-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
13-Oct-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ତ୍ରିବେଣୀ ଛକ ଠାରେ ଥିବା ମା ଦୁର୍ଗା ଙ୍କ ମନ୍ଦିରରେ ଆଜି ବଜରଙ୍ଗ ଦଳର ପକ୍ଷରୁ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଜରଙ୍ଗ ଦଳର ସଂଯୋଜକ ଅଭିନାଶ ହୋତା, ସହସଂଯୋଜକ ପ୍ରକାଶ ପଧାନ ଓ ରମାକାନ୍ତ ହୋତା ଙ୍କ ନେତୃତ୍ବରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ବଜରଙ୍ଗ ଦଳର ସମସ୍ତ କର୍ମୀ ଓ ସଦସ୍ୟ ଯୋଗଦେଇଥିବା ବେଳେ ଏଥିରେ ବିଶ୍ବହିନ୍ଦୁ ପରିଷଦ ଓ ମା'ଦୁର୍ଗା ବାହିନୀର ସଂଯୋଜକା ମଧ୍ୟ ସାମିଲ ହୋଇଥିଲେ । ରଞ୍ଜନ ନନ୍ଦ ପୂଜକ ଭାବରେ ଅସ୍ତ୍ର ପୂଜନ କରି ଥିଲେ । ପରେ ଆରତୀ ଓ ପୁଷ୍ପାଞ୍ଜଳି ଦେଇ ପ୍ରସାଦ ସେବନ କରାଯାଇ ଥିଲା । ପରେ ବଜରଙ୍ଗ ଦଳ ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।