-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ରାଜ୍ୟ

ଖତ ଖାଉଛି ଲକ୍ଷାଧିକ ଟଙ୍କାର ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର.... ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ

07-Nov-2024



ବରଗଡ଼/ଅତାବିରା(ଆକାଶ ମିଶ୍ର): "ସରକାର କା ମାଲ୍, ଦରିଆ ମେ ଡାଲ୍" ଉକ୍ତିର ଯଥାର୍ଥତା ପରିଲକ୍ଷିତ ହୁଏ  ଲକ୍ଷାଧିକ ଅର୍ଥ ବ୍ୟୟରେ ତିଆରି ହୋଇ ଖତ ଖାଉଥିବା ବରଗଡର ଦୁଇମହଲାର ଷ୍ଟାଫ କ୍ୱାର୍ଟରକୁ ଦେଖିଲେ ୲
 କାର୍ଯ୍ୟକ୍ଷମ ହୋଇପାରୁନି ଏହି ବିଦ୍ୟାଳୟ ଷ୍ଟାଫ  କ୍ୱାର୍ଟର। ଲକ୍ଷାଧିକ ଟଙ୍କା ବ୍ୟୟରେ ୨ମହଲା ବିଶିଷ୍ଟ କୋଠା ସରକାର ନିର୍ମାଣ କରିଥିବା ବେଳେ ତାହା ଏବେ ଖାଲି ପଡିଛି। ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସୋଢ଼ାପାଲି ସ୍ଥିତ ଆଦିବାସୀ  ଆବାସିକ ଆଶ୍ରମ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇଛି ଦୁଇ ମହଲା ବିଶିଷ୍ଟ କୋଠଘର l ବିଦ୍ୟାଳୟର ଷ୍ଟାଫ ମାନଙ୍କ ରହିବା ପାଇଁ। କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇ ନଥିବାରୁ ବର୍ଷ ବର୍ଷ ଧରି ପଡି ରହି ଭିତରେ ଅନାବନା ଘାସବୁଦା ସହ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଏହି କୋଠଘର ଟି ବାହାରୁ ରଂଗ କରାଯାଇ ଚକାଚକ୍ କରାଯାଇଛି। ଯିଏ ଦେଖିଲେ କହିବ ବିଦ୍ୟାଳୟର ବିକାଶ ଆଗେଇ ଚାଲିଛି। କିନ୍ତୁ ଭିତର ଟା ଦେଖିଲେ ଜଣା ପଡ଼ୁଛି ସରକାରୀ ଅର୍ଥର ଅପବ୍ୟୟ କିପରି କରାଯାଉଛି। ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ କରା ଯାଉଛି, ତାହା କୋଉ ଦୃଷ୍ଟିରୁ ମଧ୍ୟ ସାର୍ଥକ ନୁହେଁ ବରଂ ଏହା ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ନା ଏଥିରେ କର୍ମଚାରୀ (ଶିକ୍ଷକ) ମାନେ ରହି ପାରୁଛନ୍ତି ନା  ଶ୍ରେଣୀଗୃହ ଅଥବା ହଷ୍ଟେଲ ଭାବରେ କିଛି କାମକୁ  ଆସି ପାରୁଛି । କେବଳ ଲୋକ ଦେଖାଣିଆ ଭାବରେ  କୋଠା ଟି ଚକାଚକ୍ ଦିଶୁଛି ।  