-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
30-Oct-2024
ଫୁଲବାଣୀ/ଫିରିଙ୍ଗିଆ(କ୍ଷୀରୋଦ କୁମାର ସାହାଣୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନ ଖଣ୍ଡ ଅଧୀନରେ ଥିବା ଡୁମୁରିଗୁଡା ପଂଚାୟତ ସ୍ଥିତ ବନ ସୁରକ୍ଷା ସମୀତି ର କର୍ମକର୍ତ୍ତା ମାନଙ୍କୁ ନେଇ ଉତ୍ତମ ଓ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଉପରେ ଫିରିଙ୍ଗିଆ ବନ ଖଣ୍ଡ ଅଧିକାରୀ ରବୀନ୍ଦ୍ରନାଥ ପାତ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆଜି ଏକ ଦଶ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ତାଲିମ ଶିବିରକୁ ବରେଣ୍ୟ ମୁଖ୍ୟ ଅତିଥି ଏସି ଏଫ ଶ୍ରୀମତୀ ଶ୍ଵେତାଲିନା ସାହୁ ଉଦଘାଟନ କରିଥିବା ବେଳେ ପାହାଡ଼ ସ୍ବେଛାସେବୀ ଅନୁଷ୍ଠାନ ର ନିଁର୍ଧେଶକ ଶ୍ରୀ ମିଶ୍ର , ଏବଂ ଆର ଏସଇଟିଆଇ ର ପ୍ରୋଗ୍ରାମ କୋଡିନେଟର ସନମାନୀତ ଅତିଥିଭାବେ ଯୋଗଦାନ
କରିଥିଲେ | ଏହି ତାଲିମ ଶିବିରରେ ପୁରୁଷ ମହିଳାମାନେ ମିଶି ବଡ଼ି, ପାମ୍ପଡ଼, ଇତ୍ୟାଦି ପ୍ରସ୍ତୁତି କରି ଜୀବିକା ନିର୍ବାହକରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀମତି ଶ୍ଵେତାଲିନା ସାହୁ ଏସି ଏଫ ମହୋଦୟା ଉପସ୍ଥିତ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ | ପାହାଡ଼ ର ନିଁର୍ଧେଶକ ମଧ୍ୟ୍ୟ ଉପସ୍ଥିତ ତାଲିମ ଗ୍ରହୀତା ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ତାଲିମ ଶିବିର ପରିଚାଳନା କରିବାରେ ଫିରିଙ୍ଗିଆ ବନ ଖଣ୍ଡ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପାତ୍ର ସମେତ ସ୍ଥାନୀୟ ଫିରିଙ୍ଗିଆ ଫରେଷ୍ଟର ଓ ଅନ୍ୟ କର୍ମକର୍ତ୍ତା ମାନେ ଉତ୍ତମ ସହଯୋଗ ପ୍ରଦାନ କରୁଥିବା ଦେଖାଯାଇଥିଲା | ଏହି ତାଲିମ ଶିବିରରେ ଦୀର୍ଘ ଦଶଦିନ ଧରି ଉପଭୋକ୍ତା ମାନଙ୍କୁ ବିଭିର୍ଣ୍ଣ ବିଷୟରେ ତାଲିମ ପ୍ରଦାନ କରି ଶତାଧିକ ବନ ସଂରକ୍ଷଣ ସମିତି ର କର୍ମକର୍ତ୍ତା ମାନଙ୍କୁ ସ୍ୱାବଲମ୍ବୀ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବା ଜଣା ପଡିଛି |