-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
10-Nov-2024
ବରପାଲି(ସୁଦାମ ଦୀପ): ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକଙ୍କ ୧୪୧ତମ ଓ ଶ୍ରୀମତୀ ଜମ୍ବୁବତୀ ଦେବୀଙ୍କ ୧୩୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ଓଡ଼ିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନାରେ ସଭାରେ ମୁଖ୍ୟଅତିଥି ଭାବେ ଡ. ରବୀନ୍ଦ୍ର ଗଡତିୟା ଅବସରପ୍ରାପ୍ତ ଅଧ୍ୟକ୍ଷ ପାର୍ବତୀ ଗିରି ମହିଳା କଲେଜ, ବରଗଡ଼, ମୁଖ୍ଯବକ୍ତା ବଳରାମ ପ୍ରଧାନ,
ଅବସରପ୍ରାପ୍ତ ଶିକ୍ଷକ, ସମ୍ମନିତ ଅତିଥି ଭାବେ କଲେଜର ପ୍ରତିଷ୍ଠାତ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ସଂଗ୍ରାମୀ ଦ୍ଵୟଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା l ପରେପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଗତ ଦିନରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ବିଭାଗର ଅଧ୍ୟାପିକା ମନୀଷା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ।