-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
13-Nov-2024
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ର ପତିଆଲପଡା ଗ୍ରାମ ରେ ଶ୍ରୀ ଶ୍ରୀ କାର୍ତ୍ତିକ ମହାତ୍ମୀୟ ପୂଜା ମହାସମାରୋହରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଲସ ଯାତ୍ରା ରେ ଗ୍ରାମର ସତାଧିକ ମହିଳା ମାନେ ଏକତ୍ରିତ ହୋଇ ଏକ ବିଶାଳ କଲସ ଯାତ୍ରାରେ ବାହାରି ସ୍ଥାନୀୟ ଉଦନ୍ତୀ ନଦୀ ରେ ପୂଜା ଅର୍ଚନା କରି କଳସୀ ରେ ପାଣି ଉଠାଇ ଗାଁ ପରିକ୍ରମା କରିଥିଲେ। ସେଠାରୁ ପୂଜା ମଣ୍ଡପ ରେ ପହଂଚି କଳସ ସ୍ଥାପନ କରିଥିଲେ । ଏହି ପୂଜା ତା:୧୩/୧୧/୨୪ ଠାରୁ ତା:୧୭/୧୧/୨୪ ପର୍ଯ୍ୟନ୍ତ ଚାଲି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି ,ଉକ୍ତ ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଟିକେଲାଲ ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଧନମତି ମାଝୀ ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଶ୍ରୀଯୁକ୍ତ ସୁଶାନ୍ତ ପାଢ଼ୀ ଓ ତାଙ୍କ ସହଯୋଗୀ ଶ୍ରୀଯୁକ୍ତ ପବିତ୍ର ପ୍ରସାଦ ପାଢ଼ୀ ସୁନ୍ଦର ଭାବେ ରିତୀ ନିତି ର ସହିତ ପୂଜାର୍ଚ୍ଚନା କରି ଉକ୍ତ ପୂଜା ଟିକୁ ଆଗେଇ ନେଇଛନ୍ତି। କାର୍ତ୍ତିକ ମାସ ରେ ଅନେକ ହବି ଶ୍ୟାଲି ମାନେ ରିତୀ ନିତି ର ସହିତ ପ୍ରଭୁ କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରାରେ ଘଣ୍ଟଦଳ ର ଘଣ୍ଟ ବାଦ୍ୟ ଓ ହୁଳହୁଳି ହରି ବୋଲ ଧ୍ୱନିରେ ପତିଆଲପଡା ଗାଁ କମ୍ପି ଉଠିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟି ର ସଂପାଦକ ଶ୍ରୀଯୁକ୍ତ ଦୀନବନ୍ଧୁ ମାଝୀ,କୋଷାଧକ୍ଷ ଶ୍ରୀଯୁକ୍ତ ଚନ୍ଦ୍ର କାନ୍ତ ମାଝୀ,ପୁର୍ବତନ ସଭାପତି ଶ୍ରୀଯୁକ୍ତ ତୁପଲେଶ୍ଵର ମାଝୀ, ପୂଜା କମିଟି ର କର୍ମକର୍ତ୍ତା ଗଣେଷ ମାଝୀ ,ଚନ୍ଦ୍ରଧୂଜ ମାଝୀ ,ମହେନ୍ଦ୍ର ମାଲି ,ବିଶିକେଶ ମାଝୀ ,ଭକ୍ତ କାଣ୍ଡ ,ରିଖିରାମ ମାଝୀ,ଅଭି ରାମ ମାଝୀ ଓ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ |ଦର୍ଶକ ମାନଙ୍କ ପାଇଁ ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି