-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
10-Nov-2024
ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ବ୍ରଜେଶ୍ବରୀ ଦେବୀଙ୍କ ବାର୍ଷିକ ସ୍ନାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶୁକ୍ରବାର କଳାଗ୍ରାମ କୁମ୍ଭାରିରେ ପୃଥକ ପୃଥକ ଦୁଇଟି ସ୍ଥାନରେ ରୌପ୍ଯ ନିର୍ମିତ ଶ୍ରୀକୃଷ୍ଣଙ୍କ ମୟୁର ଚଂଦ୍ରିକା ରୂପକ ଦେବୀଙ୍କ ବାଙ୍କଚୁଳ ବେଶ ସ୍ଥାପନ କରାଯାଇଥିଲା। ପଣ୍ତିତ ମାନଙ୍କ ଦ୍ବାରା ନୀତି ପ୍ରଥା ଅନୁକରଣରେ ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ରାଜନେତାଙ୍କ ସମେତ ଜନ ପ୍ରତିନିଧି, କଳାପ୍ରେମୀ, ମାନସିକଧାରୀ ଭକ୍ତ ମଣ୍ତଳିଙ୍କ ଦିନ ତମାମ ଭିଡ ଲାଗି ରହିଥିଲା। ବ୍ରଜେଶ୍ବରୀ ନୃତ୍ୟକଳା ପରିଷଦ ପ୍ରାଙ୍ଗଣ ମନ୍ଦିରରେ ତ୍ରିଦିବସୀୟ ଭାବରେ ପାଳିତ ହୋଇଥିଲା। ପଣ୍ତିତ କୁନା ପୂଜାରୀଙ୍କ ସହଯୋଗରେ ପୂଜାର୍ଚ୍ଚନା ନୀତିକାନ୍ତି ପାଳିତ ହୋଇଥିଲା। ସେହିପରି ଠୁନଠୁନିଆ ପଡା ବ୍ରଜେଶ୍ବରୀ ନାଟ୍ୟ କଳାସଂସଦ ପରିସରରେ ପଣ୍ତିତ ଆର୍ତ୍ତତ୍ରାଣ ପଣ୍ତାଙ୍କ ଦ୍ବାରା ପୂଜାନୀତି ପାଳିତ ହୋଇଥିଲା। ସଂକିର୍ତ୍ତନ ବାଜାଗାଜା ସହ ଦେବୀଙ୍କ ଶୋଭାଯାତ୍ରା ପରିକ୍ରମା ମାଧ୍ଯମରେ ମଣ୍ତପରେ ପହଞ୍ଚିଲା ପରେ ପ୍ରଥା ଅନୁଯାୟୀ ସ୍ଥାପନ କରାଯାଇଥିଲା। ସେହିପରି ସତଲମା, କନବାର, ବଡଗାଁ, କାଁଇଶିର ପ୍ରଭୁତି ଗ୍ରାମରେ ଦେବୀଙ୍କ ସ୍ନାନୋତ୍ସବ ପାଳିତ ହୋଇଥିଲା। ରାତ୍ର ସମୟରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମଞ୍ଚସ୍ଥ ହୋଇଥିଲା।
(ବରପାଲିରୁ ସୁଦାମ ଦୀପଙ୍କ ରିପୋର୍ଟ)