-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
23-Jan-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ମାନଙ୍କ ଦ୍ୱାରା ବରଗଡ ଜିଲ୍ଲାର ପବିତ୍ର ତୀର୍ଥ ସ୍ଥାନ ନୃସିଂହନାଥ ଠାରେ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସାମାପନ ହୋଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ଯଦୁମଣି ବଗର୍ତ୍ତି ସଂଯୋଜନା କରିଥିଲା ବେଳେ ପ୍ରଭାକର ଛନ୍ଦ ପରିଚାଳନା କରିଥିଲେ । ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟମାନେ ନୃସିଂହନାଥ ମନ୍ଦିର ଚାରିପାଖ, ରାସ୍ତା, ଝରଣା ଆଦିରୁ ଅଲିଆ ଆବର୍ଜନା ସଫାକରିବା ସହ ଶ୍ରଦ୍ଧାଳୁ, ଉଠାଦୋକାନୀ ମାନଙ୍କୁ ଏକକ ପାଷ୍ଟିକ ବ୍ୟବହାର ଠାରୁ ନିବୃତ୍ତ ରହିବା ପାଇଁ ପାଖକୁ ଯାଇ ବୁଝାଇ ଥିଲେ । ପରେ ସୋସାଇଟିର ସଭ୍ୟମାନେ ଯଥା ସ୍ଥାନ ଗୁଡିକରେ ବିଚିଙ୍ଗ ପାଉଡର ପକାଇ ଥିଲେ । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ହେମନ୍ତ ସାମଲ, ଗୋପେଶ ପଣ୍ଡା, ନିରଞ୍ଜନ ବିଶ୍ୱାଳ, ଅନ୍ତଜାମି ବାରିହା, ଝସକେତନ ରଣା, ରାମ ନାରାୟଣ ଦାଶ, ସ୍ଥାନୀୟ ବାସିନ୍ଦା ଅରକ୍ଷିତ କର୍ଣ୍ଣ, ପ୍ରହ୍ଲାଦ ସୁନା, ଜୀବନ ବେଭାର ଅଂଶ ଗ୍ରହଣ କରିଥିଲେ ।