ବିଦ୍ୟୁତ୍  ସଂଯୋଗ ହୋଇ ନାହିଁ କି  ଜଳ ଯୋଗାଣ ବ୍ୟବସ୍ଥା  ନାହିଁ । ତେଣୁ   କେହି ରହିପାରୁ ନାହାନ୍ତି । ତେବେ ବିଦ୍ୟାଳୟ ପ୍ରତି ସରକାରଙ୍କ  ଅବହେଳା  ଏଥିରୁ ବେଶ ସ୍ପଷ୍ଟ। କେଉଁଠି ବିଦ୍ୟାଳୟରେ  ଶ୍ରେଣୀ କୋଠରୀ ଅଭାବରୁ ପିଲାଏ ବାରଣ୍ଡାରେ ଗଛମୂଳେ ବସି ପାଠ ପଢୁଥିବା  ବେଳେ ଏଠି ଖତ ଖାଉଛି କୋଠା । ଧନ୍ୟ ସେଇ ସରକାରୀ  ଅଧିକାରୀ ବାବୁ ଙ୍କ କାର୍ଯ୍ୟ ଆଉ ଧନ୍ୟ ସରକାର । ଜନସାଧାରଣଙ୍କ ଅର୍ଥ  ଯାହା ଦେଶର ,ରାଜ୍ୟର  ସମ୍ପଦ ଏମିତି  ବ୍ୟର୍ଥ ରେ ଚାଲିଯାଉଛି । ଅନ୍ୟ ପକ୍ଷରେ  ଶିକ୍ଷାର  ବିକାଶ ନାମରେ ସରକାର ଧେଣ୍ଡୁରା ପିଟୁଛନ୍ତି,  ଆଦିବାସୀ ମାନଙ୍କ ସାକ୍ଷରତା ବୃଦ୍ଧି, ଶିକ୍ଷା  ବିକାଶ  ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ  ଅନେକ ଆଶ୍ରମ ବିଦ୍ୟାଳୟ  ର  ଯୋଜନା କରାଯାଇ  ତାଙ୍କର ଶିକ୍ଷାର ଦିଗକୁ ପ୍ରସାରିତ  କରୁଥିବା କୁହାଯାଉଛି ,
କିନ୍ତୁ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି , ତାହା କାହାକୁ କୁହାଯିବ ? ଏହି ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଯାଏ  ରେ ୧୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଜଣେ ମାତ୍ର ଶିକ୍ଷକ  ଅଛନ୍ତି ପ୍ରଧାନ ଶିକ୍ଷକ । ଆଉ  ତିନି ଜଣ  ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ଯେଉଁମାନେ ମାସକୁ ମାତ୍ର ୪୦ ଟି ପିରିୟଡ଼ ପଢ଼ାଇବେ  ନିୟମ ଅନୁସାରେ ।ତେବେ ଅନ୍ୟ ସମୟରେ ବିଦ୍ୟାଳୟ ରେ ପାଠପଢା   କେମିତି  ଚଳିବ ତାହା  ମଙ୍ଗଳ ଅଧିକାରୀଙ୍କ ଚିନ୍ତାର ବାହାରେ। ଅତ୍ୟନ୍ତ ପକ୍ଷରେ ୫ ଜଣ ଶିକ୍ଷକ ଦରକାର , କିନ୍ତୁ ଖାଲି ପଡ଼ିଛି ପଦବୀ। ପିଲାଙ୍କ ଭବିଷ୍ୟତ ଚିନ୍ତା ନେଇ ଗ୍ରାମବାସୀଙ୍କ ପକ୍ଷରୁ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରଖାଯାଇଛି ଏବଂ ଜଣେ ସହୃଦୟ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବରେ ଶିକ୍ଷାଦାନ କରୁଛନ୍ତି ।ୟେ ହେଉଛି ଆଶ୍ରମ ବିଦ୍ୟାଳୟ ର ଅସଲ ରୂପ । ନିଜ  ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଚିନ୍ତାକରି ଏହି ବିଦ୍ୟାଳୟରେ ପାଠ ପଢ଼ାଉଥିବl ପିତାମାତା ମାନଙ୍କର ସପ୍ନ ମାଟିରେ ମିଶିବାକୁ ଯାଉଛି । ତେବେ କେବେ ବଦଳୁଛି ଏହି ବିଦ୍ୟାଳୟର ରୂପରେଖ, କେବେ ମଙ୍ଗଳ ଅଧିକାରୀଙ୍କ ନିଦ୍ରା ଭାଙ୍ଗିବ ଆଉ ଦୃଷ୍ଟି ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like