-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||     

HOME   ଜିଲ୍ଲା

ହେ଼ଡ୍ କନଷ୍ଟେବଳ ଅଶୋକ ହୋତା ଙ୍କ ଦେହାନ୍ତ - ଦିନେ ହାବିଲଦାର ହୋତା ଙ୍କ ନାଁ ଶୁଣିଲେ ଅସାମାଜିକ ବ୍ୟକ୍ତି ହେଉ ଥିଲେ ଭୟଭୀତ

12-Nov-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ର ଅବସର ପ୍ରାପ୍ତ ମୁଖ୍ୟ ହାବିଲଦାର ଅଶୋକ ହୋତା ଗତ କାଲି ସକାଳେ କିମ୍ସ୍ ମେଡିକାଲ ଭୁବନେଶ୍ଵର ରେ ଚିକିତ୍ସିତ ଅବସ୍ଥା ରେ ୬୭ ବର୍ଷ ବୟସ ରେ ପ୍ରାଣ ତ୍ୟାଗ କରିଛନ୍ତି l ଏ ଖବର ରେ  ସୋନପୁର ରେ ତାଙ୍କ ଚାକିରୀ କ୍ଷେତ୍ର ସମେତ ବୀର ମହାରାଜପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l କିମ୍ସ ମେଡିକାଲ୍ ରୁ ନିଜ ଜନ୍ମ ମାଟି ବି- ଏମ ପୁର ଚମ୍ପାମାଳ କୁ ଶ୍ରୀ ହୋତା ଙ୍କ ମର ଶରୀର ପହଁଚିବା ପରେ ଅନ୍ତିମ ଦର୍ଶନ ଓ ଅନ୍ତିମ ବିଦାୟ ପାଇଁ ଲୋକାରଣ୍ୟ ହୋଇ ପଡ଼ିଥିଲା ଚମ୍ପାମାଳ ଗାଁ l ବୀରମହାରାଜପୁର ଅଞ୍ଚଳ ର ବହୂ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ସୋନପୁର ର ଅନେକ ପୋଲିସ କର୍ମଚାରୀ, ଫରେଷ୍ଟ କର୍ମଚାରୀ ଓ ସ୍ବେଛାସେବୀ ସଙ୍ଗଠନ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ର କର୍ମକର୍ତ୍ତା ପହଞ୍ଚି ସ୍ୱର୍ଗୀୟ ହୋତା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ l ଓ ଗାଁ ଶ୍ମଶାନ ଘାଟ ଯାଏଁ ଶୋଭା ଯାତ୍ରା ରେ ସାମିଲ ହୋଇ ଆତ୍ମୀୟ ସ୍ୱଜନ ଙ୍କ ସହ ଶ୍ରୀ ହୋତା ଙ୍କ ମର ଶରୀର କୁ ସ୍ବେଛାସେବୀ ମାନେ  କାନ୍ଧେଇ ଥିଲେ l ଶ୍ରୀ ହୋତା ଜଣେ ସଚ୍ଚୋଟ, ଦକ୍ଷ , ନିର୍ଭୀକ  କର୍ମଚାରୀ ଭାବେ ସୋନପୁର ରେ ଦୀର୍ଘ ୩୦/୩୫ ବର୍ଷ ଧରି ଲୋକ ଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବ ରେ ଥିବା ବେଳେ ଥାନା ବାବୁ ଗୁଣ ନିଧି ଦାଶ (ଖାର ବାବୁ) ଭବାନୀ ଉଦ୍ଗlତା, ଶ୍ରୀକାନ୍ତ ତ୍ରୀପାଠୀ ଙ୍କ ନାଁ ଶୁଣିଲେ ଯେମିତି ଅସାମାଜିକ ବ୍ୟକ୍ତି କିଛି ଅପରାଧ କରିବାକୁ ସାହାସ କରୁ ନ ଥିଲେ ,ଠିକ୍ ସେମିତି ହୋତା ହାବିଲଦାର  (ହେଡ କନଷ୍ଟେବଳ) ଙ୍କ ନାଁ ଶୁଣିଲେ ବାଘ ର ସ୍ଵର ଭଳି ଗର୍ଜନ ଶୁଣିଲେ ଅପରାଧୀ ଛତ୍ର ଭଙ୍ଗ ଦେଉ ଥିଲେ l ସହର ର ସଧାରଣ ଜନତା ଶାନ୍ତି ରେ ଶୋଇ ପାରୁଥିଲେ ସେଇ ସମୟ ରେ l ଘର ଦ୍ବାର ଛାଡି  ନିର୍ଭୟରେ ଶାନ୍ତି ରେ ଦେଶ ବିଦେଶ ଯାତ୍ରା କରୁଥିଲେ ଲୋକେ l ଲୋକ ଙ୍କୁ ଉଚିତ ସୁରକ୍ଷା ଦେବାକୁ ନ୍ୟାୟ ଦେବାକୁ ଯେମିତି ଆଗେ ପୋଲିସ ଅଧିକାରୀ କର୍ମଚାରୀ ଙ୍କ ଆଗ୍ରହ ଥିଲା ଦୃଢ଼ ଆତ୍ମ ବିଶ୍ୱାସ ରହିଥିଲା ଲୋକ ଙ୍କ ମଧ୍ୟ ସେମିତି ପୋଲିସ ପ୍ରତି ଖୁବ୍ ଆସ୍ଥା ଭାଜନ ଓ ଭରସା ବି ରହିଥିଲା l ଦୀର୍ଘ ତିନି ବର୍ଷ ରୁ ଶ୍ରୀ ହୋତା ନିମୋନିଆ ରୋଗ ରେ ପୀଡ଼ିତ ହୋଇ ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ l ଅବସର ପରେ ସେ ସ୍ବଚ୍ଛ ଭାରତ ସଙ୍ଗଠନ ଓ ପୋଲିସ କନଷ୍ଟେବଳ ସଂଘ ସହ ଅନେକ ଗଠନ ମୂଳକ ସେବା କାର୍ଯ୍ୟରେ ରେ ସାମିଲ୍ ହୋଇ ଥିଲେ l ରିଜର୍ଭ କଲୋନୀ ନିଜେ ରୋପଣ କରିଥିବା କିଛି ଔଷଧିୟ ବୃକ୍ଷ ସବୁ ଆଜି ସ୍ମୁତି ହୋଇ ରହିବ ସବୁଦିନ l ଏ ସଂଗଠନ ରେ ବିଭିନ୍ନ ସଭା ସମିତି , ସେବା କାର୍ଯ୍ୟରେ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅକ୍ସିଜେନ୍ ଲାଗିଥିବା ସତ୍ତ୍ୱେ ମଧ୍ୟ ସେ ଯୋଗ ଦେଇ ସମସ୍ତ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରି ଆସୁ ଥିଲେ l ସମସ୍ତ ଙ୍କୁ ସେ ଭାଇ ସମ୍ବୋଧନ କରି ଡାକୁଥିଲେ, ଅତି  ସ୍ନେହ ଶ୍ରଦ୍ଧା ସହ ଭଲ ପାଉଥିଲେ ସମସ୍ତ ଙ୍କୁ ଆପଣାର କରି ପାରିଥିଲେ ଶ୍ରୀ ହୋତା l ଏ ପରିକି ତାଙ୍କ କାର୍ଯ୍ୟକାଳ ସମୟରେ ରାତିରେ ଯେଉଁ ଅସାମାଜିକ ଯୁବକ ହୋତା  ସାର୍ ଙ୍କ ପାଖରୁ ପ୍ରଚୁର ମାଡ଼ ଗାଳି ଖାଇ ସୁଧୁରି ଯାଇ ଥିଲେ ଆଜି ସେମାନେ ବି ଝୁରୁ ଛନ୍ତି ହେଡ୍ଡ କନଷ୍ଟେବଳ ହୋତା ସାର ଙ୍କୁ l ଏଭଳି ଜଣେ  ବ୍ୟକ୍ତିତ୍ଵ ଙ୍କୁ ଭଦ୍ର ନମ୍ର ଭଲ ମଣିଷ ଙ୍କୁ ସମାଜ ବା ସହର ର ସୁରକ୍ଷା ଦାତା ଙ୍କୁ ହରାଇ ଆଜି ସୋନପୁର ବଲାଙ୍ଗିର ରିଜର୍ଭ ପୋଲିସ ବିଭାଗ,ସାଧାରଣ ଜନତା ରାଉରକେଲା ଜି ଆର୍ ପି ବିଭାଗ ଓ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡl ମର୍ମାହତ ହୋଇଛି l ସାଲୂଟ୍ କରୁଛି ପୋଲିସ ହବିଲାଦର୍ ହୋତା ସାର୍ ଙ୍କୁ l ୧୯୮୦  ମସିହା ରେ ବଲାଙ୍ଗିର ରେ କନଷ୍ଟେବଳ ଭାବେ ଚାକିରୀ ରେ ଯୋଗ ଦାନ କରି ୪/୫ ବର୍ଷ କାର୍ଯ୍ଯ କଲା ପରେ ରାଉରକେଲା ଜି ଆର୍ ପି ରେ ମଧ୍ୟ କିଛି ବର୍ଷ ନିଷ୍ଠା ର ସହ କାର୍ଯ୍ଯ କରିଆସିଥିଲେ ଶ୍ରୀ ହୋତା l ବାକି ସବୁ ତକ ଚାକିରୀ କାଳ ଅବସର ଯାଏଁ ସୁବର୍ଣ୍ଣପୁର ଲୋକ ଙ୍କ ସେବାରେ ବିତାଇ ଛନ୍ତି l ଶୃଙ୍ଖଳା, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ବଲାଙ୍ଗିର ର ପ୍ରାକ୍ତନ ଏସପି ସଞ୍ଜୀବ ମାରିକ ଓ ସୁବର୍ଣ୍ଣପୁର ର ଅନେକ ଏସପି ଙ୍କ ଠାରୁ  ଅନେକ ସଭା ସମିତି ରେ ଖୁବ୍ ପ୍ରଶଂସିତ ହୋଇ ଛନ୍ତି ଶ୍ରୀ ହୋତା l କାର୍ତ୍ତିକ ପଞ୍ଚୁକ ବେଳେ ପୁଣ୍ୟ ତିଥି ରେ ଶ୍ରୀ ହୋତା ଙ୍କ ଦେହାନ୍ତ ଘଟିଥିବାରୁ ବୈକୁଣ୍ଠ ପ୍ରାପ୍ତି ହୋଇଥିବା ମତ ପାଇଛି l କଥାରେ ଅଛି ପ୍ରାଣୀ ଙ୍କ ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି  l କବୀର୍ ଙ୍କ ମତ ରେ "ତୁମ ଜବ ରୋୟେ ତୋ ଜଗତ୍ ହସେ" ତୁମ ଜବ ହସେ ତୋ ଜଗତ ରୋୟେ l ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ଲୋକ ଙ୍କ ପାଇଁ ସମାଜ ପାଇଁ ଏମିତି କିଛି ନିଷ୍ଠା ଶୃଙ୍ଖଳା ଉତ୍ସର୍ଗୀକୃତ ସେବା ଦେବେ ଆପଣ ତ ନିଶ୍ଚିତ ଭାବେ ଅନ୍ତିମ ବିଦାୟ  ବେଳେ ସଧାରଣ ଜନତା  କାନ୍ଦୁଥିବେ l ସ୍ମରଣୀୟ ହୋଇ ରହିବେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025
  ଜିଲ୍ଲା  
ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   23-Jan-2025
  ଜିଲ୍ଲା  
ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   23-Jan-2025

You Might Also Like