-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
07-Nov-2024
ବଲାଙ୍ଗୀର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପି. ପି. ଏକାଡେମୀ ୧୯୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହେବ l ତତ୍ ସହିତ ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଅନୁଷ୍ଠିତ ହେବାକୁ ଥିବା ସ୍କୁଲର ଡ଼ାଇମଣ୍ଡ ଜୁବୁଲି ରେ ୮୯ ମେଟ୍ରିକ ବ୍ୟାଚର କଣ ଅବଦାନ ରହିବ ସେ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇଛି l ଗତକାଲି ସନ୍ଧ୍ୟାରେ ସ୍କୁଲ ପରିସରରେ ୮୯ମେଟ୍ରିକ ବ୍ୟାଚର ପୂରାତନ ଛାତ୍ର ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଡ଼ାଇମଣ୍ଡ ଜୁବୁଲି ର ସୁପରିଚାଳନା ପାଇଁ ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୮୯ ବ୍ୟାଚର ପୂରାତନ ଛାତ୍ର ମାନଙ୍କ ତରଫରୁ ଆର୍ଥିକ ସହଯୋଗ କରାଯିବ l ଏଥି ପାଇଁ ପ୍ରତ୍ୟେକ ପୂରାତନ ଛାତ୍ର ନିଜର ପ୍ରିୟ ଶିକ୍ଷାନୁଷ୍ଠାନ ପାଇଁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରାଯାଇଛି l ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ଧୁମିଳନ ପାଇଁ ସ୍ଥାନ ଓ ତାରିଖ ଧାର୍ଯ୍ୟ କରାଯିବ l ଡ଼ାଇମଣ୍ଡ ଜୁବୁଲି ଓ ୮୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ବହୁ ସଂଖ୍ୟାରେ ପୂରାତନ ଛାତ୍ର ଯୋଡି ହେବାକୁ ଅନୁରୋଧ କରାଯାଇଛି l ଆଜିର ପ୍ରସ୍ତୁତି ବୈଠକରେ ପୂରାତନ ଛାତ୍ର ସନ୍ତକ ବହିଦାର, ସତ୍ୟ ମିଶ୍ର, ରିୟାଜ ଖାନ୍, ଅତୁଲ ଅଗ୍ରୱାଲ, ରଘୁ ନନ୍ଦନ ସିଂହ, କିଷନ ଅଗ୍ରୱାଲ, ମୁନା ପଣ୍ଡା, ଶଙ୍କର ଅଗ୍ରୱାଲ,ବାବୁ ପୁଝାରୀ, ବିଷ୍ଣୁ ଅଗ୍ରୱାଲ, ଅଶୋକ ସାହୁ, ରିତୁରାଜ ସିଂହ,ଉପେନ୍ଦ୍ର ସାହୁ,ପ୍ରଦୀପ ଦାସ, ଶ୍ରୀଧର ନାୟକ,ପ୍ରଶାନ୍ତ ପୃଷ୍ଟି,ଆଦିକନ୍ଦ ଧାରୁଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