-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
30-Oct-2024
ଆଗଲପୁର, (ବିନୋଦ ଦୀପ) ଆଜି ଆଗଲପୁର ବ୍ଲକ୍ ମିଶନଶକ୍ତି ସଭା ଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆଜିର ସମିତି ବୈଠକ ରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ସଭାପତିତ୍ବ ରେ ଆଜିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହା ସହିତ ଜିଲ୍ଲା ପରିଷଦ ଜୋନ 2 ର ସଦସ୍ୟା ଶ୍ରୀମତୀ ବୀଣାପାଣି ଦାସ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ୍, ଲୋଇସିଂହା ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ପିତାମ୍ବର କଣ୍ଟା ଅତିଥି ଭାବରେ ଯୋଗଦେଇ ବୈଠକ ରେ ସାମିଲ ହୋଇଥିଲେ। ତା ସଙ୍ଗେ ସଙ୍ଗେ ଆଗଲପୁର ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଆହୁରି ମଧ୍ୟ ଆଗଲପୁର ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ମେହେର ମଧ୍ୟ ଉପସ୍ଥିତ ରହି ଶିକ୍ଷା ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରିଥିଲେ। ତା ସହିତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ର ପ୍ରତାପ ସୁନା, ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ମହାନନ୍ଦ, ସି ଡି ପି ଓ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର ମଧ୍ୟ ଯୋଗ ଦେଇଥିଲେ l ଆଜିର ବୈଠକ ରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଇଥିଲା l ଜଳ ଓ ପରିମଳ ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର ଓ ଅରବିନ୍ଦ ମହାନ୍ତି ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପଞ୍ଚାୟତ ସମିତି ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଓ ପରିମଳ,କୃଷି, ଗମନା ଗମନ, ଖାଦ୍ୟ ଯୋଗାଣ, ଶିଶୁ ବିକାଶ , ଉଦ୍ୟାନ , ପଶୁ ବିଭାଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା l