-+91-9937148622 |

prerana_bgr@rediffmail.com |

  Monday 10th February 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   (09-Feb-2025)       ||      ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (09-Feb-2025)       ||      ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   (09-Feb-2025)       ||      ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   (09-Feb-2025)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   (09-Feb-2025)       ||      ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (09-Feb-2025)       ||      ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   (09-Feb-2025)       ||      ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   (09-Feb-2025)       ||      ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   (09-Feb-2025)       ||      *ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ*-   (09-Feb-2025)       ||      ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ଅନୁଷ୍ଠିତ    (09-Feb-2025)       ||      ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||     

HOME   ଅପରାଧ

ବରଗାଁ ରାସ୍ତାରେ ରଞ୍ଜନ ସ୍ୱାଇଁଗ୍ୟାଙ୍ଗର ଉତ୍ପାତ,୪ଜଣଙ୍କୁ ଖଣ୍ଡାରେ ହାଣିଲେ ଓ ଲୁଟିଲେ

01-Feb-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଏକ ଲୁଟେରାଗ୍ୟାଙ୍ଗ ଉତ୍ପାତ କରୁଥିବା ସୂଚନା ମିଳିଛି। ସାତମାଇଲ ଛକରୁ ବରଗାଁ ଦେଇ ସୋନପୁର ଜିଲ୍ଲାର ମେଣ୍ଡାଅଞ୍ଚଳକୁ ଯାଇଥିବା ରାସ୍ତାରେ ଶୁକ୍ରବାର ରାତିରେ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ଲିଡର ଭୁର୍ସିପାଲିର ରଂଜନ ସ୍ୱାଇଁ ହୋଇଥିବା ବେଳେ ତା ସାଙ୍ଗରେ ୮ରୁ ୧୦ଜଣ ଅସାମାଜିକ ଯୁବକ ରହିଛନ୍ତି । ଶୁକ୍ରବାର ରାତି ୮ଟାରେ ତରଭା ଥାନାର ଦେଉଳପଦର ଗାଁର ପରିକ୍ଷିତ ପୁରୋହିତ ମୋଟରସାଇକେଲରେ ଯାଉଥିବା ବେଳେ ବରଗାଁ ଗାଁମୁଣ୍ଡରେ ତାକୁ ଅଟକାଇ ଖଣ୍ଡାରେ ହାଣିଛନ୍ତି । ପରିକ୍ଷିତଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ ହାତରେ ମଧ୍ୟ ଷ୍ଟିଜ ହୋଇଛି । ତାକୁ ରଂଜନ ସ୍ୱାଇଁ ଓ ଅନ୍ୟମାନେ ଖଣ୍ଡାରେ ହାଣିଛନ୍ତି ଓ ଏହା ହତ୍ୟାପାଇଁ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ପରିକ୍ଷିତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ସୋନପୁର ଜିଲ୍ଲା ନାଇକେନପାଲି ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରାଇଛନ୍ତି । ପୁଇଁତଳା ଥାନାରେ ଏନେଇ ପରିକ୍ଷିତର ବାପା କୃଷ୍ଣଚନ୍ଦ୍ର ପୁରୋହିତ ଅଭିଯୋଗ ଦେଲାପରେ ମାମଲା ରୁଜୁ ହୋଇଛି । ଠିକ ସେହିପରି ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ପୃଥ୍ୱୀରାଜ ସୁନା ମଧ୍ୟ ସେହି ରାସ୍ତାରେ ମୋଟରସାଇକେଲରେ ଯାଉଥିବା ବେଳେ ତାକୁ ମଧ୍ୟ ଅଟକାଇ ଖଣ୍ଡାରେ ଆକ୍ରମଣ ହୋଇଛି । ସେହି ରଂଜନ ସ୍ୱାଇଁ ଓ ତାଙ୍କ ଗ୍ୟାଙ୍କ ଏହି ଆକ୍ରମଣ କରିଛନ୍ତି । ପୃଥ୍ୱୀରାଜଙ୍କୁ ତରଭା ଥାନା ଅନ୍ତର୍ଗତ କେକଟପାଲି ଗାଁ ନିକଟରେ ଆକ୍ରମଣ ହୋଇଛି । ତାଙ୍କୁ ଆତର୍କିତ ଆକ୍ରମଣ ପରେ ପୃଥ୍ୱୀରାଜ ଜୀବନ ବିକଳରେ ଗାଡିଛାଡି ଅନ୍ଧାରରେ ଦଉଡି ପଳାଇଥିଲେ । ପୃଥ୍ୱୀରାଜଙ୍କ ଫୋନକଲ ପାଇ ତାଙ୍କ କିଛି ସାଙ୍ଗ ଓ ମେଣ୍ଡା ଫାଣ୍ଡି ଏସଆଇ ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସିବା ବେଳେ ରଂଜନ ସ୍ୱାଇଁ ସେମାନଙ୍କୁ ମଧ୍ୟ ଖଣ୍ଡାଧରି ମାରିବାକୁ ଗୋଡାଇଥିଲେ । ପୋଲିସ ହାତରେ କେବଳ ଲାଠିଥିବା ବେଳେ ଗୁଣ୍ଡାଙ୍କ ହାତରେ ଖଣ୍ଡାଗୁଡିକ ରହିଥିଲା । ତେଣୁ ତରଭା ଓ ସୋନପୁରରୁ ପୋଲିସ ଟିମ ଡକାଇ କୌଣସି ପ୍ରକାରେ ଜଣକୁ ମେଣ୍ଡା ପୋଲିସ କାବୁ କରିବାକୁ ସଫଳ ହୋଇଥିଲା । ରାତିରେ ପୁଣି ଆଉ ଜଣକୁ ଧରିଥିବା ଜଣାଯାଇଛି । ତରଭା ଥାନାରେ ମଧ୍ୟ ପୃଥ୍ୱୀରାଜଙ୍କ ଅଭିଯୋଗ ଉପରେ ଏକ ଡକାୟତି ମାମଲା ରୁଜୁ ହୋଇଛି । ଠିକ ସେହିପରି ବ୍ରାହ୍ମଣୀପାଲି ଗାଁର ଜଣେ ଯୁବକକୁ ମଧ୍ୟ ଏହି ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ମିଳିଛି । ସେହି ରାସ୍ତାରେ ଯାଉଥିବା ବହୁତ ସମୟରେ ଲୋକଙ୍କୁ ଲୁଟର ଶୀକାର ହେବାକୁ ପଡୁଛି । ପୋଲିସ ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି । ପ୍ରକାଶ ଯେ,ରଂଜନ ସ୍ୱାଇଁ ବହୁତବର୍ଷ ହେଲା ପୁଇଁତଳା ଥାନା ଅଞ୍ଚଳରେ ଉତ୍ପାତ ଚଳାଇଛି । କିଛି ରାଜନେତା ସେହି ଗ୍ୟାଙ୍ଗକୁ ନିଜର ବାହୁବଳ ଆକାରରେ ବ୍ୟବହାର କରୁଥିବାରୁ ରାଜନୈତିକ ପୃଷ୍ଠପୋଷକତା ପାଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ପୋଲିସ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି । ପୁଇଁତଳା ପୋଲିସ ଶତୃଘ୍ନ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଧରିଥିବା ପୁଇଁତଳା ଆଇଆଇସି ସୁବରାଜ ଧରୁଆ କହିଛନ୍ତି । ସେପଟେ ମେଣ୍ଡା ଫାଣ୍ଡିରେ ମଧ୍ୟ ମାମଲା ନମ୍ବର-୨୫/୨୦୨୫ ରୁଜୁ ହୋଇ ତିନିଜଣ  ଅଭିଯୁକ୍ତ ଜିତେନ ବିଶି,ବିନୋଦ ମେଶ୍ୱା ଓ ନେପାଲ କୁଦେଇକୁ ଧରି ଅଟକ ରଖିଛନ୍ତି । ତରଭା ଥାନା ଅଞ୍ଚଳରେ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ପୁଇଁତଳା ଥାନାରେ ହତ୍ୟାଉଦ୍ୟମ ମାମଲା ରୁଜୁ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   09-Feb-2025
  ଜିଲ୍ଲା  
ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   09-Feb-2025
  ଜିଲ୍ଲା  
ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   09-Feb-2025
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   09-Feb-2025
  ଜିଲ୍ଲା  
ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   09-Feb-2025
  ଜିଲ୍ଲା  
ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   09-Feb-2025
  ଜିଲ୍ଲା  
ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   09-Feb-2025

You Might Also Like