-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
20-Nov-2024
କଣ୍ଟାମାଳ*ଜୟ କୁମାର ମହାରଣା): ନିରପେକ୍ଷ ସମ୍ବାଦ ପରିବେଷଣରେ କବ୍ଜାର ଭୂମିକା ଅନସ୍ବୀକାର୍ଯ୍ୟ ବୋଲି ଦୈନିକ ହୀରାଞ୍ଚଳ ର ସମ୍ପାଦକ ଯୁଗଳ କିଶୋର ସାମଲ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍ଜା) ର ଅଷ୍ଟମ ପ୍ରତିଷ୍ଠା ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି l କଣ୍ଟାମାଳ ହରିଶଙ୍କର କଳା
ମଣ୍ଡପରେ ଅନୁଷ୍ଠିତ ସମାରୋହରେ ବୌଦ୍ଧ ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ଅତିଥି, ହୀରାଞ୍ଚଳ ସମ୍ପାଦକ ଶ୍ରୀ ସାମଲ ମୁଖ୍ୟବକ୍ତା, ଜିଲା ପ୍ରେସ କ୍ଲବ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ଜିଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ସମାଜସେବୀ ଓମପ୍ରକାଶ ମିଶ୍ର, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଣ୍ଟାମାଳର ଉନ୍ନତି ନିମନ୍ତେ ସାମ୍ବାଦିକଙ୍କ ଭୂମିକା ବିଷୟରେ ମତ ଦେଇଥିଲେ l ବରିଷ୍ଠ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ସଭାପତିତ୍ୱ କରିଥିଲେ l ସଭା ପ୍ରାରମ୍ଭରେ ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହି ଅବସରରେ ଶିକ୍ଷକ ଜବରସିଂ ବନଛୋର, ନୃତ୍ୟଗୁରୁ ସତ୍ୟନାରାୟଣ ବାଗ ଏବଂ ବିଭିନ୍ନ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା l ସଦସ୍ୟ ରଞ୍ଜନ କୁମାର ପାତ୍ର ଅତିଥି ପରିଚୟ ଏବଂ ବଂଶୀଧର ମାଝୀ ଧନ୍ୟବାଦ ଦେଇଥିଲେ l ପରେ ବଲାଙ୍ଗୀର ଜିଲା ଦେଓଗାଁର ବେନା ମହୁରୀ କଳାପରିଷଦ ର କଳାକାରଙ୍କ ଡାଳଖାଇ ନୃତ୍ୟ, ନୂଆଁପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଏବଂ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କବ୍ଜାର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l