-+91-9937148622 |
prerana_bgr@rediffmail.com |
Thursday 7th November 2024 |
R.N.I. Regd No. ODIODI/2010/46693
Breaking News
30-Oct-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠା ସ୍ଥିତ ୟୁଥ ଫ୍ରେଣ୍ଡସ ଆସୋସିଏସନ ତରଫରୁ ଆୟୋଜିତ ୩୭ତମ ସାର୍ବଜନୀନ କାଳୀପୂଜା ଅବସରରେ ମହିଳାମାନଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହିଅବସରରେ ଯଜ୍ଞ କର୍ତ୍ତା ହରିଶ୍ଚନ୍ଦ୍ର ରଣା ସସ୍ତ୍ରିକ ଙ୍କ ସହ ସାହସ୍ରାଧିକ ମହିଳା କଳସ ଧରି ଢୋଲ, ନlମସଂକୀର୍ତ୍ତନ୍ୟ ଦଳ, ଘଣ୍ଟ ଘଣ୍ଟୁଆଳ, ଛଉ ନୃତ୍ୟ,କଟପ୍ପା ଦଳ ସହ କଲରାକୋଠା ଠାରୁ ଶୋଭାଯାତ୍ରା ରେ ଆସି ଖଲିଆପାଲି ବନ୍ଧରୁ କଳସରେ ଜଳଧରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ଘଣ୍ଟ ଘଣ୍ଟୁଆଳ ଓ ଢୋଲ, ଦୂଲଦୁଲି ଶବ୍ଦରେ ରାଜରାସ୍ତା ମୁଖରିତ ହୋଇ ଉଠିଥିଲା l ଏହି ବିରାଟ ଓ ଭବ୍ୟ ଶୋଭାଯାତ୍ରା ଦେଖିବାପାଇଁ ରାଜରାସ୍ତା ଉଭୟ ପାର୍ଶ୍ୱରେ ଜନସମାଗମ ହୋଇଥିଲା l ଶୃଙ୍ଖଳା ଦୃଷ୍ଟିରୁ ଶୋଭାଯାତ୍ରା ସମୟରେ
କଣ୍ଟାମାଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ସେହିପରି ସନ୍ଧ୍ୟାରେ ପୂଜାମଣ୍ଡପ ଠାରେ ମାଆ ଙ୍କ ପୂଜାରମ୍ଭ ହୋଇଥିବା ବେଳେ ମହିଷାସୁର ଦରବାର ରେ ଅସୁର ରାଜ ମହାପ୍ରତାପୀ ମହିଷାଶୁରଙ୍କ ଦରବାରର ଶୁଭାରମ୍ଭ ହୋଇଛି l କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ପାଦକ ପ୍ରକାଶ ସାହୁ ସମେତ ସମସ୍ତ କମିଟି ସଦସ୍ୟ ଓ କଲରାକୋଠାବାସୀ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ l ଏହି ଅବସରରେ ଆୟୋଜିତ ମିନାବଜାର ବୁଲି ଲୋକେ ମଜା ଉଠାଉଥିବା ଦେଖିବାକୁ ମିଳିଛି l