-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
08-Nov-2024
ରେଢ଼ାଖୋଲ(ଅନିଲ ପୃଷ୍ଟି): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୨ ରୁ ୨୫ ଟିକିଆ ହାତୀ ପଳ ଶହ ଶହ ଏକର ଧାନଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି । ହାତୀ ମାନଙ୍କୁ ଘୋଉଡାଇବା ପାଇଁ ଚାଷୀମାନେ ରାତି ତମାମ ଉଜାଗର ରହି ଘଉଡାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଅମଳଯୋଗ୍ୟ ଧାନ ଫସଲକୁ ହାତୀମାନେ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି। ଧାର କରଜ କରି ବହୁ କଷ୍ଟରେ କରିଥିବା ଧାନ ଫସଲକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଚାଷୀମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି। ଏପରିକି ଦିନରାତି ଫସଲ ଜଗି ରହିବା ସହ ହାତୀ ଘଉଡ଼ାଇବାରେ ଲାଗିଛନ୍ତି। ଆଜିକୁ ୫ଦିନ ହେବ ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ କଦଳିଗଡ଼ ଓ କୁକଡ଼ାବାହାଳି ପଞ୍ଚାୟତରେ ହାତୀମଣିଷଙ୍କ ଏଭଳି ଲଢ଼େଇ ଲାଗି ରହିଛି । ବଡ଼ବାହଳ ରେଞ୍ଜର ହାତୀବାହାଳ, କସି ବାହାଳ, ଡିମିରିମୁଣ୍ଡା, କରଡ଼ାପାଲ, ସାମସିଂଗା, କାଙ୍କଣପଡ଼ା, ପଣ୍ଡକି ମାଲ, ମଧୁପୁର, ନୂଆଁପଡ଼ା ସମେତ ବିଭିନ୍ନ ଗାଁରେ ଉପଦ୍ରବ କରି ବ୍ୟାପକ ଧାନ ଫାସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।
ହାତୀପଲ ରଜାମୁଣ୍ଡା ଜଙ୍ଗଲରେ ରହି ସଂଧ୍ୟା ନହେଉଣୁ ଆଖପାଖ ଗାଁକୁ ଯାଇ ଉପଦ୍ରବ କରୁଛନ୍ତି ଗ୍ରାମବାସୀ ମାନେ ହାତୀପଲଙ୍କୁ ଗୋଟିଏ ଗାଁରୁ ଘଉଡ଼ାଇଲେ ଅନ୍ୟ ଗାଁକୁ ଯାଇ ଉପଦ୍ରବ କରୁଛନ୍ତି। ଫଳରେ ସଂପୃକ୍ତ ଗାଁଗୁଡ଼ିକର ଚାଷୀମାନେ ମେଳି ହୋଇ ବାଣ ଫୁଟାଇବା ସହ ବାଜା, ଟର୍ଜଲାଇଟ, ନିଆଁ ହୁଳା ଧରି ସଂଧାରୁ ସକାଳ ପର୍ଯ୍ୟନ୍ତ ହାତୀଙ୍କୁ ଘଉଡ଼ାଇବାରେ ଲାଗି ପଡ଼ିଛନ୍ତି ।