-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
10-Jan-2025
କୁଚିଣ୍ଡା(ସିଲୁ ସୁନାନୀ) କୁଚିଣ୍ଡା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କୁଚିଣ୍ଡା ସହକାରୀ ଜିଲ୍ଲାପାଳ ପ୍ରବିଶା ବିଲୁଙ୍ଗ, ତହସିଲଦାର ମିତାଲି ଦଲେଇ , ଉଦ୍ଭିଦ ବିଭାନ ମୁଖୀ ସୁଭଦ୍ରା ଦାସ ଓଡ଼ିଆ ବିଭାଗ
ମୁଖ୍ୟ ଡ଼ଃ ସଞ୍ଜୁଶ୍ରୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ତଥା ବିଷୟରେ ଉଦ୍-ବୋଧନ ଦେଇଥିଲେ । ଆତ୍ମରକ୍ଷା ତାଲିମ ଦାୟିତ୍ଵରେ ଥିବା ଅଧ୍ୟାପିକା ସୁଶ୍ରୀ ବେଲମତୀ କୁମୁରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ୮ ଦିନ ଧରି ହେବାକୁ ଥିବା ଏହି ଶିବିରରେ ୨୩୬ ଜଣ ଛାତ୍ରୀଙ୍କୁ ପ୍ରବିନ ମୁଖ୍ୟ ସୁଜାତା ଭୋଇ ଛାତ୍ରୀମାନଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ ରହିଅଛି ।
(ସମ୍ବଲପୁର କୁଚିଣ୍ଡାରୁ ସିଲୁ ସୁନାନୀଙ୍କ ରିପୋର୍ଟ)