-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
18-Nov-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ୨୦୨୫ ର ରୌପ୍ୟ ଜୟନ୍ତୀ ସମାରୋହ ହେବ ଆସନ୍ତା ଜାନୁୟାରୀ ମାସ ୧ରୁ ୩ ପର୍ଯ୍ୟନ୍ତ । ଏହି ଅବସରରେ ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଏଁରୀ ଅନୁଷ୍ଠାନ ଏକ ନିଆରା ପଦକ୍ଷେପ ନେଇ ଏହି ବର୍ଷ ପ୍ରଥମ କରି ତରଭା ବ୍ଲକରେ ଶୁଭ ଉଦ୍ଘାଟନ ହେଇଥିଲା ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ରୌପ୍ୟ ଜୟନ୍ତୀ ସମାରୋହ। ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଚୌଧୁରୀ ବିଭାରଙ୍କ ତତ୍ୱାବଧାନରେ ପ୍ରଥମେ ଅନୁଷ୍ଠାନର କର୍ମକର୍ତା ମାନେ ମା ସୁରେଶ୍ୱରୀଙ୍କ ଆଜ୍ଞାମାଳ ନେଇ ତରଭା ବ୍ଲକର ବଘିଆ ଗ୍ରାମରେ ପହଂଚି ଥିଲେ । ମା ଙ୍କ ଆଜ୍ଞାମାଳ କୁ ଗାଁ କଳାକାର ଙ୍କ ସ୍ଵାଗତ ବେଳେ ହରିବୋଲ ହୁଳହୁଳିରେ
ପ୍ରକମ୍ପିତ ହୋଇ ଉଠି ଥିଲା ବଘିଆ ଗ୍ରାମ l ତରଭା ବ୍ଲକର ବ୍ଲକ ଉପସଭାପତି ମାନଭଂଜନ ମିଶ୍ରଙ୍କ ସହଯୋଗ ଓ ସଂଯୋଜନା ଏକ ସଭାର ଭବ୍ୟ ଆୟୋଜନ କରା ଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ବଘିଆ ଗ୍ରାମ ପଂଚାୟତ ସରପଂଚ ଅଶ୍ୱନି ବିଶି, ସମ୍ମାନିତ ଅତିଥି ଜୟପ୍ରକାଶ ନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ, ସମିତି ସଭ୍ୟ, ଗଣେଶ୍ୱର ନାଏକ , ସମାଜ ର ବରିଷ୍ଠ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ, ମହକ ଓ ସମୟର ସାମ୍ବାଦିକ ଶ୍ରୀ କଲ୍ୟାଣ ନାଏକ, ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ନାଏକ, ସହସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ମନଭଂଜନ ମିଶ୍ରଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହୋଇ ଲୁଚି ଯାଇଥିବା କଳାକୁ ପରିବେଷଣ କରିଥିଲେ । କଳାକାର ମାନେ ଦଣ୍ଡ , ସଂଚାର, କରମସାନି, ହଲିଆ ଗୀତ, ନଚନିଆଁ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ସଂପାଦକ ଚୌଧୁରୀ ବିଭାର ପଏଁରି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ l ପରେ ଉପ-ସଭାପତି ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ୟ ଅର୍ପଣ କରିଥିଲେ l