-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
ବୋଡ଼େନ: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଡାକ ବଙ୍ଗଳା ଠାରେ ନୂଆପଡା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଣାଲିଷ୍ଠ ଆସୋସିଏସନ (ଏନ ଡି ୟୁ ଜେ)ର ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ସୁଶାନ୍ତ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓ ୟୁ ଜେ ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି,ଓ ୟୁ ଜେ ବଲାଙ୍ଗିର ଶାଖା ସଭାପତି ବଦ୍ରି ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ନୂଆପଡା ଜିଲା ପର୍ଯ୍ୟବେକ୍ଷକ ଭାବରେ ଋଜୁରାଜ ସିଂ ବେଓ ବୈଠକରେ ଯୋଗଦେଇ ସଂଗଠନ ର ଉନ୍ନତତର କାମନା କରି ସଂଗଠନ କେମିତି ମଜବୁତ ହୋଇ
ଜିଲ୍ଲାର ଲୁକାଇତ ସମସ୍ୟାଲୁ ଲୋକ ଲୋଚନ କୁ ଆଣିବା ସହ ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରିବ ସେହି ଉପରେ ଆଲୋକପାତ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଶୂଭ୍ରାଂସୁ ନାଏକ ଜିଲ୍ଲା ସଭାପତି ଭାବରେ ମନୋନିତ ହୋଇ ଥିବା ବେଳେ ସାଧାରଣ ସମ୍ପାଦକ ମକାରୁ ବେମାଲ, ଉପସଭାପତି ମୃତ୍ୟୁଞ୍ଜୟ ପଣ୍ଡା,ସହସମ୍ପାଦକ ଭାଗ୍ୟବାନ ମାଝି , କୋଷାଧ୍ୟକ୍ଷ ଭାବରେ ସତ୍ୟବ୍ରତ ଶଡଙ୍ଗିଙ୍କୁ ଓ ଟ୍ରିବୁନାଲ ଚ୍ୟାରମେନ ଭାବରେ ବିଶିକେଶନ ପଣ୍ଡାଙ୍କୁ ମନୋନିତ କରା ଯାଇଛି । ସେହିପରି ବ୍ଳକ ସଭାପତି ଭାବରେ ପ୍ରତି ବ୍ଲକରୁ ମନୋନିତ କରାଯାଇଛି । ସିନାପାଲି ବ୍ଲକ ସଭାପତି ରମେଶ ଜଗତ,ଖଡିଆଳ ମାଇକେଲ ନନ୍ଦ,କୋମନା ରଞ୍ଜିତ ପଣ୍ଡା,ନୂଆପଡା ଦେବଦାସ ପାଢୀ ଓ ଓ ବୋଡେନ ବ୍ଲକ ସଭାପତି ଭାବରେ ଗଣେଷ ଚନ୍ଦ୍ର ବାଗଙ୍କୁ ମନୋନିତ କରାଯାଇଛି । ରାଜ୍ୟ ଗୁରୁତ୍ବ ପୂର୍ଣ ଦାୟୀତ୍ ସୁଶାନ୍ତ କରଙ୍କୁ ଦିଆ ଯାଇଥିବାବେଳେ ସୁଗଳ କିଶୋର ମହାନନ୍ଦଙ୍କୁ ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ଦାୟୀତ୍ବ ଦିଆ ଯାଇଛି । ନୂତନ ଭାବରେ ଦାୟୀତ୍ଵ ନେଇଥିବା ଏନ ଡି ୟୁ ଜେ ଜିଲ୍ଲା ସଭାପତି ଶ୍ରୀ ନାଏକ ଆଗାମୀ ଦିନରେ ସଂଘ ମାଧ୍ୟମରେ ଜିଲ୍ଲା ର ବିକାଶ ସହ ଗରିବ,ଅସହାୟ ମାନଙ୍କ ଶାଣିତ ସ୍ବର କୁ ଜିଲ୍ଲା ପ୍ରଶାସନ ପାଖରେ ପହଂଚାଇ ସେମାନଙ୍କ ସମସ୍ୟା ଦୂର କରି ହେବ ସେ ନେଇ ସଂଘ ସଂକଳ୍ପ ବଦ୍ଧ ବୋଲି ମତ ପ୍ରକାଶ କରିଥିଲେ, ରାମନାଥ ପଣ୍ଡା,ନୀଳମଣି ପଣ୍ଡା,ରମାକାନ୍ତ ବନନ୍ଦୋର, ବିକାଶ ଖର୍ସେଲ , ହରେରାମ କରୁଆ, ଉପେନ୍ଦ୍ର ମଟାରୀ, ଉପେନ୍ଦ୍ର ବାଗ ଦିନେସ ଛତ୍ରିଆ,ମନୋଜ ଖମାରୀ,ଦୋଲେଶ୍ୱର୍ ବାଗ,ପ୍ରକାଶ ସାଗର,ଗାୟାରାମ ମେହେର, ହିତେଶ ବାଗ,ଚିନ୍ତାମଣି ନେତାମ, ବିକାଶ ଖର୍ସେଲ,ଯୁଧିଷ୍ଟିର ଦୀପ ପ୍ରମୁଖ ଉପସ୍ଥିତ ଥିଲେ।