-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
ବରଗଡ/ଅତାବିରା(ଆକାଶ ମିଶ୍ର): ବରଗଡ ସହରର ସର୍ବ ପୁରାତନ ଚିତ୍ରକଲା ଶିକ୍ଷା ଅନୁଷ୍ଠାନ କଲା ନିକେତନ ତରଫରୁ ସଭାପତି ସର୍ଦ୍ଦାର ପ୍ରୀତମ୍ ସିଂଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ବୈଠକରେ ଆସନ୍ତା ଡ଼ିସେମ୍ବର ୧.୧୨.୨୦୨୪ ତାରିଖରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବରଗଡ଼,ଓଡ଼ିଆ ବିଭାଗ ଠାରେ ହେବାକୁ ଥିବା ନବମ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ଓ ରଙ୍ଗୋଳୀ ପ୍ରତିଯୋଗିତାର ବିସ୍ତୃତ ଆଲୋଚନା ହୋଇଥିଲା | ପ୍ରକାଶ ଥାଉକି ଏହି ପ୍ରତିଯୋଗିତାରେ ନର୍ସରୀ ଶ୍ରେଣୀ ଠାରୁ ସାଧାରଣ ବର୍ଗ ପର୍ଯ୍ୟନ୍ତ ପ୍ରତିଭାଗୀ ଅଂଶ ଗ୍ରହଣ କରି ପାରିବେ| ପ୍ରତିଯୋଗିତା ନର୍ସରୀ ରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୧୧.୩୦ ରୁ ୧.୩୦ ଏବଂ ପଞ୍ଚମ ଶ୍ରେଣୀ ରୁ ସାଧରଣ ବର୍ଗ ସକାଳ ୯.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ।ଉକ୍ତ ବୈଠକରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ, ଅଧ୍ଯକ୍ଷ ଅଭିମନ୍ୟୁ ଭୋସାଗର,ଉପାଧ୍ଯକ୍ଷ ରାମକୃଷ୍ଣ ଠାକୁର ସଂଯୋଜକ ନୀଳାମ୍ବର ମେହେର,ବରିଷ୍ଠା ଶିକ୍ଷିକା ସୁଲୋଚନା ମହାପାତ୍ର,ସଦସ୍ୟ ଅବିନାଶ ଗୁପ୍ତା ଆଦି ଉପସ୍ଥିତ ଥିଲେ ବୋଲି ସଭାପତି ଶ୍ରୀ ସିଂ ଜଣାଇଛନ୍ତି।