-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
30-Oct-2024
ବରଗଡ଼/ବରପାଲି:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ବରପାଲି କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ସକାଶେ ଆସୁଥିବା ଚାଷ ଉପକରଣ ସାମଗ୍ରୀର ସୁଚାରୁ ବଣ୍ଟନ ହେଉ ନ ଥିବା ଅଭିଯୋଗ ଉପରେ ସଂପୃକ୍ତ ବିଭାଗକୁ କୈଫିୟତ ତଲବ ସହ ବୈଠକକୁ ଆସି ନଥିବା ୱେସ୍କୋ ବିଭାଗ ସମେତ ଅନ୍ୟ ବିଭାଗକୁ କୈଫିୟତ ନିର୍ଦ୍ଦେଶ ଦେଇଥିବା ବିଷୟ ବରପାଲି ପଞ୍ଚାୟତ ସମିତି ବୈଠକ ପରେ ସାମ୍ବାଦିକ ମାନଙ୍କୁ ବରଗଡ଼ ଲୋକସଭା ସାଂସଦ ମାନ୍ୟବର ଶ୍ରୀମାନ ପ୍ରଦୀପ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି। ବୁଧବାର ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀମାନ ପୁରୋହିତ, ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ,ବରପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ଥଇତ,ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ସମେତ ବିଭାଗୀୟ ଅଧିକାରୀ, ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉନା କାହିଁକି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।