-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ରାଜ୍ୟ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜର ସ୍ବରକୁ ଶାଣିତ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

05-Feb-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ଚଳିତ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିଜେଡି ର ସାଂସଦ ନିରଞ୍ଜନ ବିଶି ରାଜ୍ୟସଭା  କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ l ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିର ବିକାଶ ଦିଗରେ ବିଜେପି ସରକାରଙ୍କ ଅବହେଳା କ୍ଷେତ୍ରରେ ସାଂସଦ ଶ୍ରୀ ବିଶି ଆଲୋକପାତ କରି କହିଲେ ଯେ, ଭାରତରେ ୭୨୫୬ ଟି ବ୍ଲକ ଅଛି ସେଥିମଧ୍ୟରୁ ୬୬୪ ଟି ବ୍ଲକ ଅନୁସୂଚିତ ଅଞ୍ଚଳ ଅଧୀନରେ ଅଛି, ଦେଶରେ ଅନୁସୂଚିତ ଜନଜାତି (ଏସଟି) ଜନସଂଖ୍ୟା  ୧୫ କୋଟି, ୭୫୦ଟି ଏସଟି ସମ୍ପ୍ରଦାୟ ଏବଂ ୭୫ ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ  ବସବାସ କରୁଛନ୍ତି ।  ଭାରତରେ କେବଳ ୪୭୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ୧ ଲକ୍ଷ ୨୫ ହଜାର ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଉଛି l  ଓଡିଶାର ୩୧୪ ଟି ବ୍ଲକ୍ ମଧ୍ୟରେ କେବଳ ୪୭ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚାଲୁଛି l  ସେହିପରି ଓଡିଶା ରେ ୧ କୋଟି ୯୦ ଲକ୍ଷ ଆଦିବାସୀ ଅଛନ୍ତି । ପ୍ରତ୍ୟେକ ବ୍ଲକ ରେ ଗୋଟିଏ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରିବା ଦରକାର l କିସ୍ କିଟ ର ପ୍ରତିଷ୍ଠାତା ମହାତ୍ମା ଡ଼ ଅଚ୍ୟୁତାନନ୍ଦ  ସାମନ୍ତଙ୍କ ମହାନ ବ୍ୟକ୍ତିତ୍ୱ ଏବଂ ଆଦିବାସୀ ମାନଙ୍କ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ, ଶ୍ରୀ ବିଶି ଆହୁରି ବର୍ଣନା କରିଥିଲେ ଯେ ଯଦି କିସ୍ ଏବଂ କିଟ ର ପ୍ରତିଷ୍ଠାତା ତଥା ପୂର୍ବତନ ଲୋକସଭା ସାଂସଦ, କାଲିଙ୍ଗା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ୧.୫୦ଲକ୍ଷ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦାମୂଳକ ଏବଂ ବୃତ୍ତିଗତ ଶିକ୍ଷା ପ୍ରଦାନ କରୁଛନ୍ତି ।  ତେବେ କେନ୍ଦ୍ର ସରକାର କିସ ଭଳିଆ ବିଦ୍ୟାଳୟ ସ୍ଥାପନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ପାଖରେ ଅର୍ଥ ଅଭାବ ଯୋଗୁଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିପାରୁ ନାହାନ୍ତି କି ବୋଲି କଟୁ ସମାଲୋଚନା କରିଥିଲେ l ଏହା ଉପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କୁ ଶ୍ରୀ ବିଶି ସ୍ପଷ୍ଟୀକରଣ ମାଗିଛନ୍ତି। ଯଦି ପାଣ୍ଠି ଉପଲବ୍ଧ ଅଛି, ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଏକଲବ୍ୟ ବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରାଯାଉନାହିଁ ? ଶ୍ରୀ ବିଶି ଗୃହକୁ ମନେ ପକାଇ ଦେଇଛନ୍ତି ଯେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟା (ଓଏଏଭି) ଏବଂ କାଲିଙ୍ଗ ଆଦର୍ଶ ବିଦ୍ୟାଲୟ କୁ ସଫଳତାର ସହ ପ୍ରତିଷ୍ଠା କରିଛନ୍ତି।
ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନୁଯାୟୀ କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) କୁ ଦ୍ୱିଗୁଣିତ କରିବାର ଆବଶ୍ୟକତା ଉପରେ ଶ୍ରୀ ବିଶି ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବିଶି ଧାନର ଏମଏସପିରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଯେ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ ହେବା ପାଇଁ କୃଷକମାନେ କ୍ୱିଣ୍ଟାଲ ପିଛା ୪୬୦୦  ଟଙ୍କା ଘୋଷଣା କରିଥିଲେ l କିନ୍ତୁ ଓଡିଶାରେ କୃଷକମାନେ କ୍ୱିଣ୍ଟାଲ ଧାନ ପିଛା ମାତ୍ର ୨୩୦୦  ଟଙ୍କା ପାଉଛନ୍ତି।
ଆଦିବାସୀ ମାନଙ୍କ ସ୍ବଶାସନ ବ୍ୟବସ୍ଥା ପାଇଁ ହୋଇଥିବା ପେସା ଆଇନ ୧୯୯୬ ର କାର୍ଯ୍ୟକାରୀତା ହେବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ, ପେସା ଆଇନ ଆଦିବାସୀଙ୍କ ଜମି ଅଧିକାର, ଜଙ୍ଗଲ ଅଧିକାର, ଜଳ ସମ୍ପଦ ଅଧିକାର ତଥା ଜୀବିକା ଅଧିକାର, ସଂସ୍କୃତି ସୁରକ୍ଷା, ସାମାଜିକ ଅର୍ଥନୈତିକ ବିକାଶ ପାଇଁ ପ୍ରଣୟନ କରାଯାଇଥିଲା l କିନ୍ତୁ ଅନୁସୂଚିତ ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନଙ୍କ ସ୍ୱୟଂଶାସନକୁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ୨୮ ବର୍ଷ ପରେ ବି ପେସା ଆଇନ କାର୍ଯ୍ୟକାରୀ ହୋଇପାରି ନାହିଁ। ଶ୍ରୀ ବିଶି କହିଥିଲେ ଯେ ଏସସି / ଏସଟି ସମ୍ପ୍ରଦାୟର ଅଧିକାରର ସୁରକ୍ଷା ତଥା ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶକୁ ସରକାର ପ୍ରୋତ୍ସାହିତ କରିବାରେ ବିଫଳ ହେଉଛନ୍ତି। ଜମି,  ଜଙ୍ଗଲ, ଜଳ , ସଂସ୍କୃତି , ଏବଂ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ବନବାସୀ (ଜଙ୍ଗଲ ଅଧିକାରର ସ୍ୱୀକୃତି) ଆଇନ  ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ |  
 ଆହୁରି ସାଂସଦ ଶ୍ରୀ ବିଶି ସୂଚାଇ ଦେଇଛନ୍ତି ଯେ ଏସଟି ପ୍ରାର୍ଥୀଙ୍କୁ ସରକାରୀ ଚାକିରୀ ଯୋଗାଇ ଦିଆଯାଉ ନାହିଁ, ଯଦି ୨ କୋଟି ଚାକିରୀ ଦିଆଯାଏ ତେବେ ଏସସି ଏବଂ ଏସଟି ପ୍ରାର୍ଥୀ କୋଟା ରେ 45ଲକ୍ଷ ସରକାରୀ ଚାକିରୀ ପାଇପାରିବେ । ଦେଶର ଅନୁସୂଚିତ ଜନ ଜାତି  ଙ୍କ ପ୍ରତି ଅତ୍ୟାଚାର ୧୪% ବୃଦ୍ଧି ପାଇଥିବାବେଳେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭ ପ୍ରତିଶତ ରହିଛି।  ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ତଥା ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ପାଇଁ ନ୍ୟାୟ, ଶିକ୍ଷା, ସାମାଜିକ, ଅର୍ଥନୈତିକ ଉନ୍ନତି ନିଶ୍ଚିତ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନା କରିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like