-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
07-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଭୁବନେଶ୍ବର କଳିଙ୍ଗ ନଗର ସ୍ଥିତ ସୋୟା ୟୁନିଭରସିଟି ଠାରେ ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ତିନିଦିନିଆ ଫଟୋ ଫେୟାର୍ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏକ୍ରମରେ ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ପଦ୍ମପୁରର ଉଲ୍ଲେଖନୀୟ ଅବଦାନ ସହ ସମାଜ କ୍ଷେତ୍ରରେ ସେମାନଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଆଧାରରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ଫଟୋ ଗ୍ରାଫର୍ ଆସୋସିଏସନ୍ ତରଫରୁ ଅନୁଷ୍ଠିତ ଏହି ୩ ଦିନ ଧରି ବୃତ୍ତିଗତ ଫଟୋ ଗ୍ରାଫର୍ ଙ୍କୁ ବୈଷୟିକ ଜ୍ଞାନକୌଶଳର ତାଲିମ ପ୍ରଦାନ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଫଟୋ ଗ୍ରାଫର୍ ଆସୋସିଏସନ୍ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ଏ ଅବସରରେ ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନର ଉପସଭାପତି ସୁନିଲ ଦାଶ,ସମ୍ପାଦକ ତ୍ରିବିକ୍ରମ ପଧାନ,ସହ ସମ୍ପାଦକ ଓମ୍ ପ୍ରକାଶ ସାହୁ, କୋଷାଧ୍ୟକ୍ଷ ରାଜେଶ ସାହୁ,ଲକ୍ଷ୍ମଣ ବାରିକ, ସୁବାଷ ମେହେର,ଜିତେନ ତରିଆ,ଭୁପେଷ ସିଂ ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଫଟୋ ଗ୍ରାଫର୍ ପଦ୍ମପୁର ଅଞ୍ଚଳରୁ ଯୋଗଦାନ କରିଥିଲେ।