-+91-9937148622 |

prerana_bgr@rediffmail.com |

  Monday 10th February 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   (09-Feb-2025)       ||      ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (09-Feb-2025)       ||      ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   (09-Feb-2025)       ||      ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   (09-Feb-2025)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   (09-Feb-2025)       ||      ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (09-Feb-2025)       ||      ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   (09-Feb-2025)       ||      ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   (09-Feb-2025)       ||      ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   (09-Feb-2025)       ||      *ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ*-   (09-Feb-2025)       ||      ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ଅନୁଷ୍ଠିତ    (09-Feb-2025)       ||      ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||     

HOME   ଜିଲ୍ଲା

ଜିଲ୍ଲାକୁ କୃମି ମୁକ୍ତ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ :- ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ: -

04-Feb-2025



ସୁବର୍ଣ୍ଣପୁର,( ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତାରେ   ଜିଲ୍ଲା କୃମିନାଶକ ଦିବସ ପାଳନ ନିମନ୍ତେ ଏକସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲାରେ ଆସନ୍ତା ୧୦ ଫେବୃୟାରୀ ୨୦୨୫ ତାରିଖ ଦିନ ଜାତୀୟ ସ୍ତରରେ କୃମିନାଶକ ଦିବସ ପାଳନ କରାଯିବ । ଯେଉଁମାନେ ୧୦ ତାରିଖ ଦିନ ଔଷଧ ଖାଇବାରୁ ବଞ୍ଚିତ ରହିବେ ତାଙ୍କୁ ୧୭ ଫେବୃଆରୀରେ ମପ୍ ଅପ୍ ରାଉଣ୍ଡରେ ଔଷଧ ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଆମ ସୁବର୍ଣ୍ଣପୁର ଜିଲ୍ଲାର ୧,୭୭,୨୦୨ ହିତାଧିକାରୀ ଆଲବେଣ୍ଡାଜୋଲ ଔଷଧ ଖାଇବେ । ଏହାମଧ୍ୟରୁ ୧ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ୧,୬୫,୨୬୭ ଜଣ ଶିଶୁ ଓ କିଶୋର  ଏବଂ ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୧,୯୩୫ ଜଣ ପ୍ରଜନନକ୍ଷମ ମହିଳା ରହିଛନ୍ତି । ସନ୍ତାନ ପ୍ରଜନନକ୍ଷମ ମହିଳାଙ୍କ ମଧ୍ୟରେ ଥ‌ିବା ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ । ଆମ ଜିଲ୍ଲାର ୧୦୫୭ ଟି ସରକାରୀ ଓ ବେସରକାରୀ ସ୍କୁଲ/ମହାବିଦ୍ୟାଳୟ, ୧୫୧୬ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ମାଗଣାରେ ପ୍ରଦାନ କରିବାର ସୁବ୍ୟବସ୍ଥା କରାଯାଇଅଛି। କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଓ ସୁଚାରୁ ସମ୍ପାଦନ ପାଇଁ ୯୨ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ, ୬୪୦ ଜଣ ଆଶାକର୍ମୀ ତଥା ୧୫୧୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ଆବଶ୍ୟକ ତାଲିମ ସହ ଔଷଧ ସେବନ କରାଇବାକୁ ନିୟୋଜିତ କରାଯାଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଗୁରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ସେବନ କରାଯିବାକୁ ଥିବା ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ରହିଥିବା ତଥା ଏହି ଔଷଧ ଖାଇବା ଦ୍ବାରା ଶିଶୁର ରକ୍ତହୀନତା ଦୂର ହେବା ସହ ଶିଶୁର ପୌଷ୍ଟିକ ବୃଦ୍ଧି ହେବ ‌ଏବଂ ସ୍କୁଲ ଓ ଅଙ୍ଗନବାଡିରେ ଉପସ୍ଥାନ ବଢିବ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏହି ଅବସରରେ କୃମି ମୁକ୍ତ ସୁବର୍ଣ୍ଣପୁର ପାଇଁ ଜିଲ୍ଲାର ସମସ୍ତ ଅଭିଭାବକ, ଜନସାଧାରଣ ତଥା ଗଣମାଧ୍ଯମ ପ୍ରତିନିଧୂ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ ।  ଏହି ସଂମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଭି ଭି ଡି ଡ଼ଃ ଗୋପାଳ ଚନ୍ଦ୍ର ମଲ୍ଲିକ, ଡି ପି ଏମ ଏନ ଏଚ ଏମ ବିଶ୍ୱମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଏ ଡି ପି ଏଚ ସି ଓ ବୃନ୍ଦାବନ ସାହୁ,ଡି ଏମ ଆର ସି ଏଚ ସୁଧାଂଶୁ ଶେଖର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଜିଲ୍ଲା ହିସାବ ପରିଚାଳକ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   09-Feb-2025
  ଜିଲ୍ଲା  
ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   09-Feb-2025
  ଜିଲ୍ଲା  
ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   09-Feb-2025
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   09-Feb-2025
  ଜିଲ୍ଲା  
ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   09-Feb-2025
  ଜିଲ୍ଲା  
ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   09-Feb-2025
  ଜିଲ୍ଲା  
ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   09-Feb-2025

You Might Also Like