-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

*ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ*-- *ମା ଙ୍କ କୃପା ଲାଭ କରି ଯଜ୍ଞ ରେ ସାମିଲ୍ ହେଲେ ବହୂ ବିଶିଷ୍ଟ ବ୍ୟକ୍ତି*

13-Oct-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ଅନୁଷ୍ଟିତ ହୋଇଥିବା ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପୂଜା ଗତ କାଲି ଉଦଯାପିତ ହୋଇଯାଇଛି । ପ୍ରତ୍ୟହ ଭୋରରୁ ମାଙ୍କ ଦ୍ଵାର ଫିଟା ଓ ମଙ୍ଗଳ ଆଳତୀରୁ ଆରମ୍ଭ ହୋଇ ୮ ଘଣ୍ଟାରୁ ସୂର୍ଯ୍ୟ ପୂଜା ଓ ଷୋଡ଼ଶ ପୂଜା ପରେ ଚଣ୍ଡୀ ସ୍ତୋତ୍ର ପଠନ କରାଯାଇ ଥିଲା। ଶ୍ରୀ କ୍ଷେତ୍ର ପୁରୀରୁ ଆସିଥିବା ସହକାରୀ ପ୍ରଫେସର ଶ୍ରୀମାନ ଶିବ ପ୍ରସାଦ ନନ୍ଦ ଓ କିଶୋର ମିଶ୍ରଙ୍କ ନେତୃତ୍ବରେ ତିନି ଜଣ ଶିଷ୍ୟଙ୍କ ଦ୍ଵାରା ସାମୂହିକ ଚଣ୍ଡୀ ସ୍ତୋତ୍ର ପାଠ କରା ଯାଇଥିଲା। ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ଘୃତଯଜ୍ଞ ଓ ସନ୍ଧ୍ୟା ୭ ଟାରେ ମହା ଆଳତୀ ପରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କୋଶଳ ହାଇସ୍କୁଲ, ସ୍ବଚ୍ଛ ଭାରତ ସଙ୍ଗଠନ, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ଭୁବନେଶ୍ଵର, ପୋଲିସ କନେଷ୍ଟବଳ ସଂଘ, ସିଆରସିସି ସଂଘ, ଜିଲ୍ଲା ଡ୍ରଗିଷ୍ଟ କେମିଷ୍ଟ ଏସୋସିଏସନ୍, କୃଷକ ସଂଗଠନ, ପତଞ୍ଜଳୀ ଯୋଗ ସମିତି ଫରେଷ୍ଟ ପାର୍କ ପ୍ରମୁଖ ଅନୁଷ୍ଠାନ ଓ ଯଜ୍ଞର କର୍ତ୍ତା ଅର୍ଜୁନ ରଥ, ପୀତାମ୍ବର ସାମନ୍ତରାୟ, ଭକ୍ତ ଅର୍ଚ୍ଚନା ତ୍ରୀପାଠୀ ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟା ରେ କ୍ଷୀରି, ପିଠା, ମିଠା, କାନିକା ଭୋଗ ମା ଙ୍କ ଠାରେ ଅର୍ପଣ ପରେ ଯଜ୍ଞ ମଣ୍ଡପ ଆଗରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା l ଜିଲ୍ଲା ପୋଲିସ ସଂଘ ପକ୍ଷରୁ ଆୟୋଜିତ ମା ଙ୍କ ପ୍ରସାଦ ସେବନ ବଣ୍ଟନ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରାସାଦ ସାହୁ  ସପତ୍ନିକ ଯୋଗ ଦେଇ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ l ମା ଙ୍କ ପରମ ଭକ୍ତ ତଥା କଲିକତା ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ , ବୌଦ୍ଧ ଜିଲ୍ଲା ଜର୍ଜ ଶ୍ରୀ ପ୍ରତାପ ଚନ୍ଦ୍ର ପାତ୍ର, ଜେ ଏମ ଏଫ୍ ସି ସମ୍ବଲପୁର , ୟୁରୋଲୋଜି ପ୍ରଫେସର ଡ଼ା ଦତ୍ୱେଶ୍ୱର୍ ହୋତା ବୁର୍ଲା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ସୁବର୍ଣ୍ଣପୁର ପ୍ରମୁଖ ବହୂ ବିଶିଷ୍ଟ ବ୍ୟକ୍ତି ମା ଙ୍କୁ ଦର୍ଶନ କରି ପ୍ରଭୂ କୃପା ଲାଭ କରିଥିଲେ ଓ ଏହି ଯଜ୍ଞ ର ସେବା କାର୍ଯ୍ଯ କ୍ରମରେ ଯୋଗ ଦେଇ  ସ୍ୱେଚ୍ଛାସେବୀଙ୍କ ସହ ଭକ୍ତ ଙ୍କୁ ଭୋଗ ବଣ୍ଟନ ମଧ୍ୟ କରିଥିଲେ। ଚଣ୍ଡୀ ଯଜ୍ଞ ପୁଜା ରେ ଦଶ ଦିନ ଧରି କର୍ତ୍ତା ଭାବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ଅତିରିକ୍ତ ସଚିବ ସୁର୍ଯ୍ୟ ନାରାୟଣ ଦାଶ, ଅଟଳ ମହାପାତ୍ର, ଶମ୍ଭୁ  ଅଗ୍ରୱାଲା, ଅବିନାଶ ମିଶ୍ର, ରବି ନାରାୟଣ ମହାପାତ୍ର, ମାନ ଭଞ୍ଜନ ବେଦବାକ, ପୀତାମ୍ବର ସାମନ୍ତରାୟ, କିରଟି ପାଢ଼ୀ, ଅର୍ଜୁନ ରଥ, ଅଭିଳାଷ ମିଶ୍ର, ଦାୟିତ୍ବ ତୁଲାଇ ଥିବା ବେଳେ ଯଜ୍ଞ ର ପୂଜା ଖୁବ ନୀତି ନିଷ୍ଠା ର ସହିତ ମୁଖ୍ୟ ପଣ୍ତିତ କାଳୀ ପ୍ରସାଦ ମିଶ୍ର, ଆଶିଷ ମିଶ୍ର ତାଙ୍କ ସହଯୋଗୀ  ଯଜ୍ଞ କାର୍ଯ୍ଯ କୁ ପରିଚାଳନା କରିଥିଲେ l ଶ୍ରୀବତ୍ସ ମଲ୍ଲିକ, ରଶ୍ମିତା ସାହୁ, ଗୋପାଳ  ନେଗୀ, ସତ୍ୟ ନାରାୟଣ ତ୍ରୀପାଠୀ, ଅଭୟl ମହାପାତ୍ର, ରବି ନାରାୟଣ ମହାପାତ୍ର, ଭୀଷ୍ମ ମୁନି, ବାବୁଲି ବକ୍ସି, ବୈକୁଣ୍ଠ ଶତପଥି, ପ୍ରଦୀପ ପୁରୋହିତ ପ୍ରମୁଖ ମାଙ୍କ ପରମ ଭକ୍ତ ଙ୍କ ତତ୍ତ୍ଵାବଧାନରେ ଓ ସହର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ପୌର ପ୍ରଶାସନ ର ସହଯୋଗ ରେ ଯଜ୍ଞର ପ୍ରତ୍ୟେକ କାର୍ଯକ୍ରମ ସଫଳ ହୋଇଛି।

