-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
30-Oct-2024
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ହାଇସ୍କୁଲ ପଡିଆ ଠାରେ ସପ୍ତମତମ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଇଁ କମିଟିର ପୂର୍ବତନ ସଭାପତି ବାଳକୃଷ୍ଣ ବିଶି ଙ୍କ ସଭାପତିତ୍ୱ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡ଼ିସେମ୍ବର ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋବାକୁ ଥିବା ବେଳେ ନୂତନ କମିଟି ଗଠିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ବିନ୍ଦୁସାର ବିଶି ସଭାପତି,ଉପେନ୍ଦ୍ର ନାଏକ ଉପସଭାପତି, ଲଳିତ ବାଣୁଆ ସମ୍ପାଦକ,ଭବାନୀ ଶଙ୍କର ବାଣୁଆ ସହ ସମ୍ପାଦକ, ବାଳକୃଷ୍ଣ ବିଶି ଙ୍କୁ କୋଷାଦକ୍ଷ ରୂପରେ ଚୟନ କରାଯାଇଥିବା ବେଳେ କ୍ଷୀର ସିନ୍ଧୁ ବାଣୁଆ ଙ୍କୁ ମୁଖ୍ୟ ମଞ୍ଚ ସଂଯୋଜକ ଦାୟିତ୍ଵ ଦିଆ ଯାଇଛି। ଏହି ଅବସରରେ କମିଟି ର ବରିଷ୍ଠ ସଦସ୍ୟ ଭବେଶ ଗଇନ୍ତା, ତ୍ରିଲୋକ ସିଂହ,ଭିକାରୀ ଚରଣ ଗୋପାଳ,କ୍ଷୀରସିନ୍ଧୁ ବାଗ,ଅଭୟ ସିଂହ ଠାକୁର, ତରେଶ ବିଶି,ଚନ୍ଦ୍ରକାନ୍ତ ରଣା,ଡମ୍ବରୁଧର ନାଏକ,ଗୁଣନିଧି ନାଗ,ଈଶ୍ୱର ବାଣୁଆ,ଗଗନ ନାଏକ, ହୁକିମ ବିଶି,ହେମାଳ ବିଶି,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୋନପୁର ର ଗୋପାଳ ଚନ୍ଦ୍ର ପଣ୍ଡା ଙ୍କୁ କଂସ ରୂପରେ ବରଣ କରାଯିବାକୁ ସ୍ଥିର କରଆଯାଇଛି। ଦଣ୍ଡପାଟ ଅଞ୍ଚଳର ସର୍ବ ବୃହତ ଲୋକ ମହୋତ୍ସବ ରେ ବିଶିଷ୍ଟ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଆକର୍ଷଣୀୟ ମିନା ବଜାର ବସିବ ଓ ଚଳିତ ବର୍ଷ ମଧ୍ଯ ବଡ ଆଡମ୍ଭର ସହିତ ମହୋତ୍ସବ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।