଶ୍ରଦ୍ଧାଂଜଳି କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ଭାଲ୍ ଚନ୍ଦ୍ର ମହାନ୍ତି ଓ ପ୍ରଫେସର୍ ରଞ୍ଜିତା ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷା ଡ଼. ପ୍ରତିଭା ମହାରଥୀ, ସ୍ଥମ୍ଭକlର, ସାହିତ୍ୟିକl ମୀରା ବେଉରା ଯୋଗ ଦେଇ ଧର୍ମ କିଭଳି ଭାରତ ବର୍ଷର ଆତ୍ମା ଓ ମାନବିକତା କିଭଳି ଶ୍ରେଷ୍ଠ ଧର୍ମ ଯାହକୁ ଭିତ୍ତି କରି ଯୁବପୀଢ଼ି କିପରୀ ସମୃଦ୍ଧ ରାଷ୍ଟ୍ର ଗଠନରେ ବ୍ରତୀ ହେବେ ତାହା ତାଙ୍କ ବକ୍ତବ୍ୟ ରେ କହିଥିଲେ। ଶିକ୍ଷାବିତ୍ ଅଭିରାମ ନାୟକ, ଶିକ୍ଷାବିତ୍ ନିରlକର ସାହୁ, ଅଧ୍ୟାପିକା ଡ. ସସ୍ମିତl ପଟ୍ଟନାୟକ
ଶିକ୍ଷାବିତ୍ ମହେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି, ଭଗବତୀ ଖଟୁଆ , କୃଷ୍ଣ ଚନ୍ଦ୍ର ସାହୁ, ଧିରେନ୍ ନାୟକ, ସୁକୁମାର ବିଶ୍ଵାଳ, ରବୀନ୍ଦ୍ର ମହାପାତ୍ର, କବି ବଂଶୀଧର ଶତପଥୀ, ନାରାୟଣ ବେଉରା, ଶରତ କୁମାର ନାୟକ, ଅନନ୍ତ ଜେନା ତେଯୋଦିପ୍ତ ବିବେକାନନ୍ଦ ଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦକ ଅନନ୍ତ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। କବି ବିଶ୍ଵାମିତ୍ରl ମିଶ୍ର କାର୍ଯକ୍ରମ ସଂଯୋଜନl କରିଥିଲେ। ଛାତ୍ରୀ ରଚନା ରାଉତ ନୃତ୍ୟ ପରିବେଷଣ କରିଥିଲେ। ପ୍ରଧ୍ୟାପିକl ଡ଼. ବିଲକେଶ ପରବିନ୍ ଓ ସମସ୍ତ ଅଧ୍ୟା ପକ ଓ ଅଧ୍ୟାପିକା କାର୍ଯକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ଜୟଶ୍ରୀ ମିଶ୍ର ଧନ୍ୟବାଦ୍ ଦେଇଥିଲେ।