ଗତ କାଲି ଶ୍ରୀ ରାମେଶ୍ବର ତ୍ରିବେଣୀ ସଙ୍ଗମ ରେ ସମସ୍ତ ପଣ୍ତିତ ଓ କମିଟି ସଦସ୍ୟ ଙ୍କ ଦ୍ଵାରା ଯଜ୍ଞ ର କଳସ ବିସର୍ଜନ କରଯାଇଥିଲା l ଜିଲ୍ଲା ତଥା ଦୂର ଦୂରାନ୍ତର ବହୂ ଭକ୍ତ ଏହି ଯଜ୍ଞରେ ସାମିଲ୍ ହୋଈ ଘୃତା ହୂତ ଓ ଆର୍ଥିକ, ମାନସିକ ଶାରୀରିକ ସ୍ତରରେ ପୂର୍ଣ ସହଯୋଗ କରିଥିଲେ । ମା ସୁରେଶ୍ଵରୀଙ୍କ ପ୍ରତ୍ୟହ ବେଶ ଦର୍ଶନ, ଯଜ୍ଞ ମଣ୍ଡପ ଠାରେ ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ହନୁମାନ, ଅଷ୍ଟ ଭୈରବ, ଅଷ୍ଟ କ୍ଷେତ୍ରପାଳ ଙ୍କ ଦର୍ଶନ , ଅଷ୍ଟମୀ ରେ ସନ୍ଧି ପୂଜା, ନବମୀ ରେ କୁମାରୀ ପୂଜା ଓ ଦଶମୀ ତିଥି ରେ ଅପରିଜିତା ପୁଜା , ମନ୍ଦିର ସନ୍ଧ୍ୟା ଆଳତୀ ସହ ପବିତ୍ର ମା ସୁରେଶ୍ଵରୀ ଙ୍କ ଗଙ୍ଗା ଠାରେ ବଢ଼ୁଥିବା ମାଛ ମାନଙ୍କୁ ଭକ୍ତ ଙ୍କ ପ୍ରସାଦ ଓ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇବା ମନୋରମ ଦୃଶ୍ୟ, ମାଛ ମାନଙ୍କ ଖାଇବା ପ୍ରତିଯୋଗୀତା ଦୂର ଦୁରାନ୍ତର ରୁ ଆସୁଥିବା ହଜାର ହଜାର ଭକ୍ତ  ଶ୍ରଦ୍ଧାଳୁ ଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲା l ଯଜ୍ଞ ର ସଫଳତା ରେ ଉଲ୍ଲେଖନୀୟ ଭୂମିକା ଥିବା  ପୁରୀ ଓ ସ୍ଥାନୀୟ ପଣ୍ଡିତ, ଯଜ୍ଞ କର୍ତ୍ତା, ସହଯୋଗୀ ଅନୁଷ୍ଠାନ , ବ୍ୟକ୍ତି ବିଶେଷ, ମନ୍ଦିର ପୂଜକ, ଜିଲ୍ଲା ଓ ପୌର ପ୍ରଶାସନ, ମିଡିଆ ଓ ସଧାରଣ ଜନତା ସମସ୍ତ ଙ୍କୁ କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like