-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
03-Jan-2025
ଭୁବନେଶ୍ବର: ଓଡିଶା ଦୃଷ୍ଟିହୀନ ସଂଘ ଦ୍ୱାରା ଖାରବେଳ ନଗରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା l ଏହି ସ୍ୱାସ୍ଥ୍ୟ ଶିବିରରେ ସମସ୍ତ ଦୃଷ୍ଟିହୀନ ଛାତ୍ର ଏବଂ ସମସ୍ତ ଜିଲ୍ଲା ଦୃଷ୍ଟିହୀନ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ l ଭେଷଜ ଡାକ୍ତର, ଅସ୍ତ୍ରୋପଚାର, ଶିଶୁ ଏବଂ ଦନ୍ତ ବିଭାଗର ଡାକ୍ତର ଏହି ଶିବିରରେ ଜଡିତ ଥିଲେ। ରକ୍ତଦାନ ଶିବିର, ପ୍ରଥମ ସହାୟତା ପାଥୋଲାବ ସୁବିଧା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା l ଏହି ଶିବିରରେ ପ୍ରାୟ ୧୫୦୦ ଲୋକ ଏକତ୍ରିତ ହୋଇଥିଲେ l
ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ
ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,
ମାନ୍ୟବର ବିଧାୟକ, ଭୁବନେଶ୍ୱର ମଧ୍ୟ, ଛାତ୍ର ଯୁବନେତା ଶ୍ରୀ ଅର୍ପିତ ପଟେଲ, ଡାକ୍ତର ସୁବାଷ ଚନ୍ଦ୍ର ନାୟକ, ଆଇ.ଡି.ଏ ସେକ୍ରେଟାରୀ ଓଡିଶା, ୱାନ୍ ଇନ୍ ଅଲ୍ ର ପ୍ରତିଷ୍ଠାତା ସେଖ୍ ଅମିର ମହମ୍ମଦ,
ସାଧାରଣ ସଚିବ ଓଡିଶା, ଓଏବି ସଭାପତି ଶ୍ରୀଯୁକ୍ତ ମହେଶ୍ୱର ରାଉତ, ପ୍ରସନ୍ନ କୁମାର ଦାସ,ସାଧାରଣ ସମ୍ପାଦକ ଓଏବି ଏବଂ ଓଏସ ସନ୍ୟାସୀ କୁମାର ବେହେରା ପ୍ରମୁଖ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ l କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁଁ ଏତେ ବଡ଼ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ଭବ ହୋଇପାରିଥିଲା l