-+91-9937148622 |
prerana_bgr@rediffmail.com |
Friday 6th December 2024 |
R.N.I. Regd No. ODIODI/2010/46693
Breaking News
07-Nov-2024
ହରଭଙ୍ଗା/ବୌଦ୍ଧ(ଦେବବ୍ରତ ଦାସ): ସଫଳ ହୋଇଛି ରାଳବିଭାଗ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା । ଆଉ ମାତ୍ର କିଛି ଦିନର ଅପେକ୍ଷା । ରେଳମନ୍ତ୍ରାଳୟରୁ ଅନୁମତି ମିଳିବା ପରେ ବୋୖଦ୍ଧ କୁ ଗଡ଼ିବ ରେଳ ଗାଡି । ଏଥିପାଇଁ ପୂର୍ଵତଟ ରେଲବାଇ ବିଭାଗର ସି ଆର୍ ଏସ୍ (କମିସନର ଅଫ୍ ସେଫଟି)
ପକ୍ଷରୁ ସେପ୍ଟି କମିଶନର ଆସି ସମସ୍ତ ସୁରକ୍ଷାବ୍ୟବସ୍ଥା ଯାଞ୍ଚ କରାଯାଇଥିବା ସହ ସରିଛି ପାଶେଞ୍ଜର ଟ୍ରେନ ର ସ୍ପିଡ଼ ଟ୍ରାଏଲ ରନ । ଘଣ୍ଟା ପ୍ରତି ୧୧୦ କିମି ବେଗରେ ରେଳ ଟ୍ରାକ ରେ ଗଡ଼ିଛି ରେଳଗାଡି । ଟ୍ରେନରେ ବସି ବୌଦ୍ଧ ରୁ ବଲାଙ୍ଗୀର ଯାତ୍ରା କରିଛନ୍ତି ସେପ୍ଟି କମିଶନର । କାଲି ଠାରୁ ସି ଆର୍ ଏସ୍ ଆସି ସୁବର୍ଣ୍ଣପୁର ଷ୍ଟେସନ ଠାରୁ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ଓ ପରେ ବୌଦ୍ଧ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ଓ ବ୍ରିଜର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।
ଆଜି ଅପରାହ୍ନରେ ଯାଞ୍ଚ ପ୍ରକ୍ରିୟା ସାରିଥିବା ବେଳେ ସମସ୍ତ ଅଧିକାରୀ ସମ୍ବଲପୁର ଫେରି ଯାଇଛନ୍ତି । ଅନ୍ୟପଟେ ଖୁବଶୀଘ୍ର ରେଳ ମନ୍ତ୍ରାଳୟ ରୁ ଗ୍ରୀନ ସିଗ୍ନାଲ ମିଳିବା ପରେ ବୌଦ୍ଧ କୁ ରେଳ ଗଡ଼ିବ ବୋଲି ପୂର୍ବତଟ ରେଳ ବିଭାଗ ସିଇଓ ଏଜି ଶ୍ରୀନିବାସ କହିଛି । ଅନ୍ୟପଟେ ବୋୖଦ୍ଧ ଷ୍ଟେସନରେ ପାଶେଞ୍ଜର ଟ୍ରେନ ଦେଖିବା ପାଇଁ ଷ୍ଟେସନ ରେ ଭିଡ ଦେଖିବାକୁ ମିଳିଥିଲା । ସେପଟେ ଖୁବଶୀଘ୍ର ରେଳ ବୌଦ୍ଧକୁ ଗଡ଼ିବା ସହ ଏକ ସତନ୍ତ୍ର ଟ୍ରେନ ରାୟପୁର ଓ ବିଶାଖାପାଟଣାକୁ ଗଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।