-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
07-Nov-2024
(ନିରଞ୍ଜନ ତ୍ରିପାଠୀ)-ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷାରେ ଯୁବ ସମାଜର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ମଞ୍ଚକୁ ପାଛୋଟି ଆଣିଥିଲେ। ଏହି ଆଲୋଚନା ଚକ୍ର ହରିଶଙ୍କର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମାନ ବଳଭଦ୍ର ଦାଶ ମଞ୍ଚ ସଞ୍ଚାଳନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଛାତ୍ର ଯୁବ ସଂଘର୍ଷ ବାହିନୀ, ବିହାର ସଂଗଠନର ଅନ୍ୟତମ ଅତିଥି ଶ୍ରୀ ଅନୁପ କୁମାର ସାହୁ, ପାଟଣାଗଡ଼ର ସିଭିଲ ସୋସାଇଟିର ସଭ୍ୟ ଶ୍ରୀ ସୁଶିଲ ନାୟକ, ବରଗଡ଼ ଜିଲ୍ଲା ପଦ୍ମପୁରର ଆଇନଜୀବୀ ଶ୍ରୀମାନ ପ୍ରଶାନ୍ତ କୁମାର ମାଝୀ, ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ର ଉପଦେଷ୍ଟା ଶ୍ରୀମାନ ରାଜକୁମାର ସେଠ, ହରିଶଙ୍କର ଶାଖା ଖପ୍ରାଖୋଲର ପୂର୍ବତନ ଆବାହକ ଶ୍ରୀଯୁକ୍ତ ଟେକେନ୍ଦ୍ର ଜାଲ ପ୍ରମୁଖ ଉକ୍ତ ଆଲୋଚନାଚକ୍ରରେ ଭାଗନେଇ ସାରଗର୍ଭକ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପୁନଃ ଗନ୍ଧମାର୍ଦ୍ଦନ ପର୍ବତର ବୁକୁରେ ଥିବା ମୂଲ୍ୟବାନ ଖଣିଖନନର ଷଡ଼ଯନ୍ତ୍ରର ମସୁଧା ଚଳାଇଛନ୍ତି।ଏହାର ତିବ୍ର ବିରୋଧ କେମିତି କରାଯିବ ସେ ନେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମତପ୍ରକାଶ କରିଥିଲେ। ଛାତ୍ର ଛାତ୍ରୀ ମାନେ ଗନ୍ଧମାର୍ଦ୍ଦନରେ ଖଣି ଖନନ କଲେ ତିବ୍ର ବିରୋଧ କରାଯିବାକୁ ସଂକଳ୍ପ ନେଇଥିଲେ। ପରିଶେଷରେ ଆବାହକ ଶ୍ରୀମାନ ଜୟସିଂ ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ।