-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
05-Feb-2025
ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଖାସଲୋକ କହି ସ୍ୱାସ୍ଥ୍ୟବିଭାଗରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକକୁ ଲୋଇସିଂହା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଦାସପାଲିର ଜିତେନ୍ଦ୍ର ଦାସ ବୋଲି ଜଣାପଡିଛି । ସେ ଗତ କିଛିମାସ ହେଲା ସ୍ଥାନୀୟ ଅଞ୍ଚଳରେ ଯୁବକମାନଙ୍କୁ ଚାକିରି କରାଇଦେବ କହି ଅର୍ଥ ଆଦାୟ କରୁôଥିଲା । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଫଟୋ
ଗୁଡିକୁ ସୋସିଆଲ ମିଡିଆରେ ଛାଡି ମନ୍ତ୍ରୀଙ୍କ ପାଖଲୋକ ବୋଲି କହିବୁଲୁଥିଲା । ତାର ଫଟୋ ଦେଖି କିଛି ଯୁବକ ଚାକିରି କରିବାକୁ ଜିତେନ୍ଦ୍ରକୁ କିଛି ଅର୍ଥ ମଧ୍ୟ ଠକେଇର ଶୀକାର ହୋଇଥିଲେ । ମନ୍ତ୍ରୀଙ୍କ ନାମରେ ନିଜେ ଜାଲ ଚିଠି କରି କିଛି ଲୋକଙ୍କ ବଦଳି କରାଇବାକୁ ଅଧିକାରୀମାନଙ୍କୁ ମଧ୍ୟ ଦେଇଥିଲା । ଫଲରେ ଏହି କଥା ଗଣମାଧ୍ୟମରେ ଖବର ପ୍ରସାରିତ ହେଲାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଲୋଇସିଂହା ଆଇଆଇସି ଏହି ଘଟଣାର ତଦନ୍ତ କରି ଶେଷରେ ଠକ ଜିତେନ୍ଦ୍ର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଲୋଇସିଂହା ପୋଲିସ ତାକୁ ବରଗଡରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ବଲାଙ୍ଗୀର ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।