-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
17-Nov-2024
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଜନୈକ ଝିଅର ଫେକ ଆଇଡି ଖୋଳି ଝିଅର ଫଟୋ ଅପଲୋଡ଼ କରିବା ମହଙ୍ଗା ପଡ଼ିଛି କଳାହାଣ୍ଡି ର ଜଣେ ଯୁବକକୁ। ଯୁବକ ଗିରଫ ହୋଇ ଏବେ ବିଚାରାଧୀନ ହାଜତରେ। ସିନ୍ଧେକେଲା ଥାନା ଅଞ୍ଚଳର ଜନୈକ ଝିଅର ଇନଷ୍ଟାଗ୍ରାମ ଏକାଉଣ୍ଟ ରୁ ଫଟୋ ଅପଲୋଡ଼ କରି ଫେକ ଆଇଡି ତିଆରି କରି ବିଭିନ୍ନ ଆପତ୍ତି ଜନକ ବିଷୟ ଭାଷା ବ୍ୟବହାର କରି ଝିଅକୁ ବଦନାମ କରିବାକୁ ମସୁଧା କରିଥିଲା ଗିରଫ ହୋଇଥିବା ଯୁବକ। ଘଟଣାନୁଯାଇ ଝିଅର ବଡ଼ଭାଇ କଳାହାଣ୍ଡି ଜିଲ୍ଲା ଏମ ରାମପୁର ଅଞ୍ଚଳର ବ୍ରାହ୍ମଣୀମୁଣ୍ଡା ଗ୍ରାମରେ ବିବାହ କରିଥିବା ବେଳେ କୌଣସି କାରଣରୁ ବିବାହିତ ବଡ଼ଭାଇ ର ମାଉସୀ ଶାଶୁ ଙ୍କ ଝିଅ ପଦ୍ମିନୀ ରଣା ଓ ଏହି ଝିଅ ମଧ୍ୟରେ କୌଣସି କଥାକୁ ନେଇ ମନୋମନାନ୍ତର ହୋଇଥିଲା। ତେବେ ପଦ୍ମିନୀ ସେହି ରାଗ ଶୁଝାଇବାକ ସେହି ଗ୍ରାମର ନରେଶ ରଣା (୨୩) ନାମକ ଯୁବକକୁ ପ୍ରବର୍ତ୍ତାଇ ସିନ୍ଧେକେଲା ଅଞ୍ଚଳର ଝିଅର ଫେକ୍ ଆଇଡି ଖୋଳି ଝିଅର ଫଟୋ ଅପଲୋଡ଼ କରି ବିଭିନ୍ନ ଅଭଦ୍ର ବିଷୟ ଲେଖା ପୋଷ୍ଟ କରିଥିଲେ। ତେବେ ଏହି ପୋଷ୍ଟ ବିଷୟରେ ଜାଣିପାରି ଝିଅର ବଡ଼ଭାଇ ସିନ୍ଧେକେଲା ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ସିନ୍ଧେକେଲା ପୋଲିସ କେସ ନମ୍ବର ୩୦୮/୨୪ ରୁଜୁ କରି ଅଧିକ ତଦନ୍ତ କରି କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣୀ ଗାଁ ର ନରେଶ ରଣା ନାମକ ଯୁବକକୁ ଗିରଫ କରି ତା ଠାରୁ ମୋବାଇଲ ଜବତ କରିବାସହ କୋର୍ଟ ଚାଲାଣ କରିଛନ୍ତି। କୋର୍ଟରେ ବେଳ ନାମଞ୍ଜୁର ହେବାରୁ ନରେଶ କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସିନ୍ଧେକେଲା ଆଇଆଇସି ବସନ୍ତ କୁମାର ଦଲାଇ ଙ୍କ ଠାରୁ ସୁଚନା ମିଳିଛି। ବର୍ତ୍ତମାନ ଇନଷ୍ଟାଗ୍ରାମ କୁ ଜଣାଇ ଫେକ ଆଇଡି ବନ୍ଦ କରିଦିଆଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